ETV Bharat / state

ସାନିଟାଇଜ ହେବ ବୁର୍ଲା ଭିମସାର ପରିସର, କଟକଣା ଲାଗୁ ପାଇଁ ନିର୍ଦ୍ଦେଶ ଜାରି

author img

By

Published : Jul 14, 2020, 10:30 PM IST

କୋରୋନା ପ୍ରକୋପରୁ ବାଦ ପଡିନି ବୁର୍ଲା ଭିମସାର ମେଡିକାଲ । ମେଡିକାଲ ପରିସରରେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ କିଛି ଗୁରୁଚତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଫଳରେ ଆସନ୍ତା 15ରୁ 19 ତାରିଖ ପର୍ଯ୍ୟନ୍ତ ବୁର୍ଲା ମେଡିକାଲରେ କଟକଣା ଲାଗିଥିବା ଘୋଷଣା କରାଯାଇଛି ।

corona situation in sambalpur, corona update in sambalpur, sambalpur latest news, corona restriction in burla vimsar, sanitization in burla vimsar, corona case in burla vimsar, ସମ୍ବଲପୁରରେ କୋରୋନା ସ୍ଥିତି, ସମ୍ବଲପୁରରେ କୋରୋନା ଅପଡେଟ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ବୁର୍ଲା ଭିମସାରରେ କୋରୋନା କଟକଣା, ବୁର୍ଲା ଭିମସାରରେ ସାନିଟାଇଜେସନ, ବୁର୍ଲା ଭିମସାରରେ କୋରୋନା ସଂକ୍ରମଣ
ସାନିଟାଇଜ ହେବ ବୁର୍ଲା ଭିମସାର ପରିସର, କଟକଣା ଲାଗୁ ପାଇଁ ନିର୍ଦ୍ଦେଶ ଜାରି

ସମ୍ବଲପୁର: ସାରା ରାଜ୍ୟରେ କୋରୋନା ଆତଙ୍କ ଆକ୍ରାମକ ରୂପ ଧାରଣ କରିଥିବା ବେଳେ ଏହାର ପ୍ରକୋପରୁ ବାଦ ପଡିନି ବୁର୍ଲା ଭିମସାର ମେଡିକାଲ । ସେପଟେ ମେଡିକାଲ ପରିସରରେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ କିଛି ଗୁରୁଚତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଫଳରେ ଆସନ୍ତା 15ରୁ 19 ତାରିଖ ପର୍ଯ୍ୟନ୍ତ ବୁର୍ଲା ମେଡିକାଲରେ କଟକଣା ଲାଗିଥିବା ଘୋଷଣା କରାଯାଇଛି ।

ଏହି ଘୋଷଣା ଅନୁଯାୟୀ କଟକଣା ଅବଧି ମଧ୍ୟରେ କେବଳ କ୍ୟାଜୁଆଲିଟି ଓ ଏମର୍ଜେନ୍ସି ସର୍ଜରୀ ସେବା ଜାରି ରହିବ । ରେଫରାଲ ଓ ଏମର୍ଜେନ୍ସି ରୋଗୀଙ୍କୁ ଏହି ସମୟ ମଧ୍ୟରେ କେବଳ ମେଡିକାଲରେ ଭର୍ତ୍ତି କରିବାକୁ ଅନୁମତି ମିଳିବ । ତେବେ କଟକଣା ଅବଧି ମଧ୍ୟରେ ମେଡିକାଲ ପରିସରକୁ ଅଗ୍ନିଶମ ବିଭାଗ ପକ୍ଷର ସମ୍ପୂର୍ଣ୍ଣ ସାନିଟାଇଜ କରାଯିବାର ଯୋଜନା ରହିଛି ।

ଏଥିସହ ଏହି ଅବଧି ମଧ୍ୟରେ ମେଡିକାଲରେ ଚିକିତ୍ସାଧିନ ରୋଗୀଙ୍କ ସହ କେବଳ ଜଣେ ଆଟେଣ୍ଡାଣ୍ଟ ରହିପାରିବା ପାଇଁ ଅନୁ୍ମତି ରହିଛି । ବୁର୍ଲା ମେଡିକାଲରେ କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀ, କର୍ମଚାରୀ ଓ ରୋଗୀ ଏହି ସମୟ ମଧ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.