ସମ୍ବଲପୁର: ଜେଏନୟୁରେ ଫି ବୃଦ୍ଧିକୁ ବିରୋଧ ପ୍ରସଙ୍ଗରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଲେ ସମ୍ବଲପୁର ଛାତ୍ର ସଂଗଠନ ।
ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଫି ବୃଦ୍ଧିକୁ ନେଇ ଏବେ ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି । ଯାହାକୁ ନେଇ ସାରା ଦେଶରୁ ମିଳିତ ପ୍ରତିକ୍ରିୟା ଆସୁଥିବା ବେଳେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର 'ବାପସା' ଛାତ୍ର ସଂଗଠନ ପକ୍ଷରୁ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଦିଆଯାଇଛି ।
ଏହି ସଂଗଠନର ଛାତ୍ରଛାତ୍ରୀ ମାନେ ଶନିବାର ସମ୍ବଲପୁର ଜିଏମ ୟୁନିଭର୍ସିଟି ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତି ବିରୋଧୀ ନାରା ଦେଇଥିଲେ । ଆଗକୁ ମଧ୍ୟ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ ବଜାୟ ରହିବ ବୋଲି କୁହାଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ