ETV Bharat / state

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

author img

By

Published : Sep 13, 2022, 11:52 AM IST

ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଗାଁ ମୁଣ୍ଡକୁ ଖଟରେ ବୁହା ହୋଇ ଆସିଲେ ଗୁରୁତର ରୋଗୀ । ଅଧିକ ପଢ଼ନ୍ତୁ

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ
ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

ସମ୍ବଲପୁର: ଗାଁକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଗାଁ ମୁଣ୍ଡକୁ ଖଟରେ ବୁହା ହୋଇ ଆସିଲେ ଗୁରୁତର ରୋଗୀ । ଏଭଳି ଘଟଣା ସମ୍ବଲପୁର ଜିଲ୍ଲାରେ ବାରମ୍ବାର ଘଟୁଥିବା ବେଳେ ପୁଣିଥରେ ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଆଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଅମୃତ ମହୋତ୍ସବ । ହେଲେ ଆଜି ବି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଏକ ବଣ ପହାଡ ଘେରା ଗାଁକୁ ଭଲ ରାସ୍ତା ଖଣ୍ଡିଏ ପହଞ୍ଚି ପାରିନାହିଁ ।

ଯାହାର ଫଳ ସ୍ବରୂପ ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଜଣେ ରୋଗୀଙ୍କୁ ଖଟିଆରେ ବୁହା ହେବାର ଦୃଶ୍ୟ ସାମ୍ନାକୁ ଆସିଛି । ଫୋନ ପାଇବା ପରେ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ଖରାପ କାରଣରୁ ରୋଗୀଙ୍କ ପର୍ଯ୍ୟନ୍ତ ଯାଇପାରିଲାନି । ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଲରିଆପାଲି ପାଞ୍ଚୟତ ଅଧୀନ ନୂଆଡ଼ିହି, ମୁଣ୍ଡାପଡା ଗାଁର ୪୦ ବର୍ଷୀୟ ଉମେଶ ମୁଣ୍ଡାଙ୍କର ଦେହ ଅସୁସ୍ଥ ହେବାରୁ କୁଚିଣ୍ଡା ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଗାଁ ଲୋକେ ।

ଖବର ପାଇ ଆମ୍ବୁଲାନ୍ସ ବି ଆସିଲା । ତେବେ ମୁଣ୍ଡାପଡାକୁ ରାସ୍ତା ନ ଥିବାରୁ ଗାଁ ମୁଣ୍ଡରେ ଅଟକି ରହିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ପରିବାର ଓ ଗାଁ ଲୋକେ ମିଶି ରୋଗୀଙ୍କୁ ଖଟିଆରେ ବୋହି ଦୀର୍ଘ ୧ କିଲୋମିଟର ଆଣିଥିଲେ । କାରଣ ଗାଁକୁ ଯିବାପାଇଁ ହେଲେ ବିଲ ହିଡ଼ ହିଁ ଲୋକଙ୍କ ଏକମାତ୍ର ଭରସା । ତେବେ ୪ ମାସ ଆଗରୁ ଉମେଶ ମୁଣ୍ଡାଙ୍କ ସ୍ତ୍ରୀଙ୍କୁ ସାପ କାମୁଡ଼ିଥିଲା । ତେବେ ଏହି ରାସ୍ତା ନଥିବା କାରଣରୁ ତାଙ୍କୁ ମେଡିକାଲରେ ପହଞ୍ଚାଇବାରେ ବିଳମ୍ବ ହୋଇଥିଲା । ଏହି କାରଣରୁ ଚିକିତ୍ସାରେ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.