ETV Bharat / state

5 କିମି ଖଟିଆରେ ବୁହା ହେଲେ ରୋଗୀ, ଡାକ୍ତରଖାନା ପହଁଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ପୁଣି ଖଟିଆରେ ବୁହା ହେଲେ ରୋଗୀ । ଗାଁକୁ ନାହିଁ ଭଲ ରାସ୍ତା । ରୋଗୀଙ୍କ ପାଖରେ ଠିକ ସମୟରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତ ବଡ଼ବିଲ ଗାଁ କୁ ରାସ୍ତା ନଥିବାରୁ ଜଣେ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ରୋଗୀକୁ ନେବାକୁ ଆସିଥିବା ୧୦୮ଆମ୍ବୁଲାନ୍ସ ରାସ୍ତାରେ ପଡୁଥିବା ନାଳ ଯୋଗୁ ଯାଇନପାରି ଧାତୁକିମାଳ ଗାଁ ମୁଣ୍ଡରେ ଅଟକି ରହିଥିଲା । ଏହା ଦ୍ୱାରା ବଡ଼ବିଲ ଗାଁରୁ ଧାତୁକିମାଳ ପର୍ଯ୍ୟନ୍ତ 5କି.ମି ଧରି ରୋଗୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ଅଣା ଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ବିଳମ୍ବ ହେବାରୁ ରୋଗୀଙ୍କ ଜୀବନ ଚାଲିଗଲା ।

5 କିମି ଖଟିଆରେ ବୁହା ହେଲେ ରୋଗୀ, ଡାକ୍ତରଖାନା ପହଁଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ
5 କିମି ଖଟିଆରେ ବୁହା ହେଲେ ରୋଗୀ, ଡାକ୍ତରଖାନା ପହଁଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ
author img

By

Published : Jul 19, 2022, 10:58 PM IST

ସମ୍ବଲପୁର: ପୁଣି ଖଟିଆରେ ବୁହା ହେଲେ ରୋଗୀ । ଗାଁ କୁ ନାହିଁ ଭଲ ରାସ୍ତା । ରୋଗୀଙ୍କ ପାଖରେ ଠିକ ସମୟରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ବିଳମ୍ବ ହେବାରୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ରୋଗୀଙ୍କ ଜୀବନ । ମୃତ ବ୍ୟକ୍ତି ଜଣକ ହେଲେ ରେଢ଼ାଖୋଲ ଉପଖଣ୍ଡ ବଡ଼ବିଲ ଗାଁର ବିରଞ୍ଚି ଦେହୁରୀ ।

5 କିମି ଖଟିଆରେ ବୁହା ହେଲେ ରୋଗୀ, ଡାକ୍ତରଖାନା ପହଁଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେବି ରୋଗୀ ଠିକ ସମୟରେ ଡାକ୍ତରଖାନାରେ ପହଁଞ୍ଚି ପାରୁନାହାଁନ୍ତି । ଶେଷରେ ରୋଗୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଚାଲିଯାଉଛି ଜୀବନ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତ ବଡ଼ବିଲ ଗାଁ କୁ ରାସ୍ତା ନଥିବାରୁ ଜଣେ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଗାଁକୁ ନାହିଁ ଭଲରାସ୍ତା, ବାଟରେ ପଡୁଛି 2 ଟି ନାଳ । ଫଳରେ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରିଲା ନାହିଁ । ନାଳ ରାସ୍ତା ଦେଇ ଚାରି ଚକିଆ ଯାନ ଯିବା ଦୂରର କଥା ଦୁଇ ଚକିଆ ଯାନ ଯିବା ମଧ୍ୟ ମୁସ୍କିଲ । ରୋଗୀକୁ ନେବାକୁ ଆସିଥିବା ୧୦୮ଆମ୍ବୁଲାନ୍ସ ରାସ୍ତାରେ ପଡୁଥିବା ନାଳ ଯୋଗୁ ଯାଇନପାରି ଧାତୁକିମାଳ ଗାଁ ମୁଣ୍ଡରେ ଅଟକି ରହିଥିଲା । ଏହା ଦ୍ୱାରା ବଡ଼ବିଲ ଗାଁରୁ ଧାତୁକିମାଳ ପର୍ଯ୍ୟନ୍ତ 5କି.ମି ଧରି ରୋଗୀଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ଅଣା ଯାଇଥିଲା । ବିରଞ୍ଚି ଦେହୁରୀକୁ ଆମ୍ବୁଲାନ୍ସ ଦ୍ବାରା ରେଢ଼ାଖୋଲ ମେଡିକାଲକୁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବଡ଼ବିଲ ଗାଁର ବିରଞ୍ଚି ଦେହୁରୀ ଉଚ୍ଚ ରକ୍ତଚାପ ରୋଗରେ ପିଡୀତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ଚାଷ କରିବା ପାଇଁ ଜମିକୁ ଯାଇଥିବା ବେଳେ ସେ ହଠାତ ଜମିରେ‌ ଅଚେତ ହୋଇ ପଡିଯାଇଥିଲେ । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡ଼କାଇଥିଲେ । ତେବେ ଗାଁକୁ ଆସି ବାକୁ ହେଲେ ପ୍ରଥମେ ଚମ୍ପାଳି ନାଳ ପରେ ବୁକାଖାଇ 2 ଟି ନାଳ ପଡ଼ିଥାଏ । ନାଳ ରାସ୍ତା ଦେଇ ଆମ୍ବୁଲାନ୍ସ ଆସିପାରିବ ନାହିଁ ବୋଲି ମନା କରିଥିଲା । ତେଣୁ ଆମ୍ବୁଲାନ୍ସଟି ଆସି ରୋଗୀଙ୍କ ଗାଁରୁ 5 କି.ମି ଦୂର ଧାତୁକିମାଳ ଚମ୍ଫାଳି ନାଳ ଖଣ୍ଡିରେ ଆସି ରହିଥିଲା । ପରିବାର ଓ ଗାଁ ଲୋକେ ପ୍ରାୟ ଦୁଇ ଘଣ୍ଟା ପରେ ବିରଞ୍ଚି ଦେହୁରୀକୁ ନାଳ ରାସ୍ତା ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ବିରଞ୍ଚି ଦେହୁରୀକୁ ଆମ୍ବୁଲାନ୍ସ ଦ୍ବାରା ରେଢ଼ାଖୋଲ ମେଡିକାଲକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.