ETV Bharat / state

ସ୍ତ୍ରୀକୁ ହତ୍ୟା କରି ପୋତି ଦେଇଥିଲା ସ୍ବାମୀ, ମାଟିତଳୁ ଉଦ୍ଧାର ହେଲା ମୃତଦେହ

author img

By

Published : Aug 21, 2022, 8:16 AM IST

ସମ୍ବଲପୁର ଯୁଜୁମୁରା ଥାନା ଅନ୍ତର୍ଗତ ଗଇଲଗୁଡ଼ି ଗାଁରେ ମହିଳାଙ୍କ ନିଖୋଜ ଘଟଣା । ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

ସ୍ତ୍ରୀକୁ ହତ୍ୟା କରି ପୋତି ଦେଇଥିଲା ସ୍ୱାମୀ, ମାଟି ତଳୁ ମୃତଦେହ ଉଦ୍ଧାର କଲା ପୋଲିସ

ସମ୍ବଲପୁର: ଜିଲ୍ଲାର ଯୁଜୁମୁରା ଥାନା ଅନ୍ତର୍ଗତ ଗଇଲଗୁଡ଼ି ଗାଁରେ ନିଖୋଜ ମହିଳାଙ୍କ ମୃତଦେହକୁ ମାଟିତଳୁ ଉଦ୍ଧାର କଲା ପୋଲିସ । ଏହି ଘଟଣାରେ ପତ୍ନୀହନ୍ତାକୁ ଗିରଫ କରିଛି ଯୁଜୁମୁରା ପୋଲିସ । ସାତ ଜନ୍ମର ସାଥି ହେବା କଥା ଦେଇ ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ବାମୀ ।

ସୂଚନା ଅନୁସାରେ, ଗତ ୧୫ ତାରିଖରୁ ଯୁଜୁମୁରା ଥାନା ଗଇଲଗୁଡି ଗ୍ରାମର ପଦ୍ମିନୀ ଶବର ନାମକ ଜଣେ ମହିଳା ନିଖୋଜ ହେବାପରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କ ସ୍ୱାମୀ ମଙ୍ଗଳୁ ଶବରକୁ ଜେରା କରୁଥିଲା । ପରେ ଯୁଜୁମୁରା ପୋଲିସ ଶନିବାର ଗଇଲଗୁଡି ଜଙ୍ଗଲ ନିକଟରେ ମାଟିତଳୁ ନିଖୋଜ ମହିଳା ପଦ୍ମିନି ଶବରଙ୍କ ମୄତଦେହକୁ ଉଦ୍ଧାର କରିଛି । ଏହି ଘଟଣାରେ ଯୁଜୁମୁରା ପୋଲିସ ଅଭିଯୁକ୍ତ ସ୍ୱାମୀ ମଙ୍ଗଳୁ ଶବରଙ୍କୁ ଗିରଫ କରିଥିବା ଯୁଜୁମୁରା ପୋଲିସ ସୂଚନା ଦେଇଛି । ମଙ୍ଗଳୁ ନିଜ ସ୍ତ୍ରୀ ପଦ୍ମିନୀକୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ବେଳେ ଶନିବାର ମାଜିଷ୍ଟ୍ରେଟ ମମତା ନନ୍ଦ, ଏସଡିପିଓ ପ୍ରଶାନ୍ତ ମେହେର ଓ ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ନିଖୋଜ ମହିଳାର ମୄତଦେହକୁ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.