ETV Bharat / state

ଦୀପାବଳି ଦୀପ ଲିଭିଗଲା ପରେ 4 ଲକ୍ଷ କଳାକନା ବୁଲାଇଲେ ଚୋର - ଦୀପାବଳି ରାତିରେ ଚୋରି

ଦୀପାବଳି ରାତିରେ ଘରେ କଳାକନା ବୁଲାଇଲେ ଚୋର । ଗ୍ରୀଲ କାଟି ଘରେ ପଶି ୪ ଲକ୍ଷ ଟଙ୍କାର ସୁନାଗହଣା ଓ ଜିନିଷପତ୍ର ଲୁଟି ନେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଦୀପାବଳି ରାତିରେ ଘରେ କଳାକନା ବୁଲାଇଲେ ଚୋର
ଦୀପାବଳି ରାତିରେ ଘରେ କଳାକନା ବୁଲାଇଲେ ଚୋର
author img

By

Published : Nov 5, 2021, 12:40 PM IST

ସମ୍ବଲପୁର: ଦୀପାବଳି ରାତିରେ ଚୋରଙ୍କ ଉନ୍ମତ୍ତ କାଣ୍ଡ । ଘରେ ବୃଦ୍ଧାଙ୍କୁ ଏକାକୀ ପାଇ ବୁଲାଇଲେ କଳାକନା । ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ଗିରିଜା ନଗରରେ ଅଞ୍ଚଳରେ ଗତକାଲି(ଗୁରୁବାର) ରାତି ପାଖାପାଖି ୨ଟା ସମୟରେ ଡକାୟତି ହୋଇଛି । ୪ ଜଣ ଚୋର ଗ୍ରୀଲ କାଟି ଘରେ ପଶିବା ସହ ୪ ଲକ୍ଷ ଟଙ୍କାର ସୁନାଗହଣା ଓ ଜିନିଷପତ୍ର ଲୁଟି ନେଇଛନ୍ତି ।

ଦୀପାବଳି ରାତିରେ ଘରେ କଳାକନା ବୁଲାଇଲେ ଚୋର

ସୂଚନାଯୋଗ୍ୟ, ଗିରିଜା ନଗରର ସୁମିତ୍ରା ପାଢୀ ନାମକ ଜଣେ ବୃଦ୍ଧା ନିଜ ଝିଅ ଘରେ ଏକାକୀ ଥିଲେ । ଏହି ସୁଯୋଗରେ ଗତକାଲି(ଗୁରୁବାର) ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ଗ୍ରୀଲ କାଟି ପଶିଥିଲେ । ବୃଦ୍ଧାଙ୍କୁ ଧମକ ଦେଇ ଘରେ ଯାହା ମୂଲ୍ୟବାନ ଅଳଙ୍କାର ଥିଲା ସବୁ ଲୁଟି ନେଇଥିଲେ ।

ଏନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ ସନ୍ଧାନୀ କୁକୁର ସହ ସେଠାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଠିକ୍ ଭାବେ ହେଉନଥିବାରୁ ଏଭଳି ଘଟଣାମାନ ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.