ETV Bharat / state

ଗୋରୁ ବୋଝେଇ କଣ୍ଟେନରକୁ ଧକ୍କା ଦେଲା ଟ୍ରକ, ୪ ମୃତ

author img

By ETV Bharat Odisha Team

Published : Oct 13, 2023, 9:55 AM IST

Updated : Oct 13, 2023, 2:25 PM IST

ସମ୍ବଲପୁର କଟାପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୋରୁ ବୋଝେଇ ଗାଡି ଓଲଟି ପଡିବାରୁ ୪ ମୃତ ଅଧିକ ପଢନ୍ତୁ

ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣା
ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣା
ଗୋରୁ ବୋଝେଇ କଣ୍ଟେନରକୁ ଧକ୍କା ଦେଲା ଟ୍ରକ

ସମ୍ବଲପୁର: ଏମିତି ବି ଆସେ ମୃତ୍ୟୁ । ରାତିରେ ଖାଇବେ ବୋଲି ରାସ୍ତାକଡରେ ବସି ରୋଷେଇ କରୁଥିଲେ । ଏତିକି ବେଳେ ହଠାତ୍ ଓଲଟି ପଡିଲା କଣ୍ଟେନର । ଗାଡି ତଳେ ଚାପି ହୋଇ ଚାଲିଗଲା ୪ ଜଣଙ୍କ ଜୀବନ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା କଟାପାଲି ଛକ ନିକଟରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାକଡରେ ଛିଡା ହୋଇଥିବା ଗୋଟିଏ ଗୋରୁ ବୋଝେଇ କଣ୍ଟେନର, ଟ୍ରକ ଧକ୍କାରେ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ଅନେକ ଗାଈଗୋରୁଙ୍କର ମଧ୍ୟ ଜୀବନ ଚାଲିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଏହା ମଧ୍ୟ ପଢନ୍ତୁ: Road Mishap: ଶୋଇଥିବା ବେଳେ ଚଢିଗଲା ଟ୍ରକ, ଚାଲିଗଲା ମାଆ-ପୁଅଙ୍କ ଜୀବନ

ମିଳିଥିବା ସୂଚନା ଅନୁସାରେ, ଗତ ରାତି ପ୍ରାୟ ସାଢେ଼ ୧୧ଟା ସମୟରେ ବୁର୍ଲା ଥାନା କଟାପାଲି ଛକରେ ଏକ ଗୋରୁ ବୋଝେଇ କଣ୍ଟେନର ଟ୍ରକ ଅଟକି ରହିଥିଲା । କଣ୍ଟେନରରେ ଥିବା ୫ ଜଣ ବ୍ୟକ୍ତି ଗାଡି ସମ୍ମୁଖରେ ରାତ୍ରିଭୋଜନ ପାଇଁ ରୋଷେଇବାସ କରୁଥିଲେ । ଏହି ସମୟରେ ବରଗଡ଼ ପଟୁ ସମ୍ବଲପୁର ଅଭିମୁଖେ ଆସୁଥିବା ଏକ ଟ୍ରକ OD- 15C2063କୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇ ଦ୍ରୁତଗତିରେ ଚାଲି ଯାଇଥିଲା । ଫଳରେ ଉକ୍ତ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗୋରୁ ବୋଝେଇ କଣ୍ଟେନର ଗାଡ଼ିକୁ ଧକ୍କା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: Bihar Train Accident: ବିହାରରେ ବଡ ଟ୍ରେନ ଦୁର୍ଘଟଣା, ୪ ମୃତ ଓ ୫୦ରୁ ଅଧିକ ଆହତ

ଯାହାଫଳରେ କଣ୍ଟେନର୍‌ଟି ସେଠାରେ ରୋଷେଇ କରୁଥିବା ୫ ଜଣ ବ୍ୟକ୍ତିଙ୍କ ଉପରେ ଓଲଟି ପଡ଼ିଥିଲା ଏବଂ ସମସ୍ତେ ଗାଡ଼ି ତଳେ ଚାପି ହୋଇ ଯାଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଦୁର୍ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଆଉ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏବେ ଜଣେ ହିଁ ଗୁରୁତର ବୁର୍ଲା ମେଡିିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Oct 13, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.