ETV Bharat / state

ସମ୍ବଲପୁର ବିଶ୍ବବିଦ୍ୟାଳୟ: ସେପ୍ଟେମ୍ବର 20ରୁ ପିଜି, ୟୁଜି ପରୀକ୍ଷା

author img

By

Published : Sep 2, 2020, 7:08 PM IST

ଆସନ୍ତା ସେପ୍ଟେମ୍ବର 20ରୁ ଅକ୍ଟୋବର 10 ଭିତରେ ହେବ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପିଜି ଓ ୟୁଜି ପରୀକ୍ଷା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସେପ୍ଟେମ୍ବର 20 ରୁ ଅକ୍ଟୋବର 10 ଭିତରେ ହେବ ପିଜି, ୟୁଜି ପରୀକ୍ଷା

ସମ୍ବଲପୁର: ଆସନ୍ତା ସେପ୍ଟେମ୍ବର 20ରୁ ଅକ୍ଟୋବର 10 ତାରିଖ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପିଜି ଓ ୟୁଜି ପରୀକ୍ଷା ହେବ। ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କଣ୍ଟ୍ରୋଲର ଅଫ୍ ଏକ୍ଜାମିନେସନ ରବୀନ୍ଦ୍ର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପିଜିର ଚତୁର୍ଥ ସେମିଷ୍ଟାର ଓ ୟୁଜିର ଷଷ୍ଠ ସେମିଷ୍ଟାର ପରୀକ୍ଷା ଏହି ସମୟସୀମା ଭିତରେ ହେବ ।

ପିଜି ପରୀକ୍ଷା ପାଇଁ ତାରିଖ ନିର୍ଦ୍ଧାରିତ ହୋଇନଥିବାବେଳେ ୟୁଜି ପରୀକ୍ଷା ସେପ୍ଟେମ୍ବର 21ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୟୁଜି ପରୀକ୍ଷା ସେପ୍ଟେମ୍ବର 18ରୁ ହେବ ବୋଲି ବିଜ୍ଞପ୍ତି ଜାରି କରିସାରିଥିଲେ । ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହାକୁ ପରିବର୍ତ୍ତନ କରାଯାଇ ସେପ୍ଟେମ୍ବର 20ରୁ ଅକ୍ଟୋବର 10 ଭିତରେ କରାଯିବ ବୋଲି ପୁନଃ ନିଷ୍ପତ୍ତି ନିଆଯାଇଛି ।

ଏହି ସମୟ ସୀମା ମଧ୍ୟରେ ବି.ଏଡ଼ ପରୀକ୍ଷା ମଧ୍ୟ ହେବ ବୋଲି କୁହାଯାଇଛି । ତେବେ ସବୁ ପରୀକ୍ଷା ୟୁଜିସିର ଗାଇଡ଼ ଲାଇନ ଭିତରେ ହେବ ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.