ETV Bharat / state

ଘରୋଇ ନର୍ସିଂହୋମରେ ଶିଶୁ ମୃତ, ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣିଲେ ପରିବାର - ସମ୍ବଲପୁରରେ ଚିକିତ୍ସାରେ ଅବହେଳା

ସମ୍ବଲପୁର ଘରୋଇ ନର୍ସିଂହୋମରେ ଶିଶୁପୁତ୍ରର ମୃତ୍ୟୁ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣିଲେ ପରିବାର । ଅଧିକ ପଢନ୍ତୁ

Private Nursing home
Private Nursing home
author img

By ETV Bharat Odisha Team

Published : Oct 8, 2023, 9:41 PM IST

ଘରୋଇ ନର୍ସିଂହୋମରେ ଶିଶୁ ମୃତ, ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣିଲେ ପରିବାର

ସମ୍ବଲପୁର: ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଶିଶୁପୁତ୍ରର ମୃତ୍ୟୁ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ଓ ଅବହେଳା ଯୋଗୁଁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲା ପରିବାର । ଶିଶୁର ମୃତ୍ୟୁ ପରେ ନର୍ସିଂହୋମରେ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଚିକିତ୍ସାରେ ଅବହେଳା ନେଇ ପରିବାର ପକ୍ଷରୁ ଅଇଁଠାପାଲି ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ହେଲେ ସେପଟେ ନର୍ସିଂହୋମ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ଜଣାପଡ଼ିଛି ।

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ସହରର ଗୋବିନ୍ଦତୋଲା ଅଞ୍ଚଳରେ ରହୁଥିବା ଜଣେ ମହିଳା ସହରର ଅଇଁଠାପାଲି ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ନର୍ସିଂହୋମରେ ନବଜାତ ଶିଶୁର ଉପଯୁକ୍ତ ଚିକିତ୍ସା ଅଭାବରୁ ଗତକାଲି ରାତିରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ଚିକିତ୍ସାଧିନ ଅବସ୍ଥାରେ ଶିଶୁକନ୍ୟା ମୃତ୍ୟୁ: ଅବହେଳା ଅଭିଯୋଗ, ମେଡିକାଲ ପରିସରରେ ଚାପା ଉତ୍ତେଜନା

ଗତ 5 ତାରିଖରେ ଗର୍ଭବତୀଙ୍କୁ ଏହି ନର୍ସିଂହୋମରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସିଜରିୟାନ ଡେଲିଭରୀ ହୋଇଥିଲା । ସେତେବେଳେ ଶିଶୁର ସ୍ବାସ୍ଥ୍ୟ ଠିକ ଥିଲା । ହେଲେ ଗତ ରାତିରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିବା ପରେ ଚିକିତ୍ସା ପାଇଁ କୌଣସି ଡାକ୍ତର ନଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୁଖ୍ୟତଃ ଶିଶୁଟିକୁ କୌଣସି ଏକ ଭ୍ୟାକ୍ସିନ ଦେବା ପରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛି ପରିବାର ।

ଅନ୍ୟପକ୍ଷରେ ନର୍ସିଂହୋମ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, " ଶିଶୁ ଜନ୍ମ ପାଇଁ ନିର୍ଦ୍ଧାରିତ ହୋଇଥିବା ତାରିଖରୁ 20 ଦିନ ପୂର୍ବରୁ ଶିଶୁର ଜନ୍ମ ହୋଇଥିବା ଯୋଗୁଁ ତାର ଓଜନ ମାତ୍ର 2କେଜି 200ଗ୍ରାମ ଥିଲା । ଏହା ସହ ନବଜାତ ଶିଶୁକୁ ନର୍ସିଂହୋମ ପକ୍ଷରୁ ସମସ୍ତ ପ୍ରକାର ଯତ୍ନ ନିଆଯାଉଥିଲା । ନବଜାତ ଶିଶୁର ମୃତ୍ୟୁ ଏକ ଆକସ୍ମିକ ଘଟଣା ହୋଇଥିବା ବେଳେ ଏହାକୁ ନେଇ ନର୍ସିଂହୋମକୁ ଦୋଷ ଦେବା ଉଚିତ୍‌ ନୁହେଁ । ମୁଖ୍ୟତଃ ଶ୍ବାସ ସମସ୍ୟା ଯୋଗୁଁ କାର୍ଡିଆକ ଆରେଷ୍ଟ ହେବା ଫଳରେ ଶିଶୁର ମୃତ୍ୟୁ ହୋଇଛି । କୌଣସି ଭ୍ୟାକ୍ସିନ ଇଞ୍ଜେକ୍ସନ ଯୋଗୁଁ କିମ୍ବା ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇନାହିଁ ।"

ଏହା ବି ପଢନ୍ତୁ- ନର୍ସଙ୍କ ଅବହେଳାରୁ ନାବାଳକ ଆଖିରେ ପଶିଲା ଇଞ୍ଜେକ୍ସନ ! କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ତାତିଲେ ଲୋକେ

ସେପଟେ ଏନେଇ ସମ୍ବଲପୁର ଅଇଁଠାପାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସର ଏକ ଟିମ ନର୍ସିଂହୋମକୁ ଆସି ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି । ଶିଶୁର ମୃତ୍ୟୁ ଘଟଣା ପରେ ମୃତ ଶିଶୁର ସମ୍ପର୍କୀୟମାନେ ଡାକ୍ତରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ମଧ୍ୟ ଅଇଁଠାପାଲି ଥାନାରେ ଏକ ପାଲଟା ଅଭିଯୋଗ ହୋଇଛି । ଏହାପରେ ଶିଶୁର ମୃତଦେହ ବ୍ୟବଚ୍ଛେଦ ହେବାପରେ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.