ETV Bharat / state

ଭିମସାର କଲେଜ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସିଲ୍ - ଭିମସାର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସିଲ୍

ସିଲ୍ ହେଲା ବୁର୍ଲା ଭିମସାର ମେଡିକାଲ କଲେଜ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ । ଏକ ମାମଲାର ଶୁଣାଣି କରି ସିଲ୍ ନିର୍ଦ୍ଦେଶ ଦେଇଥିଲେ ଦୌରାଜଜ୍ । ଅଧିକ ପଢନ୍ତୁ

ଭିମସାର କଲେଜ ଅଧ୍ୟାକ୍ଷାଙ୍କ କାର୍ଯ୍ୟାଳୟ ସିଲ୍

author img

By

Published : Jan 22, 2022, 10:31 AM IST

ସମ୍ବଲପୁର: ସିଲ୍ ହେଲା ବୁର୍ଲା ଭିମସାର ମେଡିକାଲ କଲେଜ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ । ଏକ ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ୍ ଏହି ନିର୍ଦ୍ଦେଶ ଦେଇଥିଲେ । ଦୌରଜଜଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦୁଇ ଜଣ କୋର୍ଟ କର୍ମଚାରୀ ଭିମସାରରେ ପହଞ୍ଚି ଅଧ୍ୟକ୍ଷାଙ୍କୁ ଭେଟିବା ସହ କିଛି ସମୟ କଥାବାର୍ତ୍ତା କରିଥିଲେ ଏବଂ ପରେ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ପତ୍ର ଦେଖାଇ କାର୍ଯ୍ଯାଳୟକୁ ସିଲ୍ କରିଛନ୍ତି ।

ଭିମସାର କଲେଜ ଅଧ୍ୟାକ୍ଷାଙ୍କ କାର୍ଯ୍ୟାଳୟ ସିଲ୍

ଏହାସହିତ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ ଆସବାବପତ୍ର, ଅଫିସ କାର, ଏସି, ଦୁଇଟି ବସ ସମେତ ଏଷ୍ଟାବିଲ୍ସମେଣ୍ଟ ସେକ୍ସନ ଓ ଆକାଉଣ୍ଟ ବିଭାଗର ସମସ୍ତ କମ୍ପ୍ୟୁଟର ଓ ଆଲମିରାକୁ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭୀମସାର କଲେଜରେ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ବେଆଇନ ଭାବେ ଚାକିରିରୁ ବହିଷ୍କୃତ କରି ସେହି ସ୍ଥାନରେ କିଛି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଚାକିରି ହରାଇଥିବା କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଏନେଇ ଜିଲ୍ଲା ଶ୍ରମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଶ୍ରମକୋର୍ଟ ଏହି ମାମଲା ଜିଲ୍ଲା ଦୌରାଜଜ୍‌ଙ୍କୁ ହସ୍ତାନ୍ତର କରିଥିଲେ । ଯାହାର ଶୁଣାଣି କରି ଦୌରାଜଜ୍ ସିଲ୍ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଏନେଇ ଭିମସାର ମେଡିକାଲ କଲେଜ ଅଧ୍ୟକ୍ଷା ଡା. ଜୟଶ୍ରୀ ଦୋରାଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.