ETV Bharat / state

ଟୋକନ ବ୍ୟବସ୍ଥା ଉଚ୍ଛେଦ ନେଇ ଜୋର ଧରିଲା ଦାବି - remove token process in sambalpur

ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ସମ୍ବଲପୁରର ଚାଷୀ । ଏନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି ।

remove token process in sambalpur
ଟୋକନ ବ୍ୟବସ୍ଥା ଉଚ୍ଛେଦକୁ ନେଇ ଚାଷୀଙ୍କ ଦାବି
author img

By

Published : Feb 26, 2020, 7:04 PM IST

ସମ୍ବଲପୁର: ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ସମ୍ବଲପୁରର ଚାଷୀ । ଚଳିତ ବର୍ଷ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଟୋକନ ଵ୍ୟଵସ୍ଥାର ପ୍ରଚଳନ ଆରମ୍ଭ କରିଥିଲେ । ତେବେ ଟୋକନ ବ୍ୟବସ୍ଥାର ସବୁ ନିଷ୍ପତ୍ତି ଜିଲ୍ଲାସ୍ତରରେ ନହୋଇ ରାଜ୍ୟସ୍ତରରେ ନିଆଯାଇଥିଲା । ଏନେଇ ଚାଷୀ ଅସନ୍ତୋଷ ଦେଖା ଯାଇଥିଲା ।

ଟୋକନ ବ୍ୟବସ୍ଥା ଉଚ୍ଛେଦକୁ ନେଇ ଚାଷୀଙ୍କ ଦାବି

ଏହି ଟୋକନ ଵ୍ୟଵସ୍ଥା ଦ୍ବାରା ଚାଷୀମାନେ ଠିକ ସମୟରେ ଉତ୍ପାଦିତ ଫସଲ ବିକ୍ରି କରି ପାରିନଥିଲେ । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନ କରିଥିଲେ । ଏବେ ମଧ୍ୟ ଜିଲ୍ଲାର 30 ପ୍ରତିଶତ ଉତ୍ପାଦିତ ଧାନ ବିକ୍ରି ହୋଇନଥିବା ଚାଷୀ କହିଛନ୍ତି ।

ଏହାଦ୍ବାରା ଚାଷୀମାନେ ମିଲର ମାନଙ୍କ ଠାରେ ଧାର୍ଯ୍ୟ ମୂଲ୍ୟରୁ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଚାଷୀ କହିଛନ୍ତି । ସେଥିପାଇଁ ପୂର୍ବ ପରି ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରି ପି ପାସ ଜରିଆରେ ଧାନ ସଂଗ୍ରହ ବ୍ୟବସ୍ଥା କରିବାକୁ ସମ୍ବଲପୁର ବରେଇପାଲି ଜୟଦୁର୍ଗା କୃଷକ ସଂଗଠନର ଚାଷୀ ଦାବି କରିଛନ୍ତି । ଆଗକୁ ଦାବି ପୂରଣ ନହେଲେ ସମଗ୍ର ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ହେବ ବୋଲି ଚାଷୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁଶମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.