ETV Bharat / state

ବିରଳ ରୋଗରେ ପୀଡିତ ବାଳକକୁ ସହାୟତା, ଚିକିତ୍ସା ପାଇଁ ୧୦ ଲକ୍ଷ ପ୍ରଦାନ କଲା ଜିଲ୍ଲା ପ୍ରଶାସନ - ଚିକିତ୍ସା ପାଇଁ ସହାୟତା ପ୍ରଦାନ କଲା ଜିଲ୍ଲା ପ୍ରଶାସନ

ବିରଳ ମାଂସପେଶୀ କ୍ଷୟ ଜନିତ ରୋଗରେ ପୀଡ଼ିତ ହୋଇଥିବା ସମ୍ବଲପୁରର ୧୬ ବର୍ଷ ବାଳକର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

assistance provided to child for treatment
ରୋଗାଗ୍ରସ୍ତ ବାଳକକୁ ମିଳିଲା ସହାୟତା
author img

By

Published : Aug 20, 2023, 9:52 AM IST

ରୋଗାଗ୍ରସ୍ତ ବାଳକକୁ ମିଳିଲା ସହାୟତା

ସମ୍ବଲପୁର: ରୋଗରେ ଆକ୍ରାନ୍ତ ବାଳକକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲା ସମ୍ବଲପୁର ଜିଲ୍ଲା ପ୍ରଶାସନ । ବିରଳ ମାଂସପେଶୀ କ୍ଷୟ ଜନିତ ରୋଗରେ ପୀଡ଼ିତ ହୋଇଥିବା ସମ୍ବଲପୁରର ୧୬ ବର୍ଷ ବାଳକର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଟଙ୍କା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ରୋଗୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ରେଳ ଦୁର୍ଘଟଣା, CMRFକୁ ସହାୟତା ରାଶି ପ୍ରଦାନ କଲେ ବିଭିନ୍ନ ସଂଗଠନ

ଏହା ମଧ୍ୟ ପଢ଼ନ୍ତୁ: Balasore Train Accident: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ଜିଲ୍ଲା ଚିପଲିମା ନିବାସୀ ଶୁକଦେବ ବେହେରାଙ୍କ ୧୬ ବର୍ଷୀୟ ପୁଅ ଶ୍ରୀତମ ବେହେରା । 7 ବର୍ଷ ବୟସରୁ ସେଡିଏମଡି ଡିଜିଜ ବା ମାଂସ ପେଶୀ ଜନିତ ଗୁରୁତର ସମସ୍ୟାରେ ପୀଡିତ ଅଛନ୍ତି । ପ୍ରତିଦିନ ବୁର୍ଲା ଭୀମସାର ମେଡ଼ିକାଲରେ ତାଙ୍କୁ ଡାଇଲେସିସ୍ କରିବାକୁ ପଡୁଛି l ପୁଅର ଚିକିତ୍ସା ପାଇଁ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯିବା ଉପରେ l ଏଭଳି ସ୍ଥିତିରେ ଶେଷରେ ରାଜ୍ୟ ସରକାରଙ୍କ ଉପରେ ଭରଷା କରି ଶ୍ରୀତମଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ତତ୍ପରତାର ସହ ନେଇ 10 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି । ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Bahanaga Train Tragedy: ୮ ଅସହାୟ ଶିଶୁଙ୍କୁ ମିଳିଲା ସହାୟତା ରାଶି

ଏହା ମଧ୍ୟ ପଢ଼ନ୍ତୁ: ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: 11 ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲଗାତାର ଚିକିତ୍ସା ଯୋଗୁଁ ବହୁ ଅର୍ଥ ଖର୍ଚ୍ଚ ହୋଇ ସାରିଥିବା ବେଳେ ଏହି ସହାୟତା ରାଶି ପରିବାର ଲୋକଙ୍କୁ ଆଶ୍ୱସ୍ଥି ପ୍ରଦାନ କରିଛି l ଏହି ଅର୍ଥ ଶ୍ରୀତମଙ୍କୁ ଫିଜିଓଥେରାପି ଚିକିତ୍ସା ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି l ଏହି ସହାୟତା ରାଶିର ଚେକ ପ୍ରଦାନ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ରୋଗାଗ୍ରସ୍ତ ପୁଅର ଚିକିତ୍ସା ପାଇଁ ସରକାର ଅର୍ଥ ଯୋଗାଇ ଥିବାରୁ ଶ୍ରୀତମଙ୍କ ପରିବାର ଖୁସି ପ୍ରକାଶ କରିଛନ୍ତି । ଏଥିସହ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.