ETV Bharat / state

ମନୋଜ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ଘଟଣା, ସପକ୍ଷରେ ବାହାରିଲେ ସମ୍ବଲପୁରର ସ୍ବେଚ୍ଛାସେବୀ ସଂଗଠନ

author img

By

Published : Jul 25, 2023, 6:36 PM IST

ଓଡି଼ଆ ସିନେ ଇଣ୍ଡଷ୍ଟ୍ରିକୁ ନେଇ ଅଭିନେତା ମନୋଜ ମିଶ୍ରଙ୍କ ମନ୍ତବ୍ୟ ପରେ ବିବାଦ ବଢ଼ିବାରେ ଲାଗିଛି । ମନୋଜଙ୍କ ସମର୍ଥନରେ ବାହାରିଛି ସମ୍ବଲପୁରର ସ୍ବେଚ୍ଛାସେବୀ ସଂଗଠନ l ମନୋଜଙ୍କୁ ଗାଳି ଗୁଲଜ କରି ଧମକ ଦେବା ସହ ପଶ୍ଚିମ ଓଡ଼ିଶାକୁ ଆକ୍ଷେପ କରିଥିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନାରେ ଏତଲା ହୋଇଛି l ଅଧିକ ପଢ଼ନ୍ତୁ

odia actor manoj mishra controversy statement
ଓଡି଼ଆ ସିନେ ଇଣ୍ଡଷ୍ଟ୍ରିକୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟ

ସମ୍ବଲପୁର: ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ସମୟରେ ମନୋ ମିଶ୍ର ଓଡି଼ଆ ସିନେ ଇଣ୍ଡଷ୍ଟ୍ରିକୁ ନେଇ ନିଜର ମତ ରଖିଥିଲେ । ଏହାପରେ କିଛି କଳାକାର ତାଙ୍କର ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ଏବେ ଏହାର ପ୍ରତିକ୍ରିୟା ସମ୍ବଲପୁରରେ ଦେଖିବାକୁ ମିଳିଛି l ମନୋଜଙ୍କ ସମର୍ଥନରେ ବାହାରିଛି ସମ୍ବଲପୁରର ସ୍ବେଚ୍ଛାସେବୀ ସଂଗଠନ l ମନୋଜଙ୍କୁ ଗାଳି ଗୁଲଜ କରି ଧମକ ଦେବା ସହ ପଶ୍ଚିମ ଓଡ଼ିଶାକୁ ଆକ୍ଷେପ କରିଥିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନାରେ ଏତଲା ହୋଇଛି l

କିଛି ଦିନ ତଳେ ଅଭିନେତା ମନୋଜ ମିଶ୍ର ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ଓଡି଼ଆ ସିନେ ଇଣ୍ଡଷ୍ଟ୍ରିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ବିବାଦ । କିଛି ଲୋକେ ଗଣ ମାଧ୍ୟମରେ ମନୋଜ ମିଶ୍ରଙ୍କୁ ଏଭଳି ମନ୍ତବ୍ୟ ପାଇଁ ଗାଳି ଗୁଲଜ କରିବା ସହ ପଶ୍ଚିମ ଓଡ଼ିଶା ପରିଚୟକୁ ନେଇ ଆଶାଳୀନ ମନ୍ତବ୍ୟ ଦେଇଥିଲେ l ଯାହାକୁ ସମ୍ବଲପୁର ସ୍ବେଚ୍ଛାସେବୀ ସଂଗଠନ ନିନ୍ଦା ପ୍ରକାଶ କରିଛି । କେତେକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏନେଇ ଅସନ୍ତୋଷ ଜାହିର କରାଯିବା ସହ ମନୋଜ ମିଶ୍ରଙ୍କୁ ଗାଳି ଗୁଲଜ କରିବା ଓ ପଶ୍ଚିମ ଓଡ଼ିଶା ପ୍ରତି ଆପତ୍ତିଜନକ ବୟାନ ଦେଇଥିବା ଲୋକଙ୍କ ବିରୁଦ୍ଧରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦିଆଯାଇଛି । ପୋଲିସ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି l

ଏହା ମଧ୍ୟ ପଢ଼ନ୍ତୁ: Anubhav-Varsha Marital Discord: 3 ମାସ ମଧ୍ୟରେ ସରିବ ଶୁଣାଣି, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଏନେଇ ସ୍ବେଚ୍ଛାସେବୀ କହିଛନ୍ତି, "ମନୋଜ ମିଶ୍ର ଜଣେ ବିଶିଷ୍ଟ ଅଭିନେତା । ବଲିଉଡ, ଓଲିଉଡ ଓ ଟଲିଉଡ ଭଳି ସିନେମା ଇଣ୍ଡଷ୍ଟ୍ରିରେ ସେ କାମ କରି ରାଜ୍ୟ ପାଇଁ ସ୍ବତନ୍ତ୍ର ପରିଚୟ ଆଣିଛନ୍ତି । ବର୍ତ୍ତମାନ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିର ସ୍ଥିତି ଯାହା ସେ ତାକୁ ଆଖି ଆଗରେ ରଖି ଏପରି କରିଛନ୍ତି । ମାତ୍ର ଏଥିରେ ପଶ୍ଚିମ ଓଡ଼ିଶାକୁ ବଦନାମ କରିବା କେତେ ଦୂର ଠିକ । ଏହା ପଶ୍ଚିମ ଓଡ଼ିଶାର ପରିଚୟକୁ କୁଠାରଘାତ କରିଛି । ଯେଉଁ ମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।" ନଚେତ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ପ୍ରତିକ୍ରିୟା ଦେଖିବାକୁ ମିଳିବ ବୋଲି କୁହାଯାଇଛି l ସ୍ବେଚ୍ଛାସେବୀ ସପନ ମିଶ୍ର, ସଦାନନ୍ଦ ପଣ୍ଡା, ଭକ୍ତ ପ୍ରସାଦ ନନ୍ଦ, ପରବେଜ ଖାଁ ପ୍ରମୁଖ ଟାଉନ ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.