ETV Bharat / state

ହୀରାକୁଦ ଡ୍ୟାମ ପରିଦର୍ଶନ କଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ

ଟ୍ରିବୁନାଳର ଏହି ଟିମ ସହ ହୀରାକୁଦ ଡ୍ୟାମର ପ୍ରମୁଖ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଏହି ଟିମ ହୀରାକୁଦ ଜଳ ଭଣ୍ଡାରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ତଳ ମୁଣ୍ଡରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବେ l ଅଧିକ ପଢନ୍ତୁ

author img

By

Published : May 20, 2023, 8:54 PM IST

ହୀରାକୁଦ ଡ୍ୟାମ ପରିଦର୍ଶନ କଳା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ
ହୀରାକୁଦ ଡ୍ୟାମ ପରିଦର୍ଶନ କଳା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ
ହୀରାକୁଦ ଡ୍ୟାମ ପରିଦର୍ଶନ କଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ l ଆଜି ଏହି ଟିମ ସକାଳୁ ହୀରାକୁଦ ଡ୍ୟାମକୁ ଯାଇ ପରିଦର୍ଶନ କରିବା ସହ ଅଣ ମୌସୁମୀ ଋତୁରେ ରୁଲ କର୍ଭ ଅନୁସାରେ ଜଳ ସ୍ତର କେତେ ରହିବା କଥା, ଉପର ମୁଣ୍ଡରୁ କେତେ ପରିମାଣ ର ଜଳ ଆସିବା କଥା, କେତେ ଜଳ ଆସୁଛି ସେନେଇ ଅନୁଧ୍ୟାନ କରିଥିବା ଜଣାପଡିଛି l ଟ୍ରିବୁନାଳର ଏହି ଟିମ ସହ ହୀରାକୁଦ ଡ୍ୟାମର ପ୍ରମୁଖ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଏହି ଟିମ ହୀରାକୁଦ ଜଳ ଭଣ୍ଡାରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ତଳ ମୁଣ୍ଡରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବେ l

ହୀରାକୁଦ ଜଲଭଣ୍ଡାରର ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରି ଅଣ ମୌସୁମୀ ଋତୁରେ ଓଡିଶା ପାଇଁ ମହାନଦୀରେ ପାଣି ଛାଡୁ ନଥିବା ର ଅଭିଯୋଗ ହେବା ପରେ ଏହି ବିବାଦ ସୃଷ୍ଟି ହୋଇଥିଲା l ଏହି ପ୍ରସଙ୍ଗ ରେ ଓଡିଶା ସରକାର 2016 ମସିହା ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟରେ Inter State River Water Dispute Act ଅନୁସାରେ Under Sec-3 ରେ ଏକ ଅଭିଯୋଗ ଦାଖଲ କରିବା ପରେ 12 ମାର୍ଚ୍ଚ 2018 ମସିହାରେ Mahanadi Water Dispute Tribunal ଗଠନ ହୋଇଥିଲା l ଆଜି ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଅବଧି 2 ଥର ବୃଦ୍ଧି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଶୁଣାଣି ହୋଇନାହିଁ l ଗତ ମାର୍ଚ୍ଚ ମାସରେ ଟ୍ରିବ୍ୟୁନାଲର ଦ୍ଵିତୀୟ ଅବଧି ବୃଦ୍ଧି ହୋଇଥିଲା l

ଟ୍ରିବ୍ୟୁନାଲଗଠନର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଶୁଣାଣି ହୋଇନଥିବାରୁ ଏହି ପ୍ରସଙ୍ଗ କୁ ନେଇ ରାଜ୍ୟରେ ଘନେଇଛି ରାଜନୀତି l ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଗତକାଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଟାର୍ଗେଟ କରିଛି l ଟ୍ରିବୁନାଲ ବାହାନାରେ ରାଜ୍ୟ ସରକାର ନିଜର ଦୋଷ ଝାଡୁଥିବା କଂଗ୍ରେସ ଅଭିଯୋଗ ଆଣିଛି l

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ଉତ୍କଟ ଜଳ ସଙ୍କଟ ଥିବା ଅଭିଯୋଗ କରି ମହାନଦୀ ଜଳ ବିବାଦ ଟ୍ରିବୁନାଲ ଟିମ କୁ ଏକା ମଧ୍ୟବର୍ତ୍ତିକାଳୀନ ଶୁଣାଣି ପାଇଁ ଦାବି କରିଛି କଂଗ୍ରେସ l ଆସନ୍ତା 7 ଦିନ ଭିତରେ ରାଜ୍ୟ ସରକାର ଡ୍ୟାମ ଓ ବ୍ୟାରେଜ ଗୁଡିକ ରୁ କେନାଲ କୁ ପାଣି ନଛାଡିଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛି କଂଗ୍ରେସ l ମୌସୁମୀ ଋତୁରେ ମହାନଦୀ ର ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର କେଉଁ ପଦକ୍ଷେପ ନେଇଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି l

ଗତ ମାସ ଟ୍ରିବୁନାଲର ଏହି ଟିମ ଛତିଶଗଡର କଳମା ବ୍ୟାରେଜ ପରିଦର୍ଶନ କରିବା ପୂର୍ବରୁ 20 ଟି ଗେଟ ଜରିଆରେ ମହାନଦୀ କୁ ଜଳ ନିଷ୍କାସନ କରିଥିଲା ଛତିଶଗଡ l

ସୂଚନା ଯୋଗ୍ୟ ଯେ ସମ୍ବଲପୁରରେ ମହାନଦୀ ୱାଟର ଡିସପ୍ୟୁଟ ଟ୍ରିବ୍ୟୁନାଲ ଟିମ ଗତକାଲି ଆସି ପହଞ୍ଚିଥିଲା । ଗତକାଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଏମ ଖନୱିଲକର ନେତୃତ୍ବରେ ଆସିଥିବା ଟିମ ସମ୍ବଲପୁର ପହଞ୍ଚି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରକୁ ଆସି ମା ଙ୍କ ଦର୍ଶନ କରିଥିଲେ l ପରେ ଟିମ ସମ୍ବଲପୁରରେ ରାତ୍ରୀ ଯାପନ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.