ETV Bharat / state

କୋଶଳ ବନ୍ଦ ଡାକରା, ସମ୍ବଲପୁର ସହରରେ ପ୍ରଭାବ ଶୂନ୍ୟ - ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି

ସମ୍ବଲପୁର ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି l ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି ନେଇ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଥିବା ବେଳେ ସମ୍ବଲପୁରର କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଦସ୍ୟ ମାନେ ଅଇଁଠାପାଲି ଛକରେ ଆଜି ସକାଳ 6 ଟାରୁ 3 ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରି ପିକେଟିଂ କରିଥିଲେ l ଅଧିକ ପଢନ୍ତୁ

କୋଶଲ ବନ୍ଦ ଡାକରା, ସମ୍ବଲପୁର ସହରରେ ପ୍ରଭାବ ଶୁନ୍ୟ

author img

By ETV Bharat Odisha Team

Published : Nov 18, 2023, 7:03 PM IST

କୋଶଲ ବନ୍ଦ ଡାକରା, ସମ୍ବଲପୁର ସହରରେ ପ୍ରଭାବ ଶୁନ୍ୟ

ସମ୍ବଲପୁର: ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ନେଇ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଏହାର ଆଶିଂକ ପ୍ରଭାବ ପଡିଛି । ସମ୍ବଲପୁର ସହରରେ ଏହାର ପ୍ରଭାବ ପ୍ରାୟତଃ ନଥିବା ବେଳେ ରେଙ୍ଗାଲି, କୁଚିଣ୍ଡା ଓ ରେଢ଼ାଖୋଲ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l

ସମ୍ବଲପୁର ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି l ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ନେଇ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଥିବା ବେଳେ ସମ୍ବଲପୁରର କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଦସ୍ୟ ମାନେ ଅଇଁଠାପାଲି ଛକରେ ଆଜି ସକାଳ 6 ଟାରୁ 3 ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରି ପିକେଟିଂ କରିଥିଲେ l କେବଳ ବାଇକ, ଜରୁରୀକାଳୀନ ସେବାର ଗାଡି ଓ ଆମ୍ବୁଲାନ୍ସ କୁ ବନ୍ଦରୁ ବାଦ ଦିଆଯାଇଥିଲା । ସମ୍ବଲପୁର ପୋଲିସ ଆନ୍ଦୋଳନକାରୀକୁ ପ୍ରିଭେଣ୍ଟିବ ଆରେଷ୍ଟ କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା l

ଅଧିକ ପଢନ୍ତୁ- କୋଶଳ ରାଜ୍ୟ ଦାବିରେ 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ; ଯାନବାହନ ଚଳାଚଳ ଠପ୍

ସେପଟେ ବନ୍ଦର ପ୍ରଭାବ କୁଚିଣ୍ଡା, ରେଙ୍ଗାଲି, ପରମାଣପୁର, ରେଢାଖୋଲରେ ପଡିଛି । ବନ୍ଦ ପାଇଁ ସାଧାରଣ ଜନ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ହେଲେ ସମ୍ବଲପୁର ସହରରେ ‘ହୀରାଖଣ୍ଡ ସାମୁଖ୍ୟ’ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ନକରି ଲୋକଙ୍କୁ ଦୋକାନ ବଜାର ଖୋଲିବାକୁ ଅନୁରୋଧ କରିଥିଲା l ଫଳରେ ସମ୍ବଲପୁର ସହରରେ ବନ୍ଦର ପ୍ରଭାବ ପ୍ରାୟତଃ ଦେଖିବାକୁ ମିଳିନଥିଲା l ଅଇଁଠାପାଲିରେ ରାଜ ରାସ୍ତା ଅବରୋଧ କରିଥିବା ଅଭିଯୋଗରେ 15ରୁ ଊର୍ଦ୍ଧ୍ବ ଲୋକଙ୍କୁ ପୋଲିସ ଆଗୁଆ ଗିରଫ କରିନେଇଥିଲା ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବ୍ୟତୀତ ପଶ୍ଚିମ ଓଡିଶାର ଅନ୍ୟ ଜିଲ୍ଲା ଗୁଡିକରେ ମହାବନ୍ଦ ଡାକରାର ପ୍ରଭାବ ପଡିଥିଲା । ବଲାଙ୍ଗୀର, କଳହାଣ୍ଡି, ନୂଆପଡା, ବରଗଡ ଝାରସୁଗୁଡା, ଜିଲ୍ଲାରେ ପ୍ରଭାବ ପଡିଥିଲା । କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିର ନେତା ମାନେ ସକାଳୁ ସକାଳୁ ବିଭିନ୍ନ ରାଜରାସ୍ତା ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ପିକେଟିଂ କରି ବନ୍ଦ ପାଳନ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.