ETV Bharat / state

Sambalpuri Din: କେମିତି ଆରମ୍ଭ ହୋଇଥିଲା ସମ୍ବଲପୁରୀ ଦିନ - ସମ୍ବଲପୁରୀ ଦିନ

ପ୍ରତ୍ୟେକ ବର୍ଷ ଅଗଷ୍ଟ 1 ତାରିଖ ରେ ସମ୍ବଲପୁରୀ ଦିନ ପାଳନ କରାଯାଉଛି l ପୂର୍ବରୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏହା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ଏହା ପାଳିତ ହୋଇ ଆସୁଛି l ସମ୍ବଲପୁରୀ ଦିନ ଅବସରରେ ଅବାଳ ବୃଦ୍ଧ ବନିତା ସମସ୍ତେ ସମ୍ବଲପୁରୀ ବସ୍ତ୍ର ଓ ଭିନ୍ନ ଭିନ୍ନ ଡିଜାଇନର ପୋଷାକ ପରିଧାନ କରିଥାନ୍ତି l ଏହା ସହ ସମ୍ବଲପୁରୀ ଦିନ ଅବସରରେ ସମ୍ବଲପୁରୀ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଅଧିକ ପଢନ୍ତୁ

କେମିତି ଆରମ୍ଭ ହୋଇଥିଲା ସମ୍ବଲପୁରୀ ଦିନ
କେମିତି ଆରମ୍ଭ ହୋଇଥିଲା ସମ୍ବଲପୁରୀ ଦିନ
author img

By

Published : Jul 31, 2023, 10:50 PM IST

କେମିତି ଆରମ୍ଭ ହୋଇଥିଲା ସମ୍ବଲପୁରୀ ଦିନ

ସମ୍ବଲପୁର: ଅଗଷ୍ଟ 1 । ଏହି ଦିନକୁ ପଶ୍ଚିମ ଓଡିଶାବାସୀ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି । ଗତ 2013 ମସିହାରୁ ଏହି ସମ୍ବଲପୁରୀ ଦିନ ପାଳନ କରାଯାଉଛି l ମୁଖ୍ୟତଃ ସମ୍ବଲପୁରୀ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଶିଷ୍ଟ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ 2013 ମସିହାରେ ଅତି ଛୋଟ ଆକାରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର 5 ଜଣ ସଦସ୍ୟଙ୍କ ଦ୍ବାରା ଏହା ଆରମ୍ଭ ହୋଇଥିଲା l ବର୍ତ୍ତମାନ ଏହି ମହତ୍ସୋବ ଦେଶ ସହ ବିଦେଶ ରେ ପାଳିତ ହେଉଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛି ଦିନ ପୂର୍ବରୁ ଏକ ଭିଡିଓ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।

ଅଗଷ୍ଟ 1, ସମ୍ବଲପୁରୀ ଦିନ l 2013 ମସିହାରୁ ସମ୍ବଲପୁରର ପଶ୍ଚିମାଞ୍ଚଳ ଏକତା ମଞ୍ଚ ସଂଗଠନ ପକ୍ଷରୁ ଏହାର ପାଳନ ଆରମ୍ଭ ହୋଇଥିଲା l ସମ୍ବଲପୁରୀ କୋଷଳି କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ 100 ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ସମ୍ବଲପୁରୀ ଭାଷା ପ୍ରତି ଥିବା ଅବଦାନକୁ ମନେ ପକେଇବା ତଥା ସମ୍ବଲପୁରୀ ନୃତ୍ୟ, ଗୀତ, ଖାଦ୍ୟ, ପାନୀୟ, ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ଯୁବ ପୀଢି ଆଗରେ ପରିଚୟ କରେଇବାକୁ ଏହି ପର୍ବର ପାଳନ ପ୍ରଥମ କରି ସମ୍ବଲପୁରରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିଲା l ବର୍ତ୍ତମାନ ଏହା ପଶ୍ଚିମ ଓଡିଶା ସମେତ ସାରା ବିଶ୍ବ ଦରବାରରେ ପହଞ୍ଚିଛି l

ଏହାବି ପଢନ୍ତୁ- ଆଜି ସମ୍ବଲପୁରୀ ଦିନ, ପଶ୍ଚିମ ଓଡ଼ିଶାରେ ଧୁମଧାମରେ ସେଲିବ୍ରେସନ୍‌

କଣ ଏହି ସମ୍ବଲପୁରୀ ଦିନ: ପ୍ରତ୍ୟେକ ବର୍ଷ ଅଗଷ୍ଟ 1 ତାରିଖ ରେ ସମ୍ବଲପୁରୀ ଦିନ ପାଳନ କରାଯାଉଛି l ପୂର୍ବରୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏହା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ଏହା ପାଳିତ ହୋଇ ଆସୁଛି l ସମ୍ବଲପୁରୀ ଦିନ ଅବସରରେ ଅବାଳ ବୃଦ୍ଧ ବନିତା ସମସ୍ତେ ସମ୍ବଲପୁରୀ ବସ୍ତ୍ର ଓ ଭିନ୍ନ ଭିନ୍ନ ଡିଜାଇନର ପୋଷାକ ପରିଧାନ କରିଥାନ୍ତି l ଏହା ସହ ସମ୍ବଲପୁରୀ ଦିନ ଅବସରରେ ସମ୍ବଲପୁରୀ ନୃତ୍ୟ ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯେଉଁ ଠାରେ ମୁଖ୍ୟତଃ ସ୍ଥାନୀୟ ସମ୍ବଲପୁରୀ ଲୋକ କଳାକାର ମାନଙ୍କୁ ନିଜର କଳା ପରିବେଷଣ ପାଇଁ ସୁଯୋଗ ଦିଆଯାଇଥାଏ l ଅନ୍ୟପଟେ ପାରମ୍ପରିକ ପିଠା, ପଣା, ବ୍ୟଞ୍ଜନ ଆଦିର ପସରା ଦେଖିବାକୁ ମିଳିଥାଏ l ଲୋକେ ଆନନ୍ଦ ସହ ଏହାର ଖାଇବାର ମଜା ନିଅନ୍ତି l ବର୍ତ୍ତମାନ ରାଜ୍ୟ ସହ ଦେଶ ବାହାରେ ମଧ୍ୟ ଏହା ପାଳନ ହେଉଛି l

ଏହାବି ପଢନ୍ତୁ- Sambalpuri Din: ପଶ୍ଚିମ ଓଡିଶା ଲୋକ ପ୍ରତିନିଧି ଜଣାଇଲେ ଶୁଭେଚ୍ଛା

ସମ୍ବଲପୁର ସହରର କଚେରୀ ଛକରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଳନ ହେଉଥିବା ବେଳେ, ସମ୍ବଲପୁର ଗଙ୍ଗାଧର ମଣ୍ଡପ ଠାରେ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ମଧ୍ୟ ସମ୍ବଲପୁରୀ ଦିନ ପାଳନ ହେବାକୁ ଯାଉଛି l ଅନ୍ୟପଟେ ଏଥର ହୀରାକୁଦ ସହରରେ ମଧ୍ୟ ସମ୍ବଲପୁରୀ ଦିନ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ଭାବେ ପାଳନ ହେବ l ଏହି ସବୁ କାର୍ଯ୍ୟକ୍ରମରେ ଜଣା ଶୁଣା ସମ୍ବଲପୁରୀ କଳାକାର ସାମିଲ ହେବେ ବୋଲି ସୂଚନା ମିଳିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.