ETV Bharat / state

ଏସପିଙ୍କ ଚେତାବନୀ, ରାତି 10 ପରେ ବୁଲିଲେ ଗଣିବେ ତଣ୍ଡ - sambalpur night curfew

ନାଇଟ କର୍ଫ୍ୟୁକୁ ନେଇ ସମ୍ବଲପୁର ଏସପିଙ୍କ ଚେତାବନୀ । ରାତି10 ପରେ ରାସ୍ତାରେ ବୁଲିଲେ ପୋଲିସ ଗ୍ରହଣ କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଅଧିକ ପଢନ୍ତୁ...

ଏସପିଙ୍କ ଚେତାବନୀ, ନାଇଟ କର୍ଫ୍ୟୁ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

author img

By

Published : Apr 4, 2021, 4:32 PM IST

ସମ୍ବଲପୁର : ଏଣିକି ଯେଉଁମାନେ କୋଭିଡ ସମ୍ପର୍କିତ ଗାଇଡଲାଇନ ନମାନିବେ ସେମାନଙ୍କ ବିରୁଦ୍ଧରେ ଏପିଡେମୀକ ଆକ୍ଟ ଅନୁସାରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର, ବୁର୍ଲା, ହୀରାକୁଦ ବାସୀଙ୍କୁ ସତର୍କ ରହିବାକୁ କହିଲେ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର । ଦୋକାନ ବଜାର ଗୁଡିକ ରାତି 10 ପୂର୍ବରୁ ବନ୍ଦ ନକଲେ ମୋଟା ଅଙ୍କର ତଣ୍ଡ ଗଣିବା ସହ କୋଭିଡ ଗାଇଡ଼ଲାଇନ ଉଲ୍ଲଙ୍ଘନ ମାମଲାରେ ଅଭିଯୁକ୍ତ କରାଯିବ ବୋଲି ଏସପି କହିଛନ୍ତି ।

ଏସପିଙ୍କ ଚେତାବନୀ, ନାଇଟ କର୍ଫ୍ୟୁ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର, ବୁର୍ଲା, ହୀରାକୁଦ ଥାନା ଅଞ୍ଚଳରେ 14 ଟି ଚେକ ପୋଷ୍ଟ କରାଯିବ ଓ କଡାକଡି ଯାଞ୍ଚ କରାଯିବ । ବିଭିନ୍ନ ବାହାନା ଦେଖାଇ ରାତି 10 ପରେ ବୁଲିଲେ ପୋଲିସ ଆକ୍ସନ ନେବ ବୋଲି ଅମାନିଆଙ୍କୁ ସତର୍କବାଣୀ ଶୁଣାଇଛନ୍ତି ଏସପି । ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.