ସମ୍ବଲପୁର: ଆଗାମୀ ଦିନରେ ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ ଥିବା ବେଳେ ସମ୍ବଲପୁର ଜିଲ୍ଲା ପ୍ରଶାସନ ମହରମ ର ସମୁହ ଶୋଭାଯାତ୍ରା ଉପରେ ରୋକ ଲଗାଇଛି l ଲୋକେ ନିଜ ନିଜ ଅଞ୍ଚଳରେ ସ୍ଥାନୀୟ ଥାନା ରୁ ଅନୁମତି ନେଇ ଵିଧି ରକ୍ଷା ପୂର୍ବକ ମହରମ ପାଳନ କରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ ଶୁଣେଇ ଦେଇଛି l ଗତକାଲି ଗୁରୁବାର ଏନେଇ ଜିଲ୍ଲା ପ୍ରଶାସନ ଏକ ଶାନ୍ତି କମିଟି ବୈଠକ କରିଥିବା ବେଳେ ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ସମୟରେ ହୋଇଥିବା ହିଂସା ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସମ୍ବଲପୁର ଜିଲ୍ଲାପାଳ ଓ ଏସପି ସୂଚନା ଦେଇଥିଲେ l
ଏହାବି ପଢନ୍ତୁ- Religious Processions Banned: ଗୋଟିଏ ବର୍ଷ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ
ତେବେ ବର୍ତ୍ତମାନ ମଧ୍ୟ ଶାନ୍ତି ସମ୍ପୂର୍ଣ୍ଣ ରୂପେ ଫେରିନଥିବାର ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ଏସପି କହିଛନ୍ତି l ତେବେ ଆଗାମୀ ଗୋଟିଏ ବର୍ଷ ପାଇଁ ମୁଖ୍ୟତଃ ହନୁମାନ ଜୟନ୍ତୀ ଓ ମହରମ ପର୍ବର ସମୁହ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଥିବା ର ସମ୍ବଲପୁର ଏସପି ଓ ଜିଲ୍ଲାପାଳ କହିଛନ୍ତି l ତେବେ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ କୁ ଶାନ୍ତି କମିଟି ରେ ଯୋଗ ଦେଇଥିବା ମୁସଲମାନ ସମ୍ପ୍ରଦାୟ ର ଅନେକ ଲୋକ ବିରୋଧ କରିଥିଲେ ଓ ଉଭୟ ପକ୍ଷର ଆପୋଷ ବୁଝାମଣା କରି ଶାନ୍ତିପୂର୍ଣ ଭାବେ ମହରମ ର ଶୋଭାଯାତ୍ରା କୁ ସମ୍ପୂର୍ଣ୍ଣ କରିବାର ଚେଷ୍ଟା ହେବା ଉଚିତ ବୋଲି କହିଥିଲେ l ତେବେ ଗତ ହନୁମାନ ଜୟନ୍ତୀ ହିଂସା ପାଇଁ ବର୍ତ୍ତମାନ ମଧ୍ୟ ଶାନ୍ତି ସମ୍ପୂର୍ଣ୍ଣ ଫେରି ନଥିବା ଗୁଇନ୍ଦା ରିପୋର୍ଟ ମିଳିଥିବାରୁ ଏହି ପଦକ୍ଷେପ ନିଆଯାଇଥିବାର ସମ୍ବଲପୁର ଏସପି କହିଛନ୍ତି l
ଅନ୍ୟପଟେ ମୁସଲମାନ ସମ୍ପ୍ରଦାୟର କେତେକ ଲୋକ ଜିଲ୍ଲା ପ୍ରଶାସନ ର ଏହି ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକଟ କରିବା ସହ ମହରମ ଶୋଭାଯାତ୍ରା ଉପରେ ରୋକ ନ ଲଗାଯାଇ ଏହା କିପରି ଶାନ୍ତି ଶୃଙ୍ଖଳା ର ସହ ହୋଇ ପାରିବ ସେନେଇ ଜିଲ୍ଲା ପ୍ରଶାସନ ଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି l କିଛି ସଚେତନ ନାଗରିକ ଜିଲ୍ଲା ପ୍ରଶାସନ ର ଏହି ପଦକ୍ଷେପ ନନେଇ ଏହିଭଳି ହିଂସା ସୃଷ୍ଟି କରୁଥିବା ଅଥବା କରିବାକୁ ପ୍ରବାର୍ତ୍ତାଉ ଥିବା ଅସାମାଜିକ ଲୋକଙ୍କୁ ଜେଲ ପଠାଇ ବାର ବ୍ୟବସ୍ଥା କରିବା ଉଚିତ l ଏହିସବୁ ପର୍ବ ଗୁଡିକ ଉପରେ ଲୋକଙ୍କ ଭାବାବେଗ ଜଡିତ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ରୋକ ଲଗାଇବା ଅନୁଚିତ ବୋଲି କିଛି ସଚେତନ ଲୋକ କହିଛନ୍ତି l ସମ୍ବଲପୁର ସହର ଏକ ଭାଇଚାରାର ସହର l ଯଦି ବି କୌଣସି ଘଟଣା ଯୋଗୁଁ ସାମ୍ପ୍ରଦାୟିକ ସୌହାର୍ଦ୍ଦ ବିଗିଡିଛି ଏହାର ସମାଧାନ ଆଲୋଚନା ମାଧ୍ୟମରେ ହୋଇ ପାରିବ ବୋଲି କିଛି ଲୋକ ମତ ରଖିଛନ୍ତି l
ସୂଚନା ଯୋଗ୍ୟ ଯେ ହନୁମାନ ଜୟନ୍ତୀ ହିଂସା ମାମଲାରେ ବର୍ତ୍ତମାନ 100 ରୁ ଉର୍ଦ୍ଧ ଅଭିଯୁକ୍ତ ଜେଲରେ ଅଛନ୍ତି l ତେଣୁ ଏହିଭଳି ଆଉ କିଛି ଅସାମାଜିକ ଲୋକଙ୍କୁ ଜେଲରେ ପୁରାଇ ମହରମ ଶୋଭାଯାତ୍ରା ଶାନ୍ତିର ସହ କରେଇ ହୋଇଥାନ୍ତା ବୋଲି କିଛି ଲୋକ ନିଜର ମତ ରଖିଛନ୍ତି l
ଇଟିଭି ଭାରତ, ସମ୍ବଲପୁର