ETV Bharat / state

ୟସର ପ୍ରଭାବରେ ଲଗାଣ ବର୍ଷା, ବ୍ୟାପକ ଧାନ ଫସଲ ନଷ୍ଟ - ଧାନ ଫସଲ ନଷ୍ଟ

ବାତ୍ୟା ୟସ ପ୍ରଭାବରେ ସମ୍ବଲପୁର ଜିଲ୍ଲାରେ ବର୍ଷା ଲାଗି ରହିବା କାରଣରୁ ଅନେକ ଚାଷୀଙ୍କ ରବି ଚାଷରେ ଧାନ ଫସଲ ଉଜୁଡି ଯାଇଛି । ଅଧିକ ପଢନ୍ତୁ...

ବ୍ୟାପକ ଧାନ ଫସଲ ନଷ୍ଟ
ବ୍ୟାପକ ଧାନ ଫସଲ ନଷ୍ଟ
author img

By

Published : May 27, 2021, 12:08 PM IST

ସମ୍ବଲପୁର: ଓଡିଶାରେ ତାଣ୍ଡବ ରଚିଛି ବାତ୍ୟା ୟସ । ଏହାର ପ୍ରଭାବରେ ଅନେକ ସ୍ଥାନରେ ଜାରି ରହିଛି ବର୍ଷା । ବର୍ଷା ଲାଗି ରହିବା ଫଳରେ ଜଳସେଚିତ ଅଞ୍ଚଳ ସମ୍ବଲପୁରରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଶଙ୍କା କରଯାଉଛି ।

ୟସର ପ୍ରଭାବରେ ବର୍ଷା, ବ୍ୟାପକ ଧାନ ଫସଲ ନଷ୍ଟ

ସମ୍ବଲପୁରର ଅନେକ ସ୍ଥାନରେ ରବି ଧାନ ଫସଲ କରାଯାଇଛି । ଧାନର ଅମଳ ସମୟ ଆସିଯାଇଛି । ମାତ୍ର ଏହି ବାତ୍ୟା ୟସ ପ୍ରଭାବରେ ବର୍ଷା ଫସଲ ଉଜାଡି ଦେଇଛି । କେଉଁଠି ଅମଳକ୍ଷମ ଧାନ କଟା ହୋଇ ଜମିରେ ପଡିଛି ତ କେଉଁଠି ଖଳାରେ ପଡିଛି । ବର୍ଷାରେ ସବୁ ଭାସିବାରେ ଲାଗିଛି । କିଛି ଧାନକୁ ଚାଷୀ ପାଲ ଘୋଡାଇ ରଖିଥିଲେ ମଧ୍ୟ ତାହା ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଇଛି ।

ସମ୍ବଲପୁର ଜିଲ୍ଲାର ଚିପିଲିମା, ଗୋଶାଳା, ଚରପାଲି, ଚାଁଅଁରପୁର,ହୀରାକୁଦ, ମାନେଶ୍ୱର ବ୍ଲକ ଅଞ୍ଚଳ, ଧନ କାଉଡା ବ୍ଲକ ଅଞ୍ଚଳ, ରେଙ୍ଗାଲି ବ୍ଲକ ଅଞ୍ଚଳ, ଯୁଜୁମୁରା ବ୍ଲକ ଅଞ୍ଚଳ ହୀରାକୁଦ ଜଳସେଚିତ ଅଞ୍ଚଳରେ ଅଧିକ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ଥ ଚାଷୀଙ୍କୁ କ୍ଷତିପୂରଣର ବ୍ୟବସ୍ଥା କରିବାକୁ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦାବି ହୋଇଛି । ଅନ୍ୟପଟେ କୃଷକମାନଙ୍କୁ କୃଷି ବୀମା ଯୋଜନାରେ କ୍ଷତିପୂରଣ ଯୋଗାଇ ଦେବାକୁ ଚେଷ୍ଟା କରାଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.