ETV Bharat / state

ଐତିହାସିକ ଶୈବପୀଠରେ ଶିବରାତ୍ରି, ସୋମନାଥ ମନ୍ଦିରରେ ଜାଗର ଜାଳୁଛନ୍ତି ଭକ୍ତ

ସମ୍ବଲପୁରର ସର୍ବ ପୁରାତନ ଶୈବପୀଠ କୁହାଯାଉଥିବା ବାଲିବନ୍ଧାସ୍ଥିତ ସୋମନାଥ ବାବାଙ୍କ ପୀଠରେ ଧୁମଧାମରେ ପାଳନ ହେଉଛି ମହାଶିବରାତ୍ରି । ଏହି ପୁରାତନ ଶୈବପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Feb 18, 2023, 9:31 PM IST

ସମ୍ବଲପୁରର ସୋମନାଥ ମନ୍ଦିରରେ ଜାଗର
ସମ୍ବଲପୁରର ସୋମନାଥ ମନ୍ଦିରରେ ଜାଗର
ସମ୍ବଲପୁରର ସୋମନାଥ ମନ୍ଦିରରେ ଜାଗର

ସମ୍ବଲପୁର: ଆଜି ହେଉଛି ପବିତ୍ର ମହାଶିବରାତ୍ରି । ଭଗବାନ ଭୋଳାନାଥ ଶିବ ଶଙ୍କରଙ୍କ ଜନ୍ମତିଥି । ହିନ୍ଦୁ ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ଆଜିର ଦିନରେ ଦେବ ଦେବ ମହାଦେବଙ୍କ ଦର୍ଶନ କଲେ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇ ଶିବ ପ୍ରାପ୍ତ ହୋଇଥାଏ । ତେଣୁ ଏହି ବିଶ୍ୱାସ ଆଜି ଶିବରାତ୍ରୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଶୈବପୀଠ ଆଡକୁ ଆକର୍ଷିତ କରିଛି । ଶନିବାର ସକାଳୁ ସକାଳୁ ସମ୍ବଲପୁରର ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ସମ୍ବଲପୁରର ସର୍ବ ପୁରାତନ ତଥା ଐତିହାସିକ ଶୈବପୀଠ କୁହାଯାଉଥିବା ବାଲିବନ୍ଧାସ୍ଥିତ ସୋମନାଥ ବାବାଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା ।

ସମ୍ବଲପୁର ସହରର ଏହି ଶୈବପୀଠରେ ଉଭା ଲିଙ୍ଗ ଥିବାରୁ ଏହି ପୀଠର ସ୍ୱତନ୍ତ୍ର ବିଶେଷତ୍ୱ ରହିଛି । ତେଣୁ ପ୍ରତ୍ୟେକ ବର୍ଷ ଶିବରାତ୍ରିରେ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ତେଣୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋମନାଥ ବାବାଙ୍କ ପୀଠରେ ଆଜି ଭୋର ୪ଟାରୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ଥାଳିରେ ବେଲପତ୍ର, ବିଭିନ୍ନ ପ୍ରକାରର ଫୁଲ ଓ ଦୁଗ୍ଧ ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ ଧରି ଲମ୍ବା ଧାଡିରେ ବିଭିନ୍ନ ବର୍ଗର ଲୋକଙ୍କୁ ଛିଡା ହୋଇଥିବା ଦେଖୁବାକୁ ମିଳିଥିଲା । ବାବା ସୋମନାଥଙ୍କ ମହିମା ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ।

ଏଠାରେ ମାନସିକ କଲେ ତାହା ନିଶ୍ଚିତ ଭାବେ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ତେଣୁ ଆଜି କେବଳ ସମ୍ବଲପୁର ନୁହେଁ, ସମ୍ବଲପୁର ଆଖପାଖ ଜିଲ୍ଲା ତଥା ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡରୁ ଶ୍ରଦ୍ଧାଳୁମାନେ ମଧ୍ୟ ବାବାଙ୍କ ଦର୍ଶନ ପାଇଁ ଆସିଥିବା ଦେଖୁବାକୁ ମିଳିଥିଲା । ଧୂପ ଦୀପ ଜାଳି ବାବାଙ୍କ ଲିଙ୍ଗରେ ଜଳାଭିଷେକ କରିଥିଲେ ଭକ୍ତ । ଅତ୍ୟଧିକ ଗହଳି ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଧାଡି ବ୍ୟବସ୍ଥା କରାଯାଇଥିଲା । ଆଜି ରାତ୍ରି ସମୟରେ ଯେଉଁ ଭକ୍ତମାନେ ଉପବାସ କରି ଉଜାଗର ରହିବେ ସମସ୍ତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତ୍ରିର ଚତୁର୍ଥ ପ୍ରହରରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ କାହିଁକି ବାବା ସୋମନାଥଙ୍କ ଉପରେ ଲୋକଙ୍କ ଏତେ ବିଶ୍ୱାସ ? ଏହା ପଛରେ ରହିଛି ଏକ ଐତିହାସିକ କଥାବସ୍ତୁ । ଏହି ମନ୍ଦିରଟି ୫୦୦ ବର୍ଷ ପୁରୁଣା ବୋଲି ଐତିହାସିକ କୁହନ୍ତି । ସମ୍ବଲପୁରରେ ଚୌହାନ ବଂଶୀୟ ରାଜା ବଳିୟାର ସିଂହଙ୍କ ରାଜୁତି ସମୟରେ ସେ ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର ଗ୍ରାମରେ ଥିବା ମାନ୍ଧାତା ବାବା ମନ୍ଦିରକୁ ପ୍ରତ୍ୟେକ ଦିନ ଦର୍ଶନ କରିବାକୁ ଯାଉଥିଲେ । ତେବେ ଦିନେ ସେ ଦର୍ଶନ କରିବାକୁ ଯିବା ସମୟରେ ବାଟରେ ପଡୁଥିବା ମାଳତୀ ନଦୀରେ ବନ୍ୟାଜଳ ଆସିଥିଲା । ସେ ନଦୀ ଆରପାରିକୁ ଯାଇ ନପାରି ନଦୀ କୂଳରେ ଏକାଧିକ ଦିନ ବିତାଇଲେ । ତେବେ ବନ୍ୟା ପାଣି କମିଲା ନାହିଁ । ଶେଷରେ ରାତ୍ରି ସମୟରେ ରାଜାଙ୍କୁ ବାବା ଭୋଳାନାଥ ସ୍ୱପ୍ନାଦେଶ ହେଲା ଯେ ସମ୍ବଲପୁର ସହରର ବାଲିବନ୍ଧା ଠାରେ ସେ ଉଭା ଲିଙ୍ଗ ଭାବେ ବିଦ୍ୟମାନ ।

ସେଠାକୁ ଯାଇ ସେହି ସ୍ଥାନରେ ରାଜା ମନ୍ଦିର ନିର୍ମାଣ କରନ୍ତୁ ବୋଲି ସ୍ୱପ୍ନାଦେଶ ହେବାପରେ ରାଜା ଏହି ସୋମନାଥ ବାବାଙ୍କ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରିଥିଲେ । ଏହାପରେ ରାଜା ପୁରୀ ଯାଇ ସେଠାରୁ କେତେକ ପ୍ରତିଷ୍ଠିତ ବ୍ରାହ୍ମଣ ପରିବାରକୁ ସମ୍ବଲପୁର ଆଣି ସୋମନାଥ ବାବାଙ୍କ ପୂଜାର୍ଚ୍ଚନା କରିବା ପାଇଁ ଏଠାରେ ଅବସ୍ଥାପିତ କରାଇଥିଲେ । ସେହିଦିନ ଠାରୁ ସମ୍ବଲପୁର ସହରରେ ଏହି ଐତିହାସିକ ମନ୍ଦିର ବିଦ୍ୟମାନ । ଆଉ ପ୍ରତ୍ୟେକ ବର୍ଷ ଶିବରାତ୍ରିରେ ଏଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖୁବାକୁ ମିଳିଥାଏ । ଏହି ଶୈବପୀଠର ରୀତିନୀତି ଆଉ ନିଆରା ପରମ୍ପରା ହିଁ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଏ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.