ସମ୍ବଲପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଓ ଅବହେଳିତ ନାଗରିକଙ୍କ ପାଇଁ ‘ସକ୍ଷମ’ ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟରେ ଏହି କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସସେନା ଶୁଭାରମ୍ଭ କରିଥିଲେ ।
ସମ୍ବଲପୁରର ଭିନ୍ନକ୍ଷମ ହେବେ ସକ୍ଷମ । ଏଥିପାଇଁ ଆରମ୍ଭ ହୋଇଛି ସକ୍ଷମ ଯୋଜନା । ଏହି ଯୋଜନା ଅନୁସାରେ ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ଟାର୍ଗେଟ ଗ୍ରୁପକୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି ଯୋଜନାକୁ ସଫଳ କରିବା ପାଇଁ ପ୍ରତ୍ୟେକ ମାସ ସମୀକ୍ଷା ବୈଠକ କରି ଯୋଜନା ପ୍ରସ୍ତୁତି କରାଯିବ। ଏହା ଯୋଜନା ସଫଳ ରୂପାୟନ ପାଇଁ ସ୍ବେଛାସେବୀ ସଂଗଠନ ଗୁଡିକୁ ନିୟୋଜିତ କରାଯିବ । ଯୋଜନା ଶୁଭାରମ୍ଭ ଅବସରରେ ଏକ ପତ୍ରିକା ମଧ୍ୟ ଉନ୍ମୋଚିତ କରାଯାଇଥିଲା ।
ଏହା ସହ ଏହି କାର୍ଯ୍ୟକ୍ରମରେ 2 ଜଣ ଭିନ୍ନକ୍ଷମଙ୍କୁ ଉନ୍ନତ ମାନର କୃତ୍ରିମ ଅଙ୍ଗ ପ୍ରଦାନ କରାଯିବା ସହ 15 ଜଣ ସିକିଲସେଲ୍ ରୋଗୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଳାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ପିଡ଼ିଡିଆରଡିଏ ପ୍ରମୂଖ ଉପସ୍ଥିତ ଥିଲେ ।
ସମ୍ବଲପୁରରୁ ବାଦଶାହା ଯୁଶ୍ମନ ରଣା, ଇଟିଭି ଭାରତ