ETV Bharat / state

ମହାନଦୀ ବନ୍ୟାଜଳ ପରିଚାଳନା ନେଇ ବୈଠକ - ମହାନଦୀ ବନ୍ୟାଜଳ ପରିଚାଳନା ନେଇ ବୈଠକ

ବର୍ଷା ଦିନରେ ମହାନଦୀରେ ବନ୍ୟାଜଳ ପରିଚାଳନା ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଏହି ବୈଠକରେ ମହାନଦୀରେ ଜଳ ପ୍ରବାହ ସୂଚନା ଆଦାନ ପ୍ରଦାନ ଉପରରେ ଆଲୋଚନା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 6, 2019, 10:35 PM IST

ସମ୍ବଲପୁର: ମହାନଦୀ ବନ୍ୟା ଜଳ ପରିଚାଳନା ନେଇ ରାୟପୁର ଠାରେ ଓଡିଶା ଓ ଛତିଶଗଡର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଏହି ବୈଠକରେ ବର୍ଷା ଋତୁରେ ମହାନଦୀରେ ଜଳପ୍ରବାହ ସୂଚନା ଆଦାନ ପ୍ରଦାନ କିପରି ଠିକ ସମୟରେ ହୋଇପାରିବ ତା ଉପରେ ବିଷଦ ଭାବେ ଆଲୋଚନା ହୋଇଛି। ଛତିଶଗଡ଼ କେଉଁ ସମୟରେ କେତେ ପରିମାଣର ପାଣି ଛାଡିବ ତାର24 ଘଣ୍ଟା ପୂର୍ବରୁ ଓଡିଶାକୁ ଖବର ଦେବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଥିସହ ମହାନଦୀ ତଳ ମୁଣ୍ଡରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ପୂର୍ବରୁ ସୂଚନା ଦେଇ ପାଣି ଛାଡିବାକୁ ଉଭୟ ରାଜ୍ୟର ଅଧିକାରୀ ମାନେ ଏକମତ ହୋଇଥିଲେ। ଛତିଶଗଡ଼ କେଉଁ ସମୟରେ କେଉଁ ବ୍ୟାରେଜରୁ କେତେ ପାଣି ଛାଡ଼ୁଛି ତାର ସଠିକ ଆକଳନ କରି ରାଜ୍ୟକୁ ଜଣାଇବା ପାଇଁ ଓଡିଶା ପ୍ରତିନିଧି ମଣ୍ଡଳ କହିଥିଲେ ଓ ଛତିଶଗଡ଼ ପ୍ରତିନିଧିମାନେ ଏଥିରେ ସମ୍ମତି ପ୍ରଦାନ କରିଥିଲେ।

ତେବେ ଓଡିଶା ସରକାର ଓ ଛତିଶଗଡ଼ ସରକାର ମଧ୍ୟରେ ମହାନଦୀ ଜଳକୁ ନେଇ ଟ୍ରିବ୍ୟୁନାଲରେ ବିବାଦ ଲାଗି ରହିଥିବାରୁ ଅନ୍ୟ କୌଣସି ବିଷୟରେ ଆଲୋଚନା ହୋଇପାରିନାହିଁ । ଏହି ବୈଠକରେ ରାଜ୍ୟ ଜଳ ସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଅକ୍ଷୟ କୁମାର ବାନାର୍ଜୀ, ଅପର ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ନାୟକ, ହୀରାକୁଦ ଡ୍ୟାମ ନିର୍ବାହୀ ଯନ୍ତ୍ରୀ ନିରାକାର ବିଶିଙ୍କ ସମେତ ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳ ଯୋଗ ଦେଇଥିଲେ । ସେହିପରି ଛତିଶଗଡ଼ ସରକାରଙ୍କ ପକ୍ଷରୁ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଜୟନ୍ତ ପାୱାର, ମହାନଦୀ ପରିଯୋଜନା ମୁଖ୍ୟଯନ୍ତ୍ରୀ, ହସଦେଓ ବଙ୍ଗୋ ପ୍ରୋଜେକ୍ଟ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

Intro:ବର୍ଷା ଦିନରେ ମହାନଦୀ ବନ୍ୟାଜଳ ପରିଚାଳନା ନେଇ ଛତିଶଗଡ଼ ରାୟପୁର ଠାରେ ଓଡିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ପ୍ରମୁଖ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।Body:ଆଜି ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଓ ଛତିଶଗଡ଼ ସରକାର ଙ୍କ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ମଧ୍ୟରେ ବର୍ଷା ଋତୁରେ ମହାନଦୀ ରେ ବନ୍ୟା ଜଳପ୍ରବାହ କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଛତିଶଗଡ଼ ର ରାଜଧାନୀ ରାୟପୁର ରେ ଅନୁଷ୍ଠିତ ହୋଇଛି। ରାୟପୁର ର ଶିବନାଥ ଭବନ ରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ଓଡିଶା ରାଜ୍ୟ ଜଳ ସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଅକ୍ଷୟ କୁମାର ବାନାର୍ଜୀ, ଅପର ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ନାୟକ, ହୀରାକୁଦ ଡ୍ୟାମ ନିର୍ବାହୀ ଯନ୍ତ୍ରୀ ନିରାକାର ବିଶି ଙ୍କ ସମେତ ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳ ଏହି ବୈଠକ ରେ ଅଂଶ ଗ୍ରହଣ କରିଥିବା ବେଳେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଜୟନ୍ତ ପାୱାର, ମହାନଦୀ ପରିଯୋଜନା ମୁଖ୍ୟ ଯନ୍ତ୍ରୀ, ହସଦେଓ ବଙ୍ଗୋ ପ୍ରୋଜେକ୍ଟ ମୁଖ୍ୟଯନ୍ତ୍ରୀ, ମହାନଦୀ ଗୋଦାଭରି ବେସିନ ମୁଖ୍ୟ ଯନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ରହିଥିଲେ। ତେବେ ବର୍ଷା ଋତୁରେ ମହାନଦୀରେ ଜଳପ୍ରବାହ ସୂଚନା ଆଦାନ ପ୍ରଦାନ କିପରି ଠିକ ସମୟରେ ହୋଇପାରିବ ତା ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା। ଛତିଶଗଡ଼ କେଉଁ ସମୟରେ କେତେ ପରିମାଣର ପାଣି ଛାଡିବ ତାର24 ଘଣ୍ଟା ପୂର୍ବରୁ ଓଡିଶା କୁ ଝବର ଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ମହାନଦୀ ତଳ ମୁଣ୍ଡରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୂର୍ବରୁ ସୂଚନା ଦେଇ ପାଣି ଛାଡିବାକୁ ଉଭୟ ରାଜ୍ୟ ର ଅଧିକାରୀ ମାନେ ଏକମତ ହୋଇଥିଲେ। ଛତିଶଗଡ଼ କେଉଁ ସମୟରେ କେଉଁ ବ୍ୟାରେଜ ରୁ କେତେ ପାଣି ଛାଡ଼ୁଛି ତାର ସଠିକ ଆକଳନ କରି ଓଡିଶା କୁ ଜଣାଇବା ପାଇଁ ଓଡିଶା ପ୍ରତିନିଧି ମଣ୍ଡଳ କହିଥିଲେ ଓ ଛତିଶଗଡ଼ ପ୍ରତିନିଧିମାନେ ଏଥିରେ ସମ୍ମତି ପ୍ରଦାନ କରିଥିଲେ। ଓଡିଶା ସରକାର ଓ ଛତିଶଗଡ଼ ସରକାର ମଧ୍ୟରେ ମହାନଦୀ ଜଳକୁ ନେଇ ଟ୍ରାବୁନାଲ ରେ ବିବାଦ ଲାଗି ରହିଥିବାରୁ ଅନ୍ୟ କୌଣସି ବିଷୟରେ ଆଲୋଚନା ହୋଇ ନଥିଲା।Conclusion:ପ୍ରତ୍ୟେକ ବର୍ଷ ଏହି ବୈଠକ ବର୍ଷା ଦିନ ପୂର୍ବରୁ ହୋଇଥାଏ। ତେବେ ଛତିଶଗଡ଼ ଓ ଓଡ଼ିଆ ମଧ୍ୟରେ ମହାନଦୀ ଜଳ ବିବାଦ ହେବା ପରଠାରୁ ଏଥିରେ ବିଳମ୍ବ ହେଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.