ସମ୍ବଲପୁର: ଡିସେମ୍ବର 12 ତାରିଖରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା ମାମଲା । ଏହି ମାମାଲାରେ ଆଜି ପର୍ଯ୍ୟନ୍ତ ଜେଲରେ ଥିବା ଓକିଲମାନଙ୍କୁ ଜାମିନ ମଞ୍ଜୁର ହୋଇନାହିଁ । ବର୍ତ୍ତମାନ ମୋଟ 53 ଜଣ ଓକିଲଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ ହୋଇଛି । ଅନ୍ୟପଟେ ଓକିଲଙ୍କ ଜାମିନ 2 ଥର ରଦ୍ଦ ମଧ୍ୟ ହୋଇଛି। । ଗତକାଲି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା କଂଗ୍ରେସ ନେତୃବୃନ୍ଦଙ୍କ ସହ ମଣ୍ଡଳ କାରାଗାର ପରିଦର୍ଶନ କରି ଜେଲରେ ଥିବା ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର, ପ୍ରମୁଖ ସଦସ୍ୟ ପ୍ରଦୀପ ଵହିଦାରଙ୍କ ସମେତ ଜେଲରେ ଥିବା ଓକିଲ ମାନଙ୍କୁ ଭେଟି ସେମାନଙ୍କ ବିଷୟରେ ପଚାରି ବୁଝିଛନ୍ତି ।
ଅନ୍ୟପଟେ ବର୍ତ୍ତମାନ କଂଗ୍ରେସର ଭାରତ ଯୋଡୋ ପଦଯାତ୍ରା ଜାରି ରହିଥିବା ବେଳେ ଗତକାଲି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ହେଉଥିବା ବେଳେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଏହି ଯାତ୍ରା ହେବ ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ଓକିଲ ସଂଘର ସଦସ୍ୟଙ୍କ ସହ ପୋଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ କରିଥିବା ଅଭିଯୋଗକୁ ନେଇ ନିନ୍ଦା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅନ୍ୟପଟେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି ଓ ଯଥାଶୀଘ୍ର ଜେଲରେ ଥିବା ଓକିଲଙ୍କ ଜାମିନ ମଞ୍ଜୁର ହେବାର ଆଶା ରହିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଓକିଲ ସଙ୍ଘର ସଦସ୍ୟ ମାନେ ଜେଲ ଭିତରେ ଥିବାରୁ ସମ୍ବଲପୁରରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ବାତିଲ କରାଯାଇଛି ବୋଲି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗତକାଲି ଜେଲ ପରିଦର୍ଶନ ସମୟରେ ପିସିସି ସଭାପତିଙ୍କ ସହ ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡ଼ିଆ, ରାଜେନ୍ଦ୍ର ଛତ୍ରିଆ,ଯୁବ ନେତା ଦୁଲାଲ ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ଵହିଦାର, ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ କୁମାର ଗୁରୁ,ଯୁବ ନେତା ଦୀନବନ୍ଧୁ ପରିଡାଙ୍କ ସହ ସମ୍ବଲପୁର ଜିଲ୍ଲାର ପ୍ରମୁଖ ନେତା ଓ ଛତିଶଗଡ଼ର ପୂର୍ବତନ ବିଧାୟକ ତଥା ସେବା ଦଳର ଓଡିଶା ଇଂଚାର୍ଜ ସି.ଏସ. ସାମଲି ମଧ୍ୟ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ,ସମ୍ବଲପୁର