ସମ୍ବଲପୁର: ଜମିବାଡି ବିବାଦକୁ କେନ୍ଦ୍ରକରି ଟ୍ରିପଲ ମର୍ଡର । ଜମିବାଡି଼ ବିଦାଦରେ ଅକାଳରେ ଚାଲିଗଲା 3 ନିରୀହ ଜୀବନ । ମାଆ, ଝିଅ ଓ ଜ୍ବାଇଁକୁ ଟାଙ୍ଗିଆରେ ନିର୍ମମ ହତ୍ୟା । ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲିପାଲି ଥାନା ଅଞ୍ଚଳରେ । ପଡୋଶୀର ଟାଙ୍ଗିଆ ଚୋଟରେ 3 ଜଣଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ମହୁଲିପାଲି ଥାନା ଅଧୀନ ଲପଡା ଗାଁରେ ଦୁଇ ପଡୋଶୀଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ବୁଧବାର ବିବାଦ ସୃଷ୍ଟି ହୋଇଥିଲା । ବିବାଦ ଏତେ ଭୀଷଣ ରୂପ ନେଇଥିଲା ଯେ, ପଡୋଶୀ ନବୀନ ଦେହେରୀ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ପିରୂବତୀ ବେହେରା, ତାଙ୍କ ଝିଅ ସାବିତ୍ରୀ ବେହେରା ଓ ଜ୍ବାଇଁ ଗିରିଧାରୀ ସାହୁଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ 3 ଜଣଙ୍କର ମୃତ୍ୟୁ ଘଟିଛି । ମହୁଲିପାଲି ପୋଲିସ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ଏବଂ ତା'ର ପରିବାରକୁ ଅଟକ ରଖିଥିବା ସୂଚନା ମିଳିଛି ।
ସମ୍ବଲପୁରରୁ ଜୁସମନ ରଣା, ଇଟିଭି ଭାରତ