ETV Bharat / state

ବ୍ୟାଙ୍କ ସମ୍ମୁଖରୁ 3 ଲକ୍ଷ ଲୁଟିନେଲେ ଲୁଟେରା - sambalpur kacheri chawk sbi branch loot

ଶୁକ୍ରବାର ସମ୍ବଲପୁର ସହରର କଚେରୀ ଛକ ସ୍ଥିତ ଏସପି ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ଠାରୁ 3 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି 2 ଜଣ ଲୁଟେରା । ଅଧିକ ପଢନ୍ତୁ...

ବ୍ୟାଙ୍କ ସମ୍ମୁଖରୁ 3 ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

author img

By

Published : Nov 6, 2020, 6:39 PM IST

ସମ୍ବଲପୁର: ଏସବିଆଇ ବ୍ୟାଙ୍କ ସମ୍ମୁଖରୁ 3 ଲକ୍ଷ ଟଙ୍କା ଲୁଟ୍ । ଶୁକ୍ରବାର ସମ୍ବଲପୁର ସହରର କଚେରୀ ଛକ ସ୍ଥିତ ଏସପି ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ଠାରୁ 3 ଲକ୍ଷ ଟଙ୍କା ଲୁଟ କରିଛନ୍ତି 2 ଜଣ ଲୁଟେରା ।

ବ୍ୟାଙ୍କ ସମ୍ମୁଖରୁ 3 ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର କୋର୍ଟର ଷ୍ଟାମ୍ପ ଭେଣ୍ଡର ଘନଶ୍ୟାମ ସୁପକାର ଶୁକ୍ରବାର ଏକ ବ୍ୟାଗରେ ୩ ଲକ୍ଷ ଟଙ୍କା ଭର୍ତ୍ତି କରି ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ଜମା କରିବାକୁ ଆସିଥିଲେ । ସେ ବ୍ୟାଙ୍କ ବାହାରେ ଗାଡି ରଖି ବ୍ୟାଙ୍କ ଭିତରକୁ ଯାଉଥିବା ସମୟରେ ୨ ଜଣ ଲୁଟେରା ଏକ କଳା ପଲସରରେ ଆସି ଆଖି ପିଛୁଳାକେ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଫେରାର ହୋଇଯାଇଥିଲେ ।

ଏହାପରେ ଘନଶ୍ୟାମ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଲୁଟେରାଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.