ETV Bharat / state

ଲକଡାଉନ ଯନ୍ତ୍ରଣା; ଚାଷୀର ହାତ ଖାଲି, ରୋଜଗାର ଠପ - ଚାଷ କାର୍ଯ୍ୟରେ କୋରୋନା କଳା ବାଦଳ

ନିର୍ଦ୍ଦୟ କୋରୋନାର ଫାଶରେ ଚାଷୀର ହସ । ଅସହାୟ ହୋଇପଡିଛି ଶ୍ରମିକ । କୃଷକ ଶ୍ରମିକଙ୍କ ଦେଖାନଥିବାରୁ ଜମିରେ ଧାନ ରୁଆରେ ବିଳମ୍ବ ହେଉଛି । ସେପଟେ, ଶ୍ରମିକ ବି କାମଧନ୍ଦା ନ ପାଇ ଆର୍ଥକ ଅନଟନରେ କାଳାତିପାତ କରୁଛି । ଅଧିକ ପଢନ୍ତୁ...

ଚାଷୀର ହାତ ଖାଲି, ରୋଜଗାର ଠପ
ଚାଷୀର ହାତ ଖାଲି, ରୋଜଗାର ଠପ
author img

By

Published : Aug 5, 2020, 4:20 PM IST

Updated : Jan 4, 2021, 3:16 PM IST

ସମ୍ବଲପୁର: ଶ୍ରମିକଙ୍କ ପାଦରେ କୋରୋନା ବେଡି । ଚାଷବାସ ସମୟରେ ମାଡି ବସିଛି ମହାମାରୀ ଭୟ । ଚାଷ ଋତୁରେ ଦିନ ରାତି ଏକ କରି ଜମିରେ ଲୋଟି ପଡୁଥିବା କୃଷକ ଆଜି କୋରୋନା ଦାଉରେ ଭାଙ୍ଗି ପଡିଛି । ପ୍ରଥମରୁ କୋରୋନା ପାଇଁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି, ପୁଣି ଏପଟେ ଶ୍ରମିକ ଅଭାବ ଯୋଗୁଁ ଆଗକୁ ଜମି ପଡିଆ ପଡିବ ବୋଲି ଘାରିଲାଣି ଚିନ୍ତା ।

ଚାଷୀର ହାତ ଖାଲି, ରୋଜଗାର ଠପ

ଚାଷ କାମ ପାଇଁ ଚାଷୀ ତରତର ହେଉଛି, ହେଲେ ଶ୍ରମିକଙ୍କ ଦେଖା ନାହିଁ । ଏବେ କୁ ଧାନ ରୁଆ ସରିବା କଥା, ହେଲେ ଏଯାଏଁ ରୋଇବା କାମ ମଧ୍ୟ ଆରମ୍ଭ ହୋଇପାରୁନାହିଁ । ସରକାର କୋରୋନା କଟକଣାରୁ ଚାଷ କାର୍ଯ୍ୟକୁ ବାଦ ଦେଇଛନ୍ତି। ତେବେ ଚାଷ କିପରି ହେବେ ସେନେଇ କାହାର ନିଘା ନାହିଁ । କୋରୋନା ପାଇଁ ବିଭିନ୍ନ ଜିଲ୍ଲାରେ ଲକଡାଉନ ଓ ଆଉ ସଟଡାଉନ । କେହି କୁଆଡେ ଯା’ ଆସ କରି ପାରୁନାହାଁନ୍ତି । ଫଳରେ ଚାଷକାମରେ ଆହୁରି ବିଳମ୍ବ ହେବା ସହ ଶ୍ରମିକଙ୍କ ରୋଜଗାର ମଧ୍ୟ ଠପ ହୋଇପଡିଛି । ପୂର୍ବରୁ ଜମିରେ କାମ କରି ଦିନକରେ ଜଣେ ଶ୍ରମିକ 400 ଟଙ୍କା ରୋଜଗାର କରୁଥିଲି । ହେଲେ ଏବେ ଚାରି ଆଡୁ କାମ ଧନ୍ଦା ବନ୍ଦ ।

ସମ୍ବଲପୁର ଜିଲ୍ଲାର ଚାଷୀମାନେ ରୁଆ ପାଇଁ ଛତିଶଗଡ, ପଦ୍ମପୁର, ବଲାଙ୍ଗୀରର କୃଷକ ଶ୍ରମିକଙ୍କ ଉପରେ ନିର୍ଭର କରନ୍ତି । କିନ୍ତୁ ବର୍ତ୍ତମାନ କେଉଁ ଜିଲ୍ଲାର ସଟଡାଉନ ଓ କେଉଁଠି ଲକଡାଉନ ଲାଗୁ ହୋଇଛି । ଏପରି ସ୍ଥିତି ଅନ୍ୟ ସ୍ଥାନରୁ ଶ୍ରମିକ ସମ୍ବଲପୁର ଜିଲ୍ଲାକୁ ଆସିପାରୁନାହାଁନ୍ତି । ସ୍ଥାନୀୟ ସରପଞ୍ଚ ମଧ୍ୟ ନିଜ ଅଞ୍ଚଳର ଶ୍ରମିକଙ୍କୁ ଅନ୍ୟତ୍ର ପଠାଇବାକୁ ବାରଣ କରୁଛନ୍ତି । ପୂର୍ବରୁ 20 ଏକର ଜମିରେ 20-25 ଶ୍ରମିକ ନିୟୋଜିତ ହେଉଥିଲେ । ହେଲେ ଏବେ 10 ଜଣ ଶ୍ରମିକରେ କାମ ଚଳାଇବାକୁ ପଡୁଛି । ଫଳରେ ଆଗକୁ ସମ୍ବଲପୁର ଜିଲ୍ଲାରେ ଶହଶହ ଚାଷ ଜମି ପଡିଆ ପଡିବ ବୋଲି ଚାଷୀ ଚିନ୍ତା ପ୍ରକଟ କଲେଣି ।

କୋରୋନା ପାଇଁ ପୂର୍ବରୁ ଚାଷକାର୍ଯ୍ୟରେ ବିଳମ୍ବ ହୋଇଛି । ଆଉ ଆଗକୁ ଯଦି ସରକାର ଏଥିପାଇଁ ଠୋସ ପଦକ୍ଷେପ ନ ନିଅନ୍ତି, ତେବେ ଆଗକୁ ଖାଦ୍ୟ ଅଭାବର ସଙ୍କଟ ନିଶ୍ଚୟ ଦେଖାଦେବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 4, 2021, 3:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.