ETV Bharat / state

7 ଦଫା ଦାବି ନେଇ ଆଦିତ୍ୟ ଆଲୁମିନା କମ୍ପାନୀ ସମ୍ମୁଖରେ ବନ୍ଦ ପାଳନ

ରେଙ୍ଗାଲୀ ବ୍ଲକ ଲପଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନିୟମ କମ୍ପାନୀରେ ପୁଣି ଥରେ ପ୍ରକାଶ ପାଇଛି ଜନ ଅସନ୍ତୋଷ। କମ୍ପାନୀ ନିଜର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ନକରି କେବଳ ଲାଭଖୋର ମନୋବୃତି ରଖିଛି ବୋଲି ଅଭିଯୋଗ କରି ରେଙ୍ଗାଲୀ ଅଞ୍ଚଳବାସୀ 3 ଦିନିଆଁ କମ୍ପାନୀ ବନ୍ଦ ଡାକରା ଦେଇଛନ୍ତି । ଅଧିକ ପଢନ୍ତୁ...

7 ଦଫା ଦାବି ନେଇ ଆଦିତ୍ୟ ଆଲୁମିନା କମ୍ପାନୀ ସମ୍ମୁଖରେ ବନ୍ଦ ପାଳନ
7 ଦଫା ଦାବି ନେଇ ଆଦିତ୍ୟ ଆଲୁମିନା କମ୍ପାନୀ ସମ୍ମୁଖରେ ବନ୍ଦ ପାଳନ
author img

By

Published : Mar 16, 2021, 9:41 AM IST

ସମ୍ବଲପୁର: ରେଙ୍ଗାଲୀ ବ୍ଲକ ଲପଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନିୟମ କମ୍ପାନୀରେ ପୁଣି ଥରେ ପ୍ରକାଶ ପାଇଛି ଜନ ଅସନ୍ତୋଷ। କମ୍ପାନୀ ନିଜର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ନକରି କେବଳ ଲାଭଖୋର ମନୋବୃତି ରଖିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ରେଙ୍ଗାଲୀ ଅଞ୍ଚଳ ବାସୀ। ରେଙ୍ଗାଲୀର ଵୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଏନେଇ କମ୍ପାନୀର ମୁଖ୍ୟ ଫାଟକ ବାହାରେ 7 ଦଫା ଦାବି ପୂରଣ ନେଇ 3 ଦିନିଆଁ କମ୍ପାନୀ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି।

7 ଦଫା ଦାବି ନେଇ ଆଦିତ୍ୟ ଆଲୁମିନା କମ୍ପାନୀ ସମ୍ମୁଖରେ ବନ୍ଦ ପାଳନ

ଗତକାଲିଠାରୁ(ସୋମବାର) ଆରମ୍ଭ ହୋଇଥିବା ଏହି ବନ୍ଦ ସକାଳ 8 ଟାରୁ ଅପରାହ୍ନ 4 ଟା ଯାଏ ଆଦିତ୍ୟ ଆଲୁମିନିୟମ କମ୍ପାନିର ମୁଖ୍ୟ ଗେଟକୁ ବନ୍ଦ ରଖି 3 ଦିନ ଧରି ପ୍ରତିବାଦ କରାଯିବ ବୋଲି ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି । ଆଞ୍ଚଳିକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି ଯେ, କମ୍ପାନୀରେ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରାଯାଉଛି।

ଏଥି ସହ ପାରିପାର୍ଶ୍ବିକ ଅଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା, ସ୍ଥାନୀୟ ଅଞ୍ଚଳରେ ସିଏସଆର ପାଣ୍ଠିରୁ ଉନ୍ନୟନ କାର୍ଯ୍ୟ କରାଯିବା ପ୍ରମୁଖ 7 ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଉଛି। ତେବେ ଦାବି ପୂରଣ ନେହେଲେ ଆଗାମୀ ଦିନରେ କମ୍ପାନୀ ବାହାରେ ତାଲା ପକାଇ କମ୍ପାନୀକୁ ଅଚଳ କରି ଦିଆଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.