ETV Bharat / state

ଖୋଲିଲା ମା' ସମଲେଶ୍ୱରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଚାଲିଛି ଦର୍ଶନ

author img

By

Published : Aug 3, 2021, 11:33 AM IST

Updated : Aug 3, 2021, 12:08 PM IST

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ସମ୍ବଲପୁର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିର । କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ଖୋଲିଲା ମା' ସମଲେଶ୍ୱରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଚାଲିଛି ଦର୍ଶନ
ମା' ସମଲେଶ୍ୱରୀଙ୍କ ମନ୍ଦିର ଖୋଲିଲା, କଟକଣା ମଧ୍ୟରେ ଚାଲିଛି ଦର୍ଶନ

ସମ୍ବଲପୁର: ଆଜିଠୁ ଖୋଲିଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିର । ରାଜ୍ଯ ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁସାରେ SOP ପାଳନ କରି ଆଜି(ମଙ୍ଗଳବାର) ଠାରୁ ପ୍ରତ୍ୟହ ସମଲେଶ୍ବରୀଙ୍କ ଦର୍ଶନ କରିପାରିବେ ଭକ୍ତ ।

ଖୋଲିଲା ମା' ସମଲେଶ୍ୱରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଚାଲିଛି ଦର୍ଶନ

ସକାଳ 6 ରୁ ମା'ଙ୍କ ମନ୍ଦିର ଖୋଲାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥାରେ ମା'ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ତେବେ ସକାଳ 6ଟୁ 11 ଏବଂ ଅପରାହ୍ନରେ 3 ଟା 30 ରୁ 7 ଟା 30 ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଗୋଟିଏ ପ୍ରବେଶ ଦ୍ଵାର ଓ ଗୋଟିଏ ପ୍ରସ୍ଥାନ ଦ୍ୱାରାର ବ୍ୟବସ୍ଥା ରହିଛି । ଏହା ସହିତ ରହିଛି ବ୍ୟାରିକେଟ ବ୍ୟବସ୍ଥା । ଏକା ଥରକେ ଜଣେ ଭକ୍ତ ମା'ଙ୍କ ଦର୍ଶନ କରିପାରିବେ । ତେବେ ମନ୍ଦିରକୁ ଭୋଗ କି ପ୍ରସାଦ ନେବାକୁ ବାରଣ କରାଯାଇଛି । ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରଖାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 3, 2021, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.