ସମ୍ବଲପୁର: ବର୍ତ୍ତମାନ ମଧ୍ୟ ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବଞ୍ଚିରହିଛି । ଆଉ ଏହି କୁସଂସ୍କାରରୁ ଶିକ୍ଷିତ ବର୍ଗ ମଧ୍ୟ ଅନେକ ସ୍ଥାନରେ ମୁକୁଳି ପାରିନାହିଁ । ତେବେ ଆଜି ଆମେ ଏମିତି ଏକ ଅସାଧାରଣ ମହିଳାଙ୍କ ବିଷୟରେ ଜାଣିବା, ଯିଏ ଗରିବ ହୋଇଥିଲେ ମଧ୍ୟ ସମାଜର କୁସଂସ୍କାର, ଅନ୍ଧବିଶ୍ୱାସ ଓ ମିଥ୍ୟା ପରମ୍ପରାର ଖାତିର ନକରି ଅସାଧାରଣ କାମ କରିଆସୁଛନ୍ତି । ହିନ୍ଦୁ ସମାଜରେ ଶ୍ମଶାନ ଘାଟରେ ମହିଳାଙ୍କୁ ଯିବାର ବାରଣ ସତ୍ତ୍ବେ ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ବ ହେଲା ସମ୍ବଲପୁରର ଶାନ୍ତି ବେହେରା ଶ୍ମଶାନ ଘାଟର ସବୁ କାର୍ଯ୍ୟ ତୁଲାଇ ଆସୁଛନ୍ତି ।
ଏହେଉଛନ୍ତି ସମ୍ବଲପୁରର ଶାନ୍ତି ବେହେରା । ଘର କାମଲିବଜାର । ଚଳିବା ପକ୍ଷେ ଏତେ ଭଲ ହୋଇନଥିଲେ ବି ତାଙ୍କ କାମ ଆଜି ସମସ୍ତଙ୍କୁ ଚକିତ କରିଛି । ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେଲା ସମ୍ବଲପୁରର ରାଜଘାଟ ବା ଶ୍ମଶାନ ଘାଟରେ ସେ କାମ କରି ଆସୁଛନ୍ତି।ଆମ ସମାଜରେ ଶ୍ମଶାନ ମହିଳାଙ୍କ ପାଇଁ ବାରଣ ଥିବା ସତ୍ତ୍ୱେ ଶାନ୍ତି ଏସବୁକୁ ଖାତିର କରନ୍ତି ନାହିଁ। ମୃତଦେହ ଆସିବା ଜାଣିବା ମାତ୍ରେ ସେ ବାହାରି ଯାଆନ୍ତି ଶ୍ମଶାନ ଘାଟ ଆଡକୁ। ସେଠାରେ ଝାଡୁ କରିବା ସହ ମୃତଦେହ ଦାହ କରିବା ଯାଏଁ ରୁହନ୍ତି ଶାନ୍ତି।
ଏଭଳି ଅସାଧାରଣ କାମ ପଛରେ ରହିଛି ଏକ ଦୁଃଖଦ କାହାଣୀ । 15 ବର୍ଷ ପୂର୍ବେ ଶାନ୍ତି ହରାଇଥିଲେ ସ୍ୱାମୀଙ୍କୁ। ପାଖରେ ଥିଲେ ତାଙ୍କର 2 ପୁଅ ଓ 4 ଝିଅ । ଦାରିଦ୍ରତା କାରଣରୁ ଦୁଃଖର ପାହାଡ ବୋଝ ହୋଇଥିଲା ଶାନ୍ତିଙ୍କ ଉପରେ। ଏହାପରେ ସେ ପରିବାର ଚଳାଇବା ପାଇଁ ଶ୍ମଶାନ ଘାଟରେ କାମ କରିଥିଲେ । ଏପରିକି ତାଙ୍କ 2 ପୁଅ ମଧ୍ୟ ରୋଗରେ ପଡ଼ି ଗୋଟିଏ ପରେ ଗୋଟିଏ ପ୍ରାଣ ହରାଇଥିଲେ। ଆଉ ନିଜ ପୁଅଙ୍କ ଶବ ଦାହ ମଧ୍ୟ କରିଥିଲେ ଏହି ସାହାସୀ ମହିଳା।
ଶାନ୍ତି ଏବେବି ନିଜର 4 ଝିଅଙ୍କ ପାଳନପୋଷଣର ଭାର ଉଠାଇ ଚାଲିଛନ୍ତି। ଏହି ସାହାସୀ ମହିଳାଙ୍କ ଏଭଳି କାମକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ନ୍ୟୁଜ
ଶ୍ମଶାନ ଘାଟରେ ବିତେ ମହିଳାଙ୍କ ଜୀବନ, ଜାଣନ୍ତୁ କଣ ରହିଛି କାରଣ? - superstition
ଶଶ୍ମାନରେ ମହିଳାଙ୍କ ପ୍ରବେଶକୁ ନେଇ ରହିଛି ଅନେକ କଟକଣା। ଏହା ପଛରେ ଅନେକ କୁସଂସ୍କାର ମଧ୍ୟ ରହିଛି। ମାତ୍ର ସମାଜରେ ଥିବା ନିୟମ ଏବଂ କୁସଂସ୍କାରକୁ ଗୁରୁତ୍ୱ ନ ଦେଇ ଶଶ୍ମାନଘାଟରେ ସମସ୍ତ କାର୍ଯ୍ୟ କରୁଛନ୍ତି ଜଣେ ମହିଳା।
ସମ୍ବଲପୁର: ବର୍ତ୍ତମାନ ମଧ୍ୟ ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବଞ୍ଚିରହିଛି । ଆଉ ଏହି କୁସଂସ୍କାରରୁ ଶିକ୍ଷିତ ବର୍ଗ ମଧ୍ୟ ଅନେକ ସ୍ଥାନରେ ମୁକୁଳି ପାରିନାହିଁ । ତେବେ ଆଜି ଆମେ ଏମିତି ଏକ ଅସାଧାରଣ ମହିଳାଙ୍କ ବିଷୟରେ ଜାଣିବା, ଯିଏ ଗରିବ ହୋଇଥିଲେ ମଧ୍ୟ ସମାଜର କୁସଂସ୍କାର, ଅନ୍ଧବିଶ୍ୱାସ ଓ ମିଥ୍ୟା ପରମ୍ପରାର ଖାତିର ନକରି ଅସାଧାରଣ କାମ କରିଆସୁଛନ୍ତି । ହିନ୍ଦୁ ସମାଜରେ ଶ୍ମଶାନ ଘାଟରେ ମହିଳାଙ୍କୁ ଯିବାର ବାରଣ ସତ୍ତ୍ବେ ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ବ ହେଲା ସମ୍ବଲପୁରର ଶାନ୍ତି ବେହେରା ଶ୍ମଶାନ ଘାଟର ସବୁ କାର୍ଯ୍ୟ ତୁଲାଇ ଆସୁଛନ୍ତି ।
ଏହେଉଛନ୍ତି ସମ୍ବଲପୁରର ଶାନ୍ତି ବେହେରା । ଘର କାମଲିବଜାର । ଚଳିବା ପକ୍ଷେ ଏତେ ଭଲ ହୋଇନଥିଲେ ବି ତାଙ୍କ କାମ ଆଜି ସମସ୍ତଙ୍କୁ ଚକିତ କରିଛି । ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେଲା ସମ୍ବଲପୁରର ରାଜଘାଟ ବା ଶ୍ମଶାନ ଘାଟରେ ସେ କାମ କରି ଆସୁଛନ୍ତି।ଆମ ସମାଜରେ ଶ୍ମଶାନ ମହିଳାଙ୍କ ପାଇଁ ବାରଣ ଥିବା ସତ୍ତ୍ୱେ ଶାନ୍ତି ଏସବୁକୁ ଖାତିର କରନ୍ତି ନାହିଁ। ମୃତଦେହ ଆସିବା ଜାଣିବା ମାତ୍ରେ ସେ ବାହାରି ଯାଆନ୍ତି ଶ୍ମଶାନ ଘାଟ ଆଡକୁ। ସେଠାରେ ଝାଡୁ କରିବା ସହ ମୃତଦେହ ଦାହ କରିବା ଯାଏଁ ରୁହନ୍ତି ଶାନ୍ତି।
ଏଭଳି ଅସାଧାରଣ କାମ ପଛରେ ରହିଛି ଏକ ଦୁଃଖଦ କାହାଣୀ । 15 ବର୍ଷ ପୂର୍ବେ ଶାନ୍ତି ହରାଇଥିଲେ ସ୍ୱାମୀଙ୍କୁ। ପାଖରେ ଥିଲେ ତାଙ୍କର 2 ପୁଅ ଓ 4 ଝିଅ । ଦାରିଦ୍ରତା କାରଣରୁ ଦୁଃଖର ପାହାଡ ବୋଝ ହୋଇଥିଲା ଶାନ୍ତିଙ୍କ ଉପରେ। ଏହାପରେ ସେ ପରିବାର ଚଳାଇବା ପାଇଁ ଶ୍ମଶାନ ଘାଟରେ କାମ କରିଥିଲେ । ଏପରିକି ତାଙ୍କ 2 ପୁଅ ମଧ୍ୟ ରୋଗରେ ପଡ଼ି ଗୋଟିଏ ପରେ ଗୋଟିଏ ପ୍ରାଣ ହରାଇଥିଲେ। ଆଉ ନିଜ ପୁଅଙ୍କ ଶବ ଦାହ ମଧ୍ୟ କରିଥିଲେ ଏହି ସାହାସୀ ମହିଳା।
ଶାନ୍ତି ଏବେବି ନିଜର 4 ଝିଅଙ୍କ ପାଳନପୋଷଣର ଭାର ଉଠାଇ ଚାଲିଛନ୍ତି। ଏହି ସାହାସୀ ମହିଳାଙ୍କ ଏଭଳି କାମକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ନ୍ୟୁଜ
ଶ୍ମଶାନ ଘାଟରେ ବିତେ ମହିଳାଙ୍କ ଜୀବନ, ଜାଣନ୍ତୁ କଣ ରହିଛି କାରଣ?
ସମ୍ବଲପୁର: ବର୍ତ୍ତମାନ ମଧ୍ୟ ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ବଞ୍ଚିରହିଛି । ଆଉ ଏହି କୁସଂସ୍କାରରୁ ଶିକ୍ଷିତ ବର୍ଗ ମଧ୍ୟ ଅନେକ ସ୍ଥାନରେ ମୁକୁଳି ପାରିନାହିଁ । ତେବେ ଆଜି ଆମେ ଏମିତି ଏକ ଅସାଧାରଣ ମହିଳାଙ୍କ ବିଷୟରେ ଜାଣିବା, ଯିଏ ଗରିବ ହୋଇଥିଲେ ମଧ୍ୟ ସମାଜର କୁସଂସ୍କାର, ଅନ୍ଧବିଶ୍ୱାସ ଓ ମିଥ୍ୟା ପରମ୍ପରାର ଖାତିର ନକରି ଅସାଧାରଣ କାମ କରିଆସୁଛନ୍ତି । ହିନ୍ଦୁ ସମାଜରେ ଶ୍ମଶାନ ଘାଟରେ ମହିଳାଙ୍କୁ ଯିବାର ବାରଣ ସତ୍ତ୍ବେ ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ବ ହେଲା ସମ୍ବଲପୁରର ଶାନ୍ତି ବେହେରା ଶ୍ମଶାନ ଘାଟର ସବୁ କାର୍ଯ୍ୟ ତୁଲାଇ ଆସୁଛନ୍ତି ।
ଭିଓ-1 ଏ ହେଉଛନ୍ତି ସମ୍ବଲପୁରର ଶାନ୍ତି ବେହେରା । ଘର କାମଲିବଜାର । ଚଳିବା ପକ୍ଷେ ଏତେ ଭଲ ହୋଇନଥିଲେ ବି ତାଙ୍କ କାମ ଆଜି ସମସ୍ତଙ୍କୁ ଚକିତ କରିଛି । ଦୀର୍ଘ 15 ବର୍ଷରୁ ଊର୍ଦ୍ଧ୍ବ ବର୍ଷ ହେଲା ସମ୍ବଲପୁରର ରାଜଘାଟ ବା ଶ୍ମଶାନ ଘାଟରେ ସେ କାମ କରି ଆସୁଛନ୍ତି । ଆମ ସମାଜରେ ଶ୍ମଶାନ ମହିଳାଙ୍କ ପାଇଁ ବାରଣ ଥିବା ସତ୍ତ୍ୱେ ଶାନ୍ତି ଏସବୁକୁ ଖାତିର କରନ୍ତି ନାହିଁ । ମୃତଦେହ ଆସିବା ଜାଣିବା ମାତ୍ରେ ସେ ବାହାରି ଯାଆନ୍ତି ଶ୍ମଶାନ ଘାଟ ଆଡକୁ । ସେଠାରେ ଝାଡୁ କରିବା ସହ ମୃତଦେହ ଦାହ କରିବା ଯାଏଁ ରୁହନ୍ତି ଶାନ୍ତି ।
ବାଇଟ-1- ଶାନ୍ତି ବେହେରା, ଶ୍ମଶାନରେ କାମ କରୁଥିବା ମହିଳା
ଭିଓ-2- ଏଭଳି ଅସାଧାରଣ କାମ ପଛରେ ରହିଛି ଏକ ଦୁଃଖଦ କାହାଣୀ । 15 ବର୍ଷ ପୂର୍ବେ ଶାନ୍ତି ହରାଇଥିଲେ ସ୍ୱାମୀଙ୍କୁ। ପାଖରେ ଥିଲେ ତାଙ୍କର 2 ପୁଅ ଓ 4 ଝିଅ । ଦାରିଦ୍ରତା କାରଣରୁ ଦୁଃଖର ପାହାଡ ବୋଝ ହୋଇଥିଲା ଶାନ୍ତିଙ୍କ ଉପରେ । ଏହାପରେ ସେ ପରିବାର ଚଳାଇବା ପାଇଁ ଶ୍ମଶାନ ଘାଟରେ କାମ କରିଥିଲେ । ଏପରିକି ତାଙ୍କ 2 ପୁଅ ମଧ୍ୟ ରୋଗରେ ପଡ଼ି ଗୋଟିଏ ପରେ ଗୋଟିଏ ପ୍ରାଣ ହରାଇଥିଲେ । ଆଉ ନିଜ ପୁଅଙ୍କ ଶବ ଦାହ ମଧ୍ୟ କରିଥିଲେ ଏହି ସାହାସୀ ମହିଳା ।
ବାଇଟ-2-ରାମ ଦାସ ପଣ୍ଡା,ସ୍ବେଚ୍ଛାସେବୀ, ସମ୍ବଲପୁର
ଫାଭିଓ-ଶାନ୍ତି ଏବେବି ନିଜର 4 ଝିଅଙ୍କ ପାଳନପୋଷଣର ଭାର ଉଠାଇ ଚାଲିଛନ୍ତି । ତେବେ ଏହି ସାହାସୀ ମହିଳାଙ୍କ ଏଭଳି କାମକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ନ୍ୟୁଜ
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ