ETV Bharat / state

ଆଧ୍ୟାତ୍ମିକ ଉନ୍ନତି ପାଇଁ ଆତ୍ମାକୁ ଶିକ୍ଷିତ କରିବା ଦରକାର: ରାଷ୍ଟ୍ରପତି - ରାଷ୍ଟ୍ରପତିଙ୍କ ସମ୍ବଲପୁର ଗସ୍ତ

ଓଡିଶା ଗସ୍ତର ଅନ୍ତିମ ଦିନରେ ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବଲପୁର ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ନୂତନ ଭାରତ ନୂତନ ଶିକ୍ଷା ନୀତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ଜାତୀୟ ଶିକ୍ଷା ଅଭିଯାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Droupadi Murmu at National Education Campaign
author img

By ETV Bharat Odisha Team

Published : Nov 22, 2023, 2:33 PM IST

President sambalpur visit

ସମ୍ବଲପୁର: ଆଜି ଏଠାରେ ଜାତୀୟ ଶିକ୍ଷା ଅଭିଯାନକୁ ଉଦଘାଟନ କରି ମୁଁ ଆନନ୍ଦିତ । ନୂଆ ଭାରତ ଓ ନୂଆ ଶିକ୍ଷାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଏହି ଅଭିଯାନର ଆରମ୍ଭ କରିଥିବାରୁ ବ୍ରହ୍ମାକୁମାରୀ ସଂସ୍ଥାଙ୍କୁ ଧନ୍ୟବାଦ । ସମାଜ ଗଠନରେ ଶିକ୍ଷାର ସର୍ବଦା ଗୁତୁତ୍ୱ ରହିଛି । ଏହି ଜାତୀୟ ଶିକ୍ଷା ଅଭିଯାନ ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ । ମଣିଷର ପ୍ରଥମ ଶିକ୍ଷା ପରିବାରରୁ ହିଁ ଆରମ୍ଭ ହୋଇଛି । ଘରୁ ହିଁ ଶିକ୍ଷା ଆରମ୍ଭ ହୋଇଥାଏ । ମାଆ ପିଲାଙ୍କର ପ୍ରଥମ ଶିକ୍ଷିକା । ମାଆ ପିଲାମାନଙ୍କୁ ଭାଷା ଶିକ୍ଷା ଦିଏ ପରିବେଶ ସହ ପରିଚିତ କରାଏ । ମାଆ ଦ୍ବାରା ପିଲା ତାର ବାପା, ଭାଇ ଭଉଣୀ ପଡୋଶୀଙ୍କୁ ଚିହ୍ନିଥାଏ । ସ୍କୁଲ୍‌ ଯିବା ପୂର୍ବରୁ ମାଆ ଭାଷା ଜରିଆରେ ସେ ପୃଥୀବିକୁ ଜାଣି ସାରିଥାଏ । ମାତୃଭାଷାରେ ପିଲାର ଶିକ୍ଷାଦ୍ୱାରା ପିଲାର ସ୍ୱାଭାବିକ ବିକାଶ ହୋଥାଏ ବୋଲି ସମ୍ବଲପୁର ବ୍ରହ୍ମାକୁମାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ଅଭିଯାନର ନୂଆ ଶିକ୍ଷା ନୂଆ ଭାରତ ଅଭିଯାନ ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଜାତୀୟ ଶିକ୍ଷା ନୀତି 2020ରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି । ମାତୃଭାଷା ପିଲାମାନଙ୍କର ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ । ଜାତୀର ଜନକ ମହାତ୍ମାଗାନ୍ଧୀଙ୍କଠାରୁ ନେଇ ଗୋପବନ୍ଧୁ ଦାସ ସମସ୍ତ ମାତୃଭାଷା ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇଥିଲେ । ଆମ ପିଲାମାନେ ଏକାଧିକ ଭାଷା ଶିଖିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ବିଦେଶୀ ଭାଷା ଆମ ମାତୃଭାଷାର ସ୍ଥାନ ନେବା ଉଚିତ ନୁହେଁ । ଯେତେ ଭାଷା ଶିଖୁଛ ଶିଖ ମାତ୍ର ନିଜ ମାତୃଭାଷା ମହତ ରଖ । ଭାଷା ଓ ସଂସ୍କୃତି ପରସ୍ପର ସହ ଜଡ଼ିତ । ପିଲାଟିଏ ନିଜ ମାତୃଭାଷାରେ ଶିକ୍ଷାଲାଭ କଲେ ନିଜ ସଂସ୍କୃତି ବିଷୟରେ ଜ୍ଞାନ ଆହରଣ କରିଥାଏ । ବର୍ତ୍ତମାନ ବିଶ୍ବର ବିଭିନ୍ନ ସ୍ଥାନରେ ଆଶନ୍ତି ଦେଖିବାକୁ ମିଳୁଛି ମାତ୍ର ଭାରତ ସର୍ବଦା ବିଶ୍ବ ଶାନ୍ତିର କଥା କହି ଆସୁଛି । କେହି ଦୁଃଖରେ ନରୁହନ୍ତୁ ସମସ୍ତେ ଭଲରେ ରୁହନ୍ତୁ ଏହା ଯଦି ପିଲାମାନେ ମୂଳରୁ ଶିଖିବେ ତେବେ ସେମାନଙ୍କ ମଧ୍ୟରେ ଆପଣା ପରର ଭେଦଭାବ ରହିବ ନାହିଁ । ଆମ ଛାତ୍ରଛାତ୍ରୀ ଭାରତୀୟ ସଂସ୍କୃତିରେ ଥିବା ମହତ୍ ଚିନ୍ତାଧାରା ସହିତ ପରିଚିତ ହେବା ଦରକାର । ସେବା, ସହାନୁଭୂତି, ନୈତିକତା ଆମ ସଂସ୍କୃତିର ମୂଳଦୁଆ । ଜାତୀୟ ଶିକ୍ଷା ନୀତିରେ ମାନବୀନ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆଜିକାଲି ଦେଖିବାକୁ ମିଳୁଛି ବୃଦ୍ଧ ବାପାମାଆଙ୍କ ସେବା ସେମାନଙ୍କ ପିଲା କରୁନାହାନ୍ତି । ଆମ ସଂସ୍କୃତିରେ ପିତାମାତଙ୍କୁ ଦେବାର ଆଖ୍ୟା ଦିଆଯାଇଛି । ପିଲାମାନଙ୍କୁ ଏହି ଶିକ୍ଷା ମୂଳରୁ ଦିଆଗଲେ ସମାନେ ବାପାମାଆଙ୍କ ସେବା କରିବେ । ଶିକ୍ଷା ମାଧ୍ୟମରେ ଏ ଦିଗରେ ସକାରାତ୍ମକ ଭବନା ସୃଷ୍ଟି କରିବା ଆବଶ୍ୟକ । ସମୟ ସହିତ ପାଦ ମିଶାଇ ନଚାଲିଲେ ସମାଜ ପଛରେ ରହିଯିବ । ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟାର ଯୁଗ ଆମ ଛାତ୍ରଛତ୍ରୀ ସେଥିରେ କୁଶଳୀ ହେବା ଜରୁରୀ । ପ୍ରଯୁକ୍ତିବିଦ୍ୟା ଓ ସାଂସ୍କୃତିକ ମୂଲ୍ୟବୋଧର ସମନ୍ୱୟରେ ଭାରତର ସାମୂହିକ ବିକାଶ ସମ୍ଭବ ।

ରାଷ୍ଟ୍ରପତି ଆହୁରି କହିଛନ୍ତି, ''ଶରୀରକୁ ଚଲାଇବାକୁ ହେଲେ ଆଉ ଏକ ସ୍ମୂକ୍ଷ୍ମ ଶରୀର ଆତ୍ମା ଦରକାର । ବିଜ୍ଞାନରେ ଯାହାକୁ ହାର୍ଡୱେର ଓ ସଫ୍ଟୱାର କୁହାଯାଉଛି । ଆର୍ଥିକ ଓ ସାମାଜିକ ଉନ୍ନତି କରୁଛେ ହେଲେ ଆଧ୍ୟାତ୍ମିକ ଉନ୍ନତି କରିବାକୁ ହେଲେ ଆତ୍ମାକୁ ଶିକ୍ଷିତ କରିବାକୁ ପଡିବ । ଶରୀର ସୁସ୍ଥତା ପାଇଁ ଆତ୍ମାର ସୁଧିକରଣ ଆବଶ୍ୟକ । ଆତ୍ମା ସୁଧି କରିବାକୁ ହେଲେ ଆମକୁ ଆଧ୍ୟତ୍ମିକ ଚେତନାର ପଥିକ ହେବାକୁ ପଡିବ । ଶିକ୍ଷା କହିଲେ କେବଳ ନିଯୁକ୍ତି ନୁହେଁ । ଶିକ୍ଷା ଜୀବନ ଗଠନରେ ସହାୟକ ହୁଏ । ସମାଜ ଗଠନ କରାଏ । ବ୍ୟକ୍ତି ବଦଳିଲେ ସମାଜ ଆପେ ଆପେ ବଦଳିଯାଏ । ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ମୋତେ ମାନସିକ ଶାନ୍ତି ଦେଇଛି । ଏହି ବିଶ୍ବବିଦ୍ୟାଳୟ ଆଧ୍ୟାତ୍ମିକ ଚିନ୍ତା ଦ୍ବାରା ଲୋକଙ୍କ ମନରୁ ଆଶାନ୍ତି ଦୂର କରିବ ବୋଲି ମୋର ଆଶା ।''

ଏହା ବି ପଢନ୍ତୁ...ଭିସୁଟ ଛାତ୍ରଛାତ୍ରୀଙ୍କୁ ମହାମହିମଙ୍କ ମନ୍ତ୍ର; ଝଡଝଞ୍ଜାକୁ ପାର କର ଭଲ କାମ କରିବାକୁ ଅମାନିଆ ହୁଅ

3 ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ତାଙ୍କର ଗସ୍ତର ଅନ୍ତିମ ଦିନ । ଗସ୍ତର ପ୍ରଥମ ଦିନରେ ଜନ୍ମମାଟି ମୟୂରଭଞ୍ଜରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାରେ ଦ୍ବିତୀୟ ଦିନ ମୟୂରଭଞ୍ଜର ବାଦାମପାହାଡରୁ 3ଟି ଟ୍ରେନର ଶୁଭାରମ୍ଭ କରିଥିଲେ । ଏହା ପରେ ସମ୍ବଲପୁର ଗସ୍ତ କରିଥିଲେ । ସେଠାରେ ବୀର ସୁରେନ୍ଦ୍ର ସାଏ ବିଶ୍ବ ବିଦ୍ୟାଳୟ 15ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ଅର୍ଥାତ ଆଜି ବ୍ରହ୍ମାକୁମାରୀଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ଅଭିଯାନର ନୂଆ ଶିକ୍ଷା ନୂଆ ଭାରତ ଅଭିଯାନ ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.