ETV Bharat / state

ଚାଷୀଙ୍କ ସମସ୍ୟା ନେଇ ଆରଡିସିଙ୍କୁ ଭେଟିଲେ ପୂର୍ବତନ ବିଧାୟକ ରମେଶ ପଟୁଆ - sambalpur lockdown

ଚାଷୀଙ୍କ ସମସ୍ୟା ନେଇ ଆରଡିସିଙ୍କୁ ଭେଟିଲେ ପୂର୍ବତନ ବିଧାୟକ ରମେଶ ପଟୁଆ। ଚାଷୀଙ୍କୁ ଫସଲ ବୀମା ରାଶି ମିଳି ନ ଥିବା ଅଭିଯୋଗ । ଅଧିକ ପଢନ୍ତୁ...

Mla Ramesh Patua met the RDC on the issue of farmers
ଚାଷୀଙ୍କ ସମସ୍ୟା ନେଇ ଆରଡିସିଙ୍କୁ ଭେଟିଲେ ପୂର୍ବତନ ବିଧାୟକ ରମେଶ ପଟୁଆ
author img

By

Published : May 8, 2020, 6:44 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ପଞ୍ଚାୟତ ଚାଷୀଙ୍କର ଫସଲ ବୀମା ରାଶି ମିଳି ନ ଥିବା ଅଭିଯୋଗ ଆଣିଛନ୍ତି ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ । ଚାଷୀମାନେ ବୀମାର ପ୍ରିମୀୟମ ଦେଉଥିଲେ ମଧ୍ୟ ସେମାନଙ୍କୁ କୋଟି କୋଟି ଟଙ୍କାର ବୀମା ରାଶି ଦୀର୍ଘ ବର୍ଷ ହେଲା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ଚାଷୀ ମାନେ ପୂର୍ବତନ ବିଧାୟକ ରମେଶ ପଟୁଆଙ୍କ ନେତୃତ୍ବରେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଦ୍ବାରସ୍ତ ହୋଇଛନ୍ତି ।

ଚାଷୀଙ୍କ ସମସ୍ୟା ନେଇ ଆରଡିସିଙ୍କୁ ଭେଟିଲେ ପୂର୍ବତନ ବିଧାୟକ ରମେଶ ପଟୁଆ

ଚାଷୀମାନେ ଫସଲ ବୀମାର ପ୍ରିମୀୟମ ରାଶି ଠିକ ଭାବରେ ପ୍ରଦାନ କରୁଥିବା ବେଳେ 2 ବର୍ଷ ହେଲାଣି ଫସଲ ବୀମା ରାଶି ମିଳି ନ ଥିବାର ଅଭିଯୋଗ କରିଛନ୍ତି। ରମେଶ ପଟୁଆଙ୍କ ନେତୃତ୍ବରେ ଚାଷୀମାନେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ପୂର୍ବରୁ ମଧ୍ୟ ସେମାନେ ଆରଡିସିଙ୍କୁ ଦେଖା କରି ତାଙ୍କ ଅଭିଯୋଗ ପତ୍ର ଦେଇଥିଲେ । ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ଯେତେବେଳେ ରେଙ୍ଗାଲି ଅଞ୍ଚଳ ପରିଦର୍ଶନ କରିଥିଲେ ତାଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିଲା ବୋଲି କହିଛନ୍ତି ରେଙ୍ଗାଲିର ପୁର୍ବତନ ବିଧାୟକ ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.