ETV Bharat / state

ହୀରାକୁଦରେ ବିଦେଶୀ ବିହଙ୍ଗ, ଯତ୍ନବାନ ବନ ବିଭାଗ

author img

By

Published : Nov 27, 2020, 8:24 PM IST

ଶୀତର ପହିଲି ସ୍ପର୍ଶ ସହ ହୀରାକୁଦ ଜଳଭଣ୍ଡାରକୁ ଛୁଟିଛି ବିଦେଶୀ ପକ୍ଷୀଙ୍କ ସୁଅ । ହେଲେ ଏହି ପକ୍ଷୀମାଂସ ଲୋଭୀଙ୍କ କବଳରୁ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଲଟିଛି ବନ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ..

ହୀରାକୁଦରେ ବିଦେଶୀ ବିହଙ୍ଗ , ଯତ୍ନବାନ ବନ ବିଭାଗ

ସମ୍ବଲପୁର : ଶୀତ ଆସିଲେ ହୀରାକୁଦ ଜଳଭଣ୍ଡାର ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ କଳରବରେ ପୂରି ଉଠେ । ଚଳିତ ବର୍ଷ ମଧ୍ୟ ଜଳଭଣ୍ଡାରରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛନ୍ତି । ବନ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯିବା ସହ ଏମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପଦକ୍ଷେପ ନିଆଯାଇଥିବା ହୀରାକୁଦ ବନଖଣ୍ଡ ଡି ଏଫ ଓ ପ୍ରତାପ କଟାପଲ୍ଲୀ କହିଛନ୍ତି ।

ହୀରାକୁଦର ନୀଳ ଜଳ ରାଶିର ଶୋଭା ବର୍ଦ୍ଧନ କରୁଛନ୍ତି ରଙ୍ଗ ବେରଙ୍ଗ ର ଅତିଥି ପକ୍ଷୀ । ଦେଶ ତଥା ଦେଶ ବାହାରୁ ପ୍ରତ୍ୟେକ ବର୍ଷ ଏଠାକୁ 3 ମାସ ପାଇଁ ଅତିଥି ହୋଇ ଆସୁଥିବା ଏହି ପକ୍ଷୀ ମାନେ ଏଥର ମଧ୍ୟ ପହଞ୍ଚିଗଲେଣି । ପ୍ରତ୍ୟେକ ବର୍ଷ ନଭେମ୍ବର ମଧ୍ୟ ଭାଗରୁ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ଏହି ପକ୍ଷୀ ମାନେ ହୀରାକୁଦ ଜଳ ଭଣ୍ଡାରର ଘର ବସାନ୍ତି । ଆଉ ଏହାର କାରଣ ହେଉଛି ଏମାନଙ୍କୁ ସୁହାଉଥିବା ଏଠାକାର ଜଳବାୟୁ,ପ୍ରଚୁର ପରିମାଣର ଖାଦ୍ୟ ଉପଲବ୍ଧତା, ତାପମାତ୍ରା । ଏଭଳି ପରିବେଶ ଏମାନଙ୍କୁ ଅଣ୍ଡାଦାନ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏମାନେ ଏଠାକୁ ଆସନ୍ତି ବୋଲି ପକ୍ଷୀ ବିଶେଷଜ୍ଞମାନେ କୁହନ୍ତି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 8 ରୁ 10 ପ୍ରଜାତିର ପକ୍ଷୀ ଆସିସାରିଥିବା ସୂଚନା ମିଳିଛି । ଏଠାକୁ ମୁଖ୍ୟତଃ ସି-ଗଲ, କ୍ରେଷ୍ଟେଡ଼ ଗ୍ରୀଡ୍ସ, ରେଡ଼ ହେଡେଡ ପୋଚାର୍ଡ, କମନ ପୋଚାର୍ଡ,ଟଫଫେଡ ଡକ,ଲାରଜ କର୍ମୋରେଣ୍ଟ ଆଦି ପ୍ରଜାତିର ପକ୍ଷୀ ଆସନ୍ତି ।

ମୁଖ୍ୟତଃ ଅଷ୍ଟ୍ରେଲିଆ, ସାଇବେରିଆ, ମାଲଡିବଶ, ଦକ୍ଷିଣଏସିଆ ଓ ହିମାଳୟ ଅଞ୍ଚଳରୁ ପ୍ରତ୍ୟେକ ବର୍ଷ ଏହି ପକ୍ଷୀ ସବୁ ଆସନ୍ତି । ଗତ ବର୍ଷ 97 ପ୍ରଜାତିର ପକ୍ଷୀ ଆସିଥିବା ରେକର୍ଡ ଥିବା ବେଳେ ଏଥର 100 ରୁ ଉର୍ଦ୍ଧ ପ୍ରଜାତିର ପକ୍ଷୀଙ୍କ ସମାଗମ ହେବା ନେଇ ଆଶା ରହିଛି । ତେବେ ଏହି ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି । ଅନ୍ୟ ପଟେ ସମ୍ବଲପୁର ହୀରାକୁଦ ବନଖଣ୍ଡ ଡିଏଫଓ ପ୍ରତାପ କୋଟାପଲ୍ଲୀ ସୂଚନା ଦେଇଛନ୍ତି ଅତିଥି ପକ୍ଷୀଙ୍କୁ ଶିକାରୀଙ୍କ ଠାରୁ ରକ୍ଷା ପାଇଁ 6 ଟି ପେଟ୍ରୋଲିଂ ଟିମ ଗଠନ କରାଯାଇଛି । ଏହି ଟିମ ସବୁ ବେଳେ ସଜାଗ ଥିବା କହିଛନ୍ତି ଡି ଏଫ ଓ ।

ହୀରାକୁଦ ଜଳଭଣ୍ଡାରର ଶୋଭା ବର୍ଦ୍ଧନ କରୁଥିବା ଏହି ଵିଦେଶୀ ଅତିଥି ପର୍ଯ୍ୟଟନଙ୍କ ଆକର୍ଷଣର କାରଣ । ତେବେ ଏମାନଙ୍କୁ ସୁରକ୍ଷା ଦେବା ବନ ବିଭାଗର ବଡ଼ ଦାୟିତ୍ବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.