ETV Bharat / state

ସମ୍ବଲପୁରରେ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର: ବ୍ରାହ୍ମଣ ନୁହେଁ, ବାପୁଙ୍କୁ ପୂଜନ୍ତି ହରିଜନ - ଗାନ୍ଧୀ ଜୟନ୍ତୀ 2023

ବାପୁ ଥିଲେ ହରିଜନଙ୍କ ବନ୍ଧୁ । ଉଚ୍ଚ ନିଚ୍ଚ ଭେଦଭାବ ଦୂର ପାଇଁ ସ୍ବର ଉଠାଇ ସେ ହରିଜନଙ୍କ ପାଇଁ ପାଲଟି ଯାଇଥିଲେ ଚଳନ୍ତି ଈଶ୍ବର । ସେଥିପାଇଁ ସମ୍ବଲପୁରରେ ଜଣେ ହରିଜନ ସମ୍ପ୍ରଦାୟର ବିଧାୟକ ନିର୍ମାଣ କରିଥିଲେ ଗାନ୍ଧୀ ମନ୍ଦିର । ଯେଉଁଠି ପ୍ରତିଦିନ ପୂଜା ପାଆନ୍ତି ଗାନ୍ଧିଜୀ । ଏହା ଦେଶରେ ପ୍ରଥମ ଗାନ୍ଧୀ ମନ୍ଦିର ବୋଲି କୁହାଯାଏ । ଦେଖନ୍ତୁ ଏହି ରିପୋର୍ଟ

Sambalpur Gandhi temple
Sambalpur Gandhi temple
author img

By ETV Bharat Odisha Team

Published : Oct 2, 2023, 6:44 PM IST

ସମ୍ବଲପୁରରେ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର; ବ୍ରାହ୍ମଣ ନୁହେଁ, ବାପୁଙ୍କୁ ପୂଜନ୍ତି ହରିଜନ

ସମ୍ବଲପୁର: ଆଜି ହେଉଛି ଗାନ୍ଧୀ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆଜି ସାରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଛି । ତେବେ ଏହି କାର୍ଯ୍ୟକ୍ରମ ସବୁ ଆଜି ଦିନ ପାଇଁ ସୀମିତ ରହିଥାଏ । କିନ୍ତୁ ସମ୍ବଲପୁର ସହର ଭିତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଗାନ୍ଧିଜୀ ପ୍ରତିଦିନ ପୂଜା ପାଇଥାନ୍ତି । ଏଠାରେ ହରିଜନମାନେ ଗାନ୍ଧୀ ମନ୍ଦିରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ପ୍ରତ୍ୟେକ ଦିନ ପୂଜା କରିଥାନ୍ତି । ସମ୍ବଲପୁର ମହାନଗର ଧନୁପାଲି ନିକଟସ୍ଥ ଭତରା ଗାଁରେ ରହିଛି ପ୍ରସିଦ୍ଧ ଗାନ୍ଧୀ ମନ୍ଦିର ।

ଏହା ବି ପଢନ୍ତୁୃ- ବାପୁଙ୍କ ଓଡିଶା ଆଗମନ ଇତିହାସର ମୁକସାକ୍ଷୀ ମଧୁ ମନ୍ଦିର, ଏଇଠି ୩ଦିନ ରହିଥିଲେ ଗାନ୍ଧିଜୀ

ମନ୍ଦିର ଭିତରେ ରହିଛି ବାପୁଜୀଙ୍କ ଭବ୍ୟ ପ୍ରତିମା ଯେଉଁଠି ପ୍ରତ୍ୟେକ ଦିନ ଗାନ୍ଧିଜୀଙ୍କୁ ହିଁ ପୂଜା କରାଯାଏ l ମନ୍ଦିର ସମ୍ମୁଖରେ ରହିଛି ଅଶୋକ ସ୍ତମ୍ଭ ଓ ମନ୍ଦିର ମୁଖ୍ୟ ଦ୍ଵାର ଉପର ଭାଗରେ ଶୋଭା ପାଉଛନ୍ତି ତ୍ରିରଙ୍ଗା ସହ ଭାରତ ମାତା l ମନ୍ଦିର ଭିତରେ ମୁଖ୍ୟ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଥିବା ବେଳେ ପାଖରେ ସୁଭାଷ ବୋଷ ଓ ଆମ୍ବେଦକରଙ୍କ ପରି ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର l ଅନ୍ୟପାର୍ଶ୍ଵରେ ରହିଛନ୍ତି ଜଗନ୍ନାଥ l ପ୍ରତ୍ୟେକ ଦିନ ସ୍ଥାନୀୟ ଲୋକ ନିଜ ଉଦ୍ୟମରେ ଏଠାରେ ପୂଜା ପାଠ କରନ୍ତି l ତେବେ ଏଠାରେ ବ୍ରାହ୍ମଣ ପରିବର୍ତ୍ତେ ହରିଜନ ସମ୍ପ୍ରଦାୟର ଲୋକେ ପୂଜା କରି ଆସୁଛନ୍ତି l ଆଉ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏଠାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୂନ ଅନୁଷ୍ଠିତ ହୋଇଥାଏ l

ଏହା ବି ପଢନ୍ତୁ- ଅବହେଳିତ ସଂଗ୍ରାମୀ ପୀଠର ଅନନ୍ୟ ସ୍ମୃତି ବୌଦ୍ଧର ଭାରତ ମାତା ମନ୍ଦିର

ଏହି ମନ୍ଦିରକୁ ରେଢ଼ାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର ନିର୍ମାଣ କରିଥିଲେ l ସ୍ବର୍ଗତ ଅଭିମନ୍ୟୁ କୁମାର ଛୋଟ ଥିବା ସମୟରେ ମହାତ୍ମା ଗାନ୍ଧୀ ସମ୍ବଲପୁର ଗସ୍ତରେ ଆସିଥିଲେ l ସେତେବେଳେ ମହାତ୍ମା ଗାନ୍ଧୀ ସମ୍ବଲପୁର ବାଲିବନ୍ଧାଠାରେ ମହାନଦୀରେ ଏକ ଜନସଭା କରିଥିଲେ l ସେଠାରେ ଅଭିମନ୍ୟୁ ଗାନ୍ଧିଜୀଙ୍କ ଭାଷଣ ଶୁଣି ତାଙ୍କ ନୀତି ଆଦର୍ଶରେ ଏତେ ଅନୁପ୍ରାଣିତ ହୋଇଥିଲେ ଯେ ତାଙ୍କୁ ସେ ଭଗବାନ ମାନି ନେଇଥିଲେ ଓ ମନେ ମନେ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବେ ବୋଲି ଭାବିଥିଲେ l ପରେ ସେ ଯେତେବେଳେ ରେଢ଼ାଖୋଲ ବିଧାୟକ ହୋଇଥିଲେ ସେ ନିଜ ଉଦ୍ୟମରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ l 1974 ମସିହା ଏପ୍ରିଲ 11 ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଏହାର ଉଦଘାଟନ କରିଥିଲେ l ସେହି ଦିନଠାରୁ ମହାତ୍ମା ଗାନ୍ଧୀଙ୍କୁ ଏଠି ପୂଜା କରାଯାଉଛି l

ଏହା ବି ପଢନ୍ତୁୃ- ସ୍ବାଧୀନତା ସଂଗ୍ରାମୀ ଗାଁ ବନପାଲି: ଦେଶ ପାଇଁ ଜୀବନ ଦେଇଥିଲେ ପୂର୍ବଜ, ବଂଶଧରଙ୍କୁ ମିଳୁନି ମୌଳିକ ସୁବିଧା

ଏନେଇ ସ୍ଥାନୀୟ ବାସିନ୍ଦା ନନ୍ଦ କୁମାର ଜଗଦଳା କହିଛନ୍ତି, "ଦୀର୍ଘ ଦିନରୁ ଏହି ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି । ରାଜ୍ୟରେ ଗାନ୍ଧିଜୀଙ୍କ ଏହି ବିରଳ ମନ୍ଦିର ରହିଥିଲେ ସୁଦ୍ଧା ଏହାର ବିକାଶ ଲାଗି କୌଣସି ସରକାର ଅନୁଦାନ ମିଳିନାହିଁ । ଜିଲ୍ଲା ପ୍ରଶାସନର ଅଧିକାରୀ କେବଳ ଗାନ୍ଧୀ ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଏହି ମନ୍ଦିରକୁ ଆସିଥାନ୍ତି । ହେଲେ ଏହାର ବିକାଶ ଦିଗରେ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ । "

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.