ସମ୍ବଲପୁର: ଜିଲ୍ଲା ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ହେଉଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଲା ନିଖିଳ ଓଡିଶା ଆଇନଜୀବୀ ସଙ୍ଘ। ଗୁରୁବାର ସମ୍ବଲପୁର ଗସ୍ତରେ ଆସିଥିବା ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଏହି ସୂଚନା ଦେଇଛନ୍ତି।
ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଜାରି ରହିଥିଲା ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ନିଖିଳ ଓଡିଶା ଆଇନଜୀବୀ ସଙ୍ଘ। ଗୁରୁବାର ସଂଘର ସଭାପତି ଜ୍ଞାନରଞ୍ଜନ ମହାନ୍ତି ସମ୍ବଲପୁର ଗସ୍ତରେ ଆସିଥିବା ସାମୟରେ ସେ ଏହି ସୂଚନା ଦେଇଛନ୍ତି । ଏହି ଦାବିକୁ ରାଜ୍ୟ ସରକାର ମଧ୍ୟ ସମର୍ଥନ କରିଛନ୍ତି ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଓ କେନ୍ଦ୍ର ସରକାରଙ୍କୁ ଚିଠି ମଧ୍ୟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଗାଳି ଦେଇଥିଲେ ବାପା: ଝିଅକୁ ଦୁଷ୍କର୍ମ ଓ ହତ୍ୟା କରି ପ୍ରତିଶୋଧ ନେଲା ୧୫ ବର୍ଷୀୟ ନାବାଳକ
ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି କହିଛନ୍ତି,"ରାଜ୍ୟର 50 ହଜାର ଓକିଲଙ୍କ ସ୍ୱାର୍ଥର ସୁରକ୍ଷାର ଦାୟିତ୍ୱ State Bar Councilର ଅଟେ । ତେବେ Bar Council of India 2019 ମସିହାରୁ ରାଜ୍ୟ State Bar Councilର ଇଲେକ୍ଟେଡକୁ ବେଆଇନ ଭାବେ ଭାଙ୍ଗି ସ୍ପେସାଲ କମିଟି ଜରିଆରେ ପରିଚାଳନା କରୁଛି । ତେଣୁ ଯଥା ଶୀଘ୍ର ବାର କାଉନସିଲ ଅଫ ଇଣ୍ଡିଆ, State Bar Council ରେ ନିର୍ବାଚନ କରିବାର ବ୍ୟବସ୍ଥା କରନ୍ତୁ ।"
ତେବେ ନିଖିଳ ଓଡିଶା ଆଇନଜୀବୀ ସଂଘ ଆଗାମୀ ଦିନରେ ଆଇନଜୀବୀଙ୍କ ସ୍ୱାର୍ଥର ସୁରକ୍ଷା ତଥା ଦାବି ପୁରଣ ପାଇଁ ଗଣତାନ୍ତ୍ରିକ ଉପାୟରେ ସଂଘର୍ଷ ଜାରି ରଖିବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ସମ୍ବଲପୁର