ସମ୍ବଲପୁର: ସମ୍ବଲପୁର ବୁର୍ଲା ଭିମସାର (VIMSAR) ମେଡ଼ିକାଲ କଲେଜର ସାବିତ୍ରୀ ଛାତ୍ରୀ ନିବାସର ଛାତରୁ ଡେଇଁଲେ MBBS ଛାତ୍ରୀ । ପ୍ରଥମ ବର୍ଷରେ ପଢୁଥିବା ଛାତ୍ରୀ ଜଣଙ୍କ ଗତକାଲି ରାତି ପ୍ରାୟ 1 ଟା 30ରେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ଛାତ୍ରୀଙ୍କ ନାଁ ଫିର୍ଦୋଷ ଫାତିମା ହୋଇଥିବା ବେଳେ ତାଙ୍କ ଘର ବିଶାଖାପାଟଣା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିପରି ତାଙ୍କ ଗୋଡ଼ ଓ ହାତ ଭାଙ୍ଗି ଯାଇଛି ।
ସେ କେଉଁ କାରଣରୁ ଛାତରୁ ଡେଇଁଲେ ତାହା ସ୍ପଷ୍ଟ ହୋଇନାହିଁ। ବୁର୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ବୋଲି ବୁର୍ଲା ଥାନା ଅଧିକାରୀ କୋମଲ ପଣ୍ଡା ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ