ETV Bharat / state

ବନ୍ଦ କୋଠରୀରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ବନ୍ଦ କୋଠରୀରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୟନ୍ତ ଛକ ନିକଟରେ ଥିବା ଏକ ବେସରକାରୀ ନର୍ସିଂ କଲେଜ କ୍ୟାମ୍ପସରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତ୍ୟୁର କାରଣ ଜଣାପଡି ନଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡିବ ।

od_sbp_Nursing student hanging deadbody found
ବନ୍ଦ କୋଠରୀରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
author img

By

Published : Feb 17, 2020, 7:51 PM IST

ସମ୍ବଲପୁର: ବନ୍ଦ କୋଠରୀରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗଚ ଜୟନ୍ତ ଛକ ନିକଟରେ ଥିବା ଏକ ବେସରକାରୀ ନର୍ସିଂ କଲେଜ କ୍ୟାମ୍ପସରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ହେଉଛନ୍ତି ସୁତପା ମହାନ୍ତି । ତାଙ୍କ ଘର ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ବୋଲି ଜଣାପଡିଛି ।

ବନ୍ଦ କୋଠରୀରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘଟଣାରୁ ପ୍ରକାଶ ଯେ, କିଛି ଦିନ ପୂର୍ବରୁ ସୁତପା ନିଜ ଘରକୁ ଯାଇଥିଲେ । ଘରୁ ଫେରିବା ପରେ ପ୍ରାୟତଃ ସେ ଏକା ଏକା ରହୁଥିବା ତାଙ୍କ ସହପାଠୀ କହିଛନ୍ତି । ସେହିପରି ସେ ମାନସିକ ଚାପରେ ଥାଇପାରନ୍ତି ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି । ତେବେ ସୁତପା କଲେଜ ହଷ୍ଟେଲରେ ନରହି କଲେଜ କ୍ୟାମ୍ପସ ଭିତରେ ଥିବା ଏକ ରୁମରେ ଏକା ରହୁଥିଲେ । ସୋମବାର ସକାଳୁ ତାଙ୍କର ଜଣେ ବନ୍ଧୁ କ୍ଲାସ ଯିବା ପାଇଁ ଡାକିଥିଲେ, ହେଲେ ସେ କବାଟ ଖୋଲିନଥିଲେ । ପରେ ଏନେଇ ସେ ହଷ୍ଟେଲ ୱାର୍ଡନକୁ ଅବଗତ କରାଇଥିଲେ । ୱାର୍ଡନ ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘରର କବାଟ ଭାଙ୍ଗିଥିଲେ। କବାଟ ଭାଙ୍ଗିବା ପରେ ଭିତରେ ସୁତପାର ମୃତଦେହ ଘରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପରେ ପୋଲିସ ମୃତ ସୁତପାଙ୍କ ପରିବାରକୁ ଘଟଣାର ଖବର ଦେଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୁତପାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟତା ଜଣାପଡିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.