ETV Bharat / state

ସମ୍ବଲପୁର ଡ୍ରାଇଭର ମହାସଂଘର ଆନ୍ଦୋଳନ, ବସ ଚଳାଚଳ ଆଂଶିକ ପ୍ରଭାବିତ - 10 ଦଫା ଦାବି ନେଇ ଆନ୍ଦୋଳନ

ସମ୍ବଲପୁରରେ ମଧ୍ୟ ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ। ସାରା ରାଜ୍ୟରେ 10 ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ । ଅଧିକ ପଢନ୍ତୁ

driver association strike
driver association strike
author img

By

Published : Mar 15, 2023, 3:54 PM IST

ସମ୍ବଲପୁର ଡ୍ରାଇଭର ମହାସଂଘର ଆନ୍ଦୋଳନ

ସମ୍ବଲପୁର: ସମ୍ବଲପୁରରେ ମଧ୍ୟ ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ । ସାରା ରାଜ୍ୟରେ 10 ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳ 6ଟାରୁ ଡ୍ରାଇଭର ମହାସଂଘର ସଦସ୍ୟମାନେ ସମ୍ବଲପୁର ଅଇଁଠାପାଲି ତଳି ଛକଠାରେ ରାସ୍ତା କଡ଼ରେ ଫ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ଗାଡି ମୋଟର ଯାତାୟାତ ମଧ୍ୟ ଆଂଶିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆଜି ସମ୍ବଲପୁର ଜିଲ୍ଲାର 3ଟି ଯାକ ଉପଖଣ୍ଡ ଓ 9ଟି ଯାକ ବ୍ଲକ ଅଞ୍ଚଳରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଛି । ଆଜି ସକାଳୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହା ଦାବି ପୂରଣ ନ ହେବା ଯାଏ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଡ୍ରାଇଭର ମହାସଂଘ ଦୀର୍ଘ ଦିନରୁ 10 ଦଫା ଦାବି ନେଇ ଏହି ଆନ୍ଦୋଳନ କରୁଥିବା ବେଳେ ଦାବି ପୁରଣ ନହେବାରୁ ଏହି ଆନ୍ଦୋଳନକୁ ଓହ୍ଲାଇଛି । ତେବେ ଡ୍ରାଇଭରମାନଙ୍କ ପାଇଁ 20ଲକ୍ଷ ଟଙ୍କାର ବୀମା କରିବା, ରାସ୍ତା ଗୁଡ଼ିକରେ ଶୌଚାଳୟ ଓ ପାର୍କିଂ ବ୍ୟବସ୍ଥା ସହ ବିଶ୍ରାମାଗାରର ବ୍ୟବସ୍ଥା କରିବା, ସରକାରୀ ସ୍କୁଲଗୁଡ଼ିକରେ ଡ୍ରାଇଭରମାନଙ୍କ ପିଲାଙ୍କ ପାଠପଢା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଡ୍ରାଇଭରମାନଙ୍କ ପାଇଁ ଡ୍ରାଇଭର ଆବାସ ଯୋଜନାର ବ୍ୟବସ୍ଥା, ଡ୍ରାଇଭରମାନେ ବିଭିନ୍ନ ସମୟରେ କୌଣସି ଦୁର୍ଘଟଣା ହେଲେ ବିନା କାରଣରେ ଲୋକଙ୍କ ଆକ୍ରମଣର ଶିକାର ହେଉଥିବାରୁ ଡ୍ରାଇଭର ସୁରକ୍ଷା ଆଇନ ପ୍ରଣୟନ କରିବା ଆଦି 10 ଦଫା ଦାବି ନେଇ ଆନ୍ଦୋଳନ କରାଯାଉଛି ।

ଏନେଇ ଗତ 2022 ଅକ୍ଟୋବର 18 ତାରିଖରେ ଡ୍ରାଇଭର ମହାସଂଘ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲା । ସେତେବେଳେ 4 ମାସ ମଧ୍ୟରେ ସବୁ ଦାବୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ କୌଣସି ଦାବି ପୂରଣ ନ ହେବାରୁ ପୁଣି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରୁ ଡ୍ରାଇଭରମାନେ ଦଣ୍ଡବତ ପ୍ରଣାମ କରି କରି ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇଥିଲେ । ସେହି ସମୟରେ ମଧ୍ୟ 4 ମାସ ର ଅବଧି ଦିଆଯାଇଥିଲା । କିନ୍ତୁ ପ୍ରତିଶୃତି ପରେ ମଧ୍ୟ କିଛି ଦାବି ପୂରଣ ନହେବାରୁ ପୁଣି 30ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ହେଲେ ପୁଣି କୌଣସି ସୁଫଳ ନମିଳିବାରୁ ଆଜି ପୁଣି ସାରା ରାଜ୍ୟରେ ଏହି ଆନ୍ଦୋଳନ କରାଯାଉଛି ବୋଲି ସୂଚନା ଦେଇଛି ସଙ୍ଘ ।

ସମ୍ବଲପୁରରେ ଏହାର ଆଂଶିକ ପ୍ରଭାବ ପଡିଥିବା ବେଳେ ଜରୁରୀକାଳୀନ ସେବାଗୁଡିକୁ ଏହି ଆନ୍ଦୋଳନରୁ ବାଦ ଦିଆଯାଇଛି । ଏଥିସହ ଆଜି ବନ୍ଦ ଡାକରାର ସୂଚନା ପାଇ ବହୁ ସଂଖ୍ୟକ ବସ ଯାତ୍ରୀ ଆସି ନଥିବାରୁ ଅଧିକାଂଶ ବସ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ସମ୍ବଲପୁର ଜିଲ୍ଲାରେ ଦୈନିକ 300 ବସ ରାଜ୍ୟ ତଥା ରାଜ୍ୟ ବାହାରକୁ ଚଳାଚଳ କରୁଥିବା ବେଳେ ଏହା ଦ୍ୱାରା ବସ ସେବା ଆଂଶିକ ପ୍ରଭାବିତ ହୋଇଥିଲା । ଅନ୍ୟପଟେ ସମ୍ବଲପୁର ଘରୋଇ ବସ ମାଲିକ ସଙ୍ଘ ଏହି ଆନ୍ଦୋଳନକୁ ବିରୋଧ କରିଛି । ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଜାରି ରହି ଥିବାରୁ ଏହି ଆନ୍ଦୋଳନଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ହଇରାଣ ହେବେ ବୋଲି ଘରୋଇ ବସ ମାଲିକ ସଂଘ ଅଭିଯୋଗ କରିଛି । ଏଥିସହ ଆଜି ଅଇଁଠାପାଲି ଛକଠାରେ ଆନ୍ଦୋଳନ ସମୟରେ ଡ୍ରାଇଭର ମହାସଂଘ ଓ ଘରୋଇ ବସ ମାଲିକ ସଂଘର ସଦସ୍ୟଙ୍କ ମଧ୍ୟରେ ଯୁକ୍ତି ତର୍କ ମଧ୍ୟ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.