ETV Bharat / state

ବିଷାକ୍ତ ଛତୁ ଖାଇ ଜଣେ ମୃତ, 3 ଗୁରୁତର

ବିଷାକ୍ତ ଛତୁ ଖାଇ ଜଣେ ମୃତ ଓ 3 ଗୁରୁତର। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଞ୍ଚଳରେ ଏହା ଘଟିଛି। ଅଧିକ ଖବର ପଢନ୍ତୁ...

author img

By

Published : Mar 15, 2020, 1:30 PM IST

poisonous mushroom
ବିଷାକ୍ତ ଛତୁ ଖାଇ ଜଣେ ମୃତ, 3 ଗୁରୁତର

ସମ୍ବଲପୁର: ବିଷାକ୍ତ ଛତୁ ନେଲା ଜୀବନ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗ୍ରାମରେ । ଏହି ଗ୍ରାମର ରମେଶ ଲୁଗୁନ ଛେଳି ଚରାଇବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ଓ ଘରକୁ ଫେରିବା ବାଟରେ କିଛି ଛତୁ ଆଣିଥିଲେ । ଘରେ ଛତୁ ରାନ୍ଧି ଖାଇବା ସହ ନିକଟସ୍ଥ ପଡୋଶୀ ଘରର ଦୁଇଜଣ ଶିଶୁଙ୍କୁ ଖାଇବାକୁ ଦେଇଥିଲେ ।

ବିଷାକ୍ତ ଛତୁ ଖାଇ ଜଣେ ମୃତ, 3 ଗୁରୁତର

ଛତୁ ଖାଇବା ପରେ ସନ୍ଧ୍ୟାରେ ସମସ୍ତେ ଗୁରୁତର ଅସୁସ୍ଥ ହୋଇଥିଲେ । ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ରମେଶ ଲୁଗୁନର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଅଞ୍ଜଳି ଲୁଗୁନ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି ।

ଦୁଇଜଣ ଶିଶୁ ଅମନ ଓ ସୀମାନ ଗୁରୁତର ଅବସ୍ଥାରେ ସମ୍ବଲପୁର ଶିଶୁ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଗୋଟିଏ ପରିବାରର ଜଣେ ପ୍ରାଣ ହାରିଥିବା ବେଳେ ତାଙ୍କ ସ୍ତ୍ରୀ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ପରିବାରର 2 ବାଳକ ସମ୍ବଲପୁର ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.