ସମ୍ବଲପୁର : ବର୍ତ୍ତମାନ ସଡ଼କ ସୁରକ୍ଷା ସପ୍ତାହ ଜାରି ରହିଛି l ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି l ସଡ଼କ ଦୁର୍ଘଟଣାରେ ସବୁଠାରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଥିବାରୁ ପରିବହନ ବିଭାଗ ପକ୍ଷରୁ ଏବେ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ସହର ତପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟ ରେ ଏକ ସର୍ଟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ 84 ମିନିଟରେ 7ଟି ଭାଷାର 42ଟି ସଚେତନତାଧର୍ମୀ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା l ସମ୍ବଲପୁର ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ଫିଲ୍ମ ଦେଖା ଯାଇଥିବା ବେଳେ ବିଭିନ୍ନ ବର୍ଗର ଲୋକ ଏହି ଫିଲ୍ମ ଦେଖିଥିଲେ l ସର୍ଟ ଫିଲ୍ମଗୁଡ଼ିକ ମୁଖ୍ୟତଃ ସଡ଼କ ଦୁର୍ଘଟଣାର କାରଣ ଓ ଏହାକୁ କିପରି ଏଡ଼ାଇ ଦିଆଯାଇପାରିବ ସେନେଇ ସଚେତନତା ଦିଆଯାଇଥିଲା । ଏହାସହ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଜିଲ୍ଲା ପରିବହନ ଅଧିକାରୀ ରାମ ଦାସ ଟୁଡୁ, ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ଲାଲ ମୋହନ ସେଠି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ପରାମର୍ଶ ଦେଇଥିଲେ l
ଏହା ମଧ୍ୟ ପଢନ୍ତୁ ... ପରିବେଶ ସୁରକ୍ଷା ନେଇ ସମ୍ବଲପୁର ବନ ବିଭାଗର ନିଆରା ପଦକ୍ଷେପ, ପଥର ଉପରେ ସବୁଜିମା ସୃଷ୍ଟି
ଏହାସହ ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ କିପରି ଭାବେ ଯଥାଶୀଘ୍ର ହସ୍ପିଟାଲକୁ ନିଆଯିବା କଥା, ଏହି ସେବା କଲେ ପୋଲିସ କେସ୍ର କୌଣସି ଭୟ ନଥିବା ନେଇ ସଚେତନତା କରିଥିଲେ ବରିଷ୍ଠ ଅଧିକାରୀ l ଏହି ଅବସରରେ ସଡ଼କ ଦୁର୍ଘଟଣା ରେ ଆହତ ଲୋକଙ୍କୁ ହସ୍ପିଟାଲ ନେଇ ଜୀବନ ବଂଚେଇଥିବା କିଛି ସମାଜସେବୀ ଙ୍କୁ ଏହି ଅବସରରେ ସମ୍ମାନିତ ମଧ୍ୟ କରାଯାଇଛି l ତେବେ ଏହି ଅବସରରେ ଯୋଗ ଦେଇଥିବା ଆଡିସନାଲ ଟ୍ରାନ୍ସପୋର୍ଟ କମିଶନର ସୂଚନା ଦେଇଛନ୍ତି ଯେ ସଡ଼କ ସୁରକ୍ଷା ସପ୍ତାହ ର ପ୍ରଥମ 3 ଦିନ ଭିତରେ ରାଜ୍ୟରେ ଦୁର୍ଘଟଣା 20 ଜଣ ଙ୍କ ମୃତ୍ୟୁ ହୋଇ ସାରିଛି l ତେବେ ଏହି 3 ଦିନ ଭିତରେ ଟ୍ରାଫିକ ନିୟମ ମାନୁ ନଥିବା ଲୋକଙ୍କ ବିରୁଦ୍ଧରେ 8000 ମାମଲା ରୁଜ୍ଜୁ ହୋଇଥିବା ସୂଚନା ଦେଇଛନ୍ତି ଅଡିସନାଲ ଟ୍ରାନ୍ସପୋର୍ଟ କମିଶନର l
ଏହା ସହ ନାବାଳକ ମାନଙ୍କୁ ଗାଡି ଚଳେଇବାକୁ ଦେଉଥିବା ଅବିଭାବକଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି l ସୂଚନାଯୋଗ୍ୟ ଯେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ 18ରୁ 39 ବର୍ଷ ବୟସ୍କ ଲୋକ ପ୍ରାଣ ହରାଉଛନ୍ତି l 2021 ମସିହାରେ 167 ଜଣ ନାବାଳକ ଓ 2022ରେ ପ୍ରାୟ 150 ଜଣ ନାବାଳକ ପ୍ରାଣ ହରେଇଥିବା ପରିବହନ ବିଭାଗ ସୂଚନା ଦେଇଛି l
ଇଟିଭି ଭାରତ, ସମ୍ବଲପୁର