ETV Bharat / state

ସମ୍ବଲପୁରରେ ଆୟୋଜିତ ହେବ ନିଆରା ଫୁଟବଲ ମ୍ୟାଚ, ଏକାଠି ଖେଳିବେ ପୁଅ ଝିଅ

author img

By ETV Bharat Odisha Team

Published : Nov 15, 2023, 10:23 AM IST

ଲିଙ୍ଗଗତ ଭେଦଭାବକୁ ଦୂର କରିବା ଲକ୍ଷ୍ୟରେ ସମ୍ବଲପୁରରେ ଆୟୋଜିତ ହେବ ନିଆରା ଫୁଟବଲ ମ୍ୟାଚ । ଯେଉଁଥିରେ ଦଳରେ ଉଭୟ ପୁଅ ଝିଅ ଖେଳାଳି ସାମିଲ ହେବେ । ଅଧିକ ପଢନ୍ତୁ

football match to be be held in Sambalpur
ସମ୍ବଲପୁରରେ ଆୟୋଜିତ ହେବ ନିଆରା ଫୁଟବଲ ମ୍ୟାଚ
football match to be be held in Sambalpur

ସମ୍ବଲପୁର: ଆସନ୍ତା ୧୭ ତାରିଖରେ ସମ୍ବଲପୁର ସହରର ଫୋର-ସି ଖେଳ ପଡିଆରେ ଏକ ନିଆରା ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି l ଏହି ଫୁଟବଲ ମ୍ୟାଚରେ ସ୍ୱତନ୍ତ୍ରତା ଦେଖିବାକୁ ମିଳିବ l ଏହି ମ୍ୟାଚରେ ଉଭୟ ପୁଅ ଓ ଝିଅମାନେ ଦଳରେ ଏକାଠି ଖେଳିବେ l ଲିଙ୍ଗଗତ ସମାନତାର ବାର୍ତ୍ତା ନେଇ ଏପରି ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ଉଭୟ ଟିମରେ ଉଭୟ ପୁଅ ଓ ଝିଅ ଖେଳାଳି ରହିବେ l ସମ୍ବଲପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ ପତଙ୍ଗ ପକ୍ଷରୁ ଆୟୋଜିତ ସମତା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିବ l

ଲିଙ୍ଗଗତ ଭେଦଭାବ ଉପରେ ସଚେତନତା ପାଇଁ ଏହିଭଳି ଏକ ଫୁଟବଲ ମ୍ୟାଚ ଦେଖିବାକୁ ମିଳିବ । ଏଥିରେ ହକି ଇଣ୍ଡିଆର ସଭାପତି ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବେ l ବର୍ତ୍ତମାନ ସମାଜରେ ଦେଖାଦେଇଥିବା ଲିଙ୍ଗଗତ ଭେଦଭାବକୁ ଦୂର କରିବା ନେଇ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ଏକ ଫୁଟବଲ ପ୍ରତିଯୋଗିତା ଆୟୋଜନ କରିଛି "ପତଙ୍ଗ" ଅନୁଷ୍ଠାନ l ଏଥିରେ ଜିଲ୍ଲାର ଜୁଯୋମୁରା, ମାନେଶ୍ୱର, ଧନକଉଡ଼ା ବ୍ଳକର 10 ଗୋଟି ଫୁଟବଲ ଟିମର 150 ଜଣ ପୁଅ ଝିଅ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି l

ସବୁଠାରୁ ବଡ଼ କଥା ହେଲା ଏହି ପ୍ରତିଯୋଗିତାର ପ୍ରତ୍ୟେକ ଟିମରେ ଉଭୟ ପୁଅ ଓ ଝିଅ ଖେଳାଳି ଏକା ସାଥିରେ ଅଛନ୍ତି l "ପତଙ୍ଗ" ଅନୁଷ୍ଠାନ ପକ୍ଷରୁ ଏପରି ପ୍ରତିଯୋଗିତା ମାଧ୍ୟମରେ ସମାଜରେ ଲିଙ୍ଗଗତ ଭେଦଭାବକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଥିବା ନେଇ ପତଙ୍ଗ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି l ଆସନ୍ତା ୧୭ ତାରିଖରେ ଏହି ମ୍ୟାଚ ଖେଳାଯିବ । ଏହାକୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ପତଙ୍ଗ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୁଖ୍ୟ ରୀତା ମିଶ୍ର କହିଛନ୍ତି, ''ସମତା କପ 2023 ଆୟୋଜନ କରିବାକୁ ଯାଉଛୁ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ମିକ୍ସଡ ଜେଣ୍ଡର ଫୁଟବଲ ଟିମ୍ ପ୍ରସ୍ତୁତ କରିଛୁ । ପ୍ରତି ଦଳରେ ପୁଅ ଝିଅ ଏକାଠି ଖେଳିବେ । ସମାଜରେ ଲିଙ୍ଗଗତ ପାର୍ଥ୍ୟକକୁ ଦୂର କରିବାକୁ ଏହି ପ୍ରୟାସ ହୋଇଛି । 7 ଓ 8 ତାରିଖରେ ଲିଗ ମ୍ୟାଚ ସରିଥିଲା । 10 ତାରିଖରେ ସେମି ଫାଇନାନ ମ୍ୟାଚ ଖେଳା ଯାଇଥିଲା । 17 ତାରିଖରେ ଫାଇାନଲ ମ୍ୟାଚ ଅନୁଷ୍ଠିତ ହେବ ।''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.