ETV Bharat / state

ଟ୍ରେନ ଭିତରୁ ମା’ ଝିଅ ନିଖୋଜ: GRP ଥାନାରେ ଏତଲା

ଟ୍ରେନ ଭିତରୁ ମା’ ଝିଅ ନିଖୋଜ । ଗତ ୨୫ ତାରିଖରେ ହୀରାକୁଦର ଶିପ୍ରାଞ୍ଜଳୀ ଜେନା ନିଜର ୭ ବର୍ଷର ଝିଅ ସହ ଭୁବନେଶ୍ୱର ଯିବା ପାଇଁ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ସିଟି ଷ୍ଟେସନରୁ ଚଢିଥିଲେ । ହେଲେ ଆଉ ସେ ଫେରିନଥିଲେ । ଅଧିକ ପଢନ୍ତୁ...

ଟ୍ରେନ ଭିତରୁ ମା’ ଝିଅ ନିଖୋଜ: GRP ଥାନାରେ ଏତଲା
ଟ୍ରେନ ଭିତରୁ ମା’ ଝିଅ ନିଖୋଜ: GRP ଥାନାରେ ଏତଲା
author img

By

Published : Oct 28, 2021, 4:56 PM IST

ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଅଘଟଣ । ଟ୍ରେନ ଭିତରୁ ମା’ ଝିଅ ନିଖୋଜ। ଗତ ୨୫ ତାରିଖରେ ହୀରାକୁଦର ଶିପ୍ରାଞ୍ଜଳୀ ଜେନା ନିଜର ୭ ବର୍ଷର ଝିଅ ସହ ଭୁବନେଶ୍ୱର ଯିବା ପାଇଁ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ସିଟି ଷ୍ଟେସନରୁ ଚଢିଥିଲେ। ଗତ ୨୫ ତାରିଖ ସକାଳ ୭ ଟା ୫୭ରେ ସେ ଟ୍ରେନରେ ଚଢିଥିଲେ ଓ ଟ୍ରେନ ଛାଡିଲା ପରେ ନିଜ ସ୍ୱାମୀଙ୍କୁ ଫୋନ ମଧ୍ୟ କରିଥିଲେ ବୋଲି ତାଙ୍କ ସ୍ୱାମୀ କହିଛନ୍ତି । ତେବେ ୮ଟା ୪୭ ପର୍ଯ୍ୟନ୍ତ ତାଙ୍କର ଫୋନ ଲାଗିଥିଲା ଓ ୯ଟା ୪ମିନିଟ ପରେ ତାଙ୍କର ଫୋନ ସୁଇଚ ଅଫ ହୋଇଯାଇଥିଲା ବୋଲି ତାଙ୍କର ସ୍ୱାମୀ କହିଛନ୍ତି। ପରେ ସେ ଭୁବନେଶ୍ୱରରେ ପହଞ୍ଚି ନଥିଲେ । ଏହା ପରେ ତାଙ୍କର ସ୍ୱାମୀ ହୀରାକୁଦସ୍ଥିତ ମହିଳାଙ୍କ ଭିଣୋଇଙ୍କୁ ଯୋଗାଯୋଗ କରିଥଲେ । ସୂଚନା ପାଇବା ପରେ ତାଙ୍କର ଭିଣୋଇ ଧର୍ମେନ୍ଦ୍ର ସ୍ୱାଇଁ ଏନେଇ ସମ୍ବଲପୁର ଜିଆରପି ଥାନାରେ ଏତଲା ଦେଇଛନ୍ତି । ବର୍ତ୍ତମାନ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଟ୍ରେନ ଭିତରୁ ମା’ ଝିଅ ନିଖୋଜ: GRP ଥାନାରେ ଏତଲା
ମହିଳାଙ୍କ ନିଜ ବାପ ଘର ହୀରାକୁଦ ନୁଆଁ ଗୁଜାତଲ ହୋଇଥିବାବେଳେ ସେ ୨୦୦୭ ମସିହାରେ ଜଗତସିଂହପୁରର ଏରସମା ଥାନା ଅନ୍ତର୍ଗତ ଓଲରା ଗାଁର ମଳୟ ରଞ୍ଜନ ମାଇତିଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୭ ବର୍ଷର ଏକ ଝିଅ ମଧ୍ୟ ଅଛି। ଗତ ୮ ତାରିଖ ସେ ଶଶୁର ଘରୁ ହୀରାକୁଦସ୍ଥିତ ନିଜ ବାପ ଘରକୁ ଅସିଥିଲେ। ଗତ ୨୫ ତାରିଖରେ ସେ ସମ୍ବଲପୁରରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ତେବେ ସେ ନିଜେ କୁଆଡେ ଯାଇଛନ୍ତି ନା ତାଙ୍କର ଅପହରଣ ହୋଇଛି ତାହା ପରବର୍ତ୍ତୀ ସମୟରେ ଜଣାପଡିବ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.