ETV Bharat / state

ସମ୍ବଲପୁରIIM G20 University-Connect: ପାକିସ୍ତାନକୁ କୁକୁଡା଼ ସହ ତୁଳନା କଲେ ପୂର୍ବତନ ରାଷ୍ଟ୍ରଦୂତ - ଭାରତ ଜି20

ସମ୍ବଲପୁରIIM ଠାରେ G-20 University-Connect କାର୍ଯକ୍ରମ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଅବସରପ୍ରାପ୍ତ IFS ଅଧିକାରୀ ଜେ.କେ ତ୍ରିପାଠୀ। ଅଧିକ ପଢ଼ନ୍ତୁ

ପୂର୍ବତନ ରାଷ୍ଟ୍ରଦୂତ ଜେ.କେ ତ୍ରିପାଠୀ
ପୂର୍ବତନ ରାଷ୍ଟ୍ରଦୂତ ଜେ.କେ ତ୍ରିପାଠୀ
author img

By ETV Bharat Odisha Team

Published : Sep 1, 2023, 10:20 PM IST

ପୂର୍ବତନ ରାଷ୍ଟ୍ରଦୂତ ଜେ.କେ ତ୍ରିପାଠୀ

ସମ୍ବଲପୁର: ସମ୍ବଲପୁରIIM ଠାରେ G-20 University-Connect କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ IFS ଅଧିକାରୀ ତଥା ପୂର୍ବତନ ରାଷ୍ଟ୍ରଦୂତ ଜେ.କେ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଅବସରରେ ଭାରତରେ ଆଗକୁ ହେବାକୁ ଥିବା G20 Meetକୁ ନେଇ IIMର MBA ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଅବସରପ୍ରାପ୍ତ କୂଟନୀତିଜ୍ଞ । ମୁଖ୍ୟତଃ G20 କଣ ? , ଏହା କାହିଁକି ଗଠନ ହୋଇଥିଲା ?, ଏଥିରେ ଭାରତର ଭୂମିକା କଣ ରହିଛି ?, G20 Meetରେ ଭାରତୀୟ ଯୁବବର୍ଗଙ୍କର କଣ ଦାୟିତ୍ୱ ରହିଛି? ଏବଂ ଯୁବବର୍ଗ G20ରୁ କଣ ପାଇ ପାରିବେ?, ଏହି ସବୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର IIMର ଛାତ୍ରଛାତ୍ରୀଙ୍କ ଦ୍ବାରା ପଚରା ଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେଇ ତ୍ରିପାଠୀ କହିଥିଲେ ଯେ, ବର୍ତ୍ତମାନ ଭାରତ ବିଶ୍ୱଶକ୍ତି ହେବା ରାସ୍ତାରେ ଆଗେଇ ଚାଲିଛି । ସ୍ୱାଧୀନତା ପରେ ଭାରତ ଏକ ଦୁର୍ବଳ ରାଷ୍ଟ୍ର ଭାବେ ପରିଗଣିତ ହେଉଥିବା ବେଳେ, ଏହି ଶତାବ୍ଦୀର ପ୍ରଥମ ଭାଗରେ ଏହା ଏକ ମଧ୍ୟମ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଏହାର ଅଭ୍ୟୁଦୟ ହୋଇଥିଲା। ତେବେ ବର୍ତ୍ତମାନ ଭାରତ ଏକ Economic Power ଭାବେ ଏହାର ଶକ୍ତି ବୃଦ୍ଧି କରିଛି।

ଏହା ମଦ୍ୟ ପଢ଼ନ୍ତୁ...Trishul Exercise: G20 ସମିଟ ବେଳେ ସୀମାରେ ଗର୍ଜିବେ ମିରାଜ ସହ ରାଫେଲ

ଏହାସହ ବର୍ତ୍ତମାନ ଭାରତରେ ଭଲ ସଡ଼କ, ଦ୍ରୁତଗତିରେ ଚାଲୁଥିବା ଗାଡ଼ି ଥିବାବେଳେ ଏହାର ଅର୍ଥନୈତିକ ଅଭିବୃଦ୍ଧି ଦ୍ରୁତଗତିରେ ହେଉଛି । ଏହାଛଡ଼ା ଭାରତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଢେର ଆଗରେ ରହିଛି । ଚନ୍ଦ୍ରୟାନ-3ର ସଫଳତା ଏହାର ବଡ଼ ଉଦାହରଣ ଅଟେ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରଦୂତ । ଏହାସହ କାଶ୍ମୀର ସମସ୍ୟା ନେଇ ପାକିସ୍ତାନ ବିଶ୍ୱ ସ୍ତରରେ ନିଜର ଯୁକ୍ତି ଉପସ୍ଥାପନା କରୁଥିଲେ ମଧ୍ୟ ବର୍ତ୍ତମାନ ଏହାର ସ୍ଥିତି ଏକ ପ୍ରାଥମିକ ସ୍କୁଲ୍‌ର କେଜି ଶ୍ରେଣୀର ଛୋଟ ଛୋଟ ପିଲାଙ୍କ ଅଭିଯୋଗ କରିବା ଭଳି ହୋଇଛି । ସେପଟେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ସ୍ଥିତି ଏକ ମୁର୍ଗା (କୁକୁଡ଼ା)ଠାରୁ ମଧ୍ୟ ହୀନ ବୋଲି ସେ ବିବେଚନା କରିଛନ୍ତି।

ତେବେ ଭାରତରେ ହେବାକୁ ଥିବା G20 ବୈଠକରେ ଚୀନର ରାଷ୍ଟ୍ରପତି ଯୋଗ ଦେବେ କି ନାହିଁ? ଏହାକୁ ନେଇ ତ୍ରିପାଠୀ କହିଛନ୍ତି ଯେ, ଚୀନରେ ଅନେକ ଅଭ୍ୟନ୍ତରୀଣ ସମସ୍ୟା ଲାଗି ରହିଥିବାରୁ ଏଠାରୁ ଚୀନବାସୀଙ୍କର ଧ୍ୟାନ ହଟେଇବା ପାଇଁ ଚୀନ ବର୍ତ୍ତମାନ ସୀମା ବିବାଦର ପ୍ରସଙ୍ଗ ଉଠାଉଛି । ଅନ୍ୟପକ୍ଷେ G20 ବୈଠକରେ ସାଉଦି ଆରବ ଓ ଇଜିପ୍ଟ ଯୋଗନଦେବା ପାଇଁ ପାକିସ୍ତାନ ସେମାନଙ୍କ ଉପରେ ଚାପ ପକାଉଛି ବୋଲି ପୂର୍ବତନ ରାଷ୍ଟ୍ରଦୂତ କହିଛନ୍ତି । ମୁଖ୍ୟତଃ ଜାମ୍ମୁ ଓ କାଶ୍ମୀରରୁ ଧାରା 370 ହଟାଯିବା ପରେ ସେଠାରେ ଶାନ୍ତି ପ୍ରତିଷ୍ଠା ହୋଇଥିବାରୁ ଏହି ଜିନିଷକୁ ପାକିସ୍ତାନ ଗ୍ରହଣ କରିପାରୁନାହିଁ । ସେଥିପାଇଁ ପାକିସ୍ତାନ ଇଜିପ୍ଟ ଓ ସାଉଦି ଆରବ ଉପରେ ଚାପ ପକାଉଥିବାର ସେ କହିଛନ୍ତି । ତେବେ ଏହା ଦ୍ୱାରା ଭାରତର ସମ୍ପର୍କ ଇଜିପ୍ଟ ଓ ସାଉଦି ଆରବ ସହିତ ଖରାପ ହେବ ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.