ETV Bharat / state

ଜୀବନ ନେଉଛି କିଡନୀ ରୋଗ, ଦେଖେଣାହାରୀ ପ୍ରଶାସନ - ଦେଖେଣାହାରୀ ପ୍ରଶାସନ

ସମ୍ବଲପୁରର, ମାନେଶ୍ବର ବ୍ଲକ ବତେମୁରା ଗ୍ରାମ ପଞ୍ଚାୟତର ସୁରଡ଼ା ଗାଁରେ 9 ଜଣ ଲୋକ କିଡନୀ ଜନିତ ରୋଗ କାରଣରୁ ନିଜ ପ୍ରାଣ ହରାଇଲେଣି।

ଜୀବନ ନେଉଛି କିଡନୀ ରୋଗ, ଦେଖେଣାହାରୀ ପ୍ରଶାସନ
author img

By

Published : Nov 4, 2019, 11:27 PM IST

ସମ୍ବଲପୁର: ଜିଲ୍ଲାର ମାନେଶ୍ବର ବ୍ଲକ ବତେମୁରା ଗ୍ରାମ ପଞ୍ଚାୟତର ସୁରଡ଼ା ଗାଁରେ କିଡନୀ ରୋଗ ଆତଙ୍କ । ବର୍ତ୍ତମାନ ସୁଦ୍ଧା ଏହି ଗାଁରେ 9 ଜଣ ଲୋକ କିଡନୀ ଜନିତ ରୋଗ କାରଣରୁ ନିଜ ପ୍ରାଣ ହରାଇଲେଣି। ମାତ୍ର ଗ୍ରାମବାସୀ ଅଭିଯୋଗ କରିଛନ୍ତି ଆଉ ଏବେ 7ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ କାଟୁଛନ୍ତି । ତେବେ ଗାଁ ଲୋକଙ୍କୁ କାହିଁକି କିଡନୀ ରୋଗ ହେଉଛି ତାର କାରଣ ଖୋଜିପାରୁନି ପ୍ରଶାସନ ।

ଏହି ଗ୍ରାମରେ 100ରୁ ଅଧିକ ପରିବାର ବସବାସ କରନ୍ତି । ଅଧିକାଂଶ ପରିବାରର ଲୋକେ ଦିନ ମଜୁରିଆ ଶ୍ରେଣୀର। ଆଉ ଏବେ ଗାଁରେ ଆତଙ୍କ ଖେଳାଇଛି କିଡନୀ ରୋଗ । ବର୍ତ୍ତମାନ ସୁଦ୍ଧା 9 ଜଣ ଏହି ରୋଗରେ ପ୍ରାଣ ମଧ୍ୟ ହରାଇଲେଣି । ଉକ୍ତ ଗାଁର ସାରଥୀ ଲୁହା ନିଜେ କିଡନୀ ରୋଗରେ ପୀଡିତ ଥିବା ବେଳେ ସେ ପୂର୍ବରୁ ତାଙ୍କର 2 ଭାଇ ଦାଶରଥି ଲୁହା ଓ ଭାଗିରଥି ଲୁହାଙ୍କୁ କିଡନୀ ରୋଗରେ ହରାଇଛନ୍ତି । ସେପଟେ ତାଙ୍କ ପତ୍ନୀ ମଧ୍ୟ କିଡନୀ ରୋଗରେ ପୀଡିତ ଥିବା ସେ କହିଛନ୍ତି।

ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଅଧିକାଂଶ ଲୋକେ ଭଲରେ ନିଜର ଚିକିତ୍ସା କରାଇବାକୁ ଅକ୍ଷମ ହେଉଛନ୍ତି । ଏଭଳି ପରିସ୍ଥିତିରେ କିଛି ଲୋକ ଏଠିକାର ପାନୀୟଜଳ ଯୋଗୁ ଏଭଲି ରୋଗ ହେଉଥିବା ଆଶଙ୍କା କରୁଛନ୍ତି। ହେଲେ ତାହା ସ୍ପଷ୍ଟ ହୋଇପାରିନି। ଏନେଇ ସ୍ଥାନୀୟ ବିଡ଼ିଓଙ୍କୁ ଜଣାଇବା ପରେ ଏକ ମେଡିକାଲ ଟିମ ବିଭିନ୍ନ ନଳକୂପର ନମୁନା ସଂଗ୍ରହ କରି ନେଇଥିବାର ଗାଁ ଲୋକେ କହିଛନ୍ତି।

ଜୀବନ ନେଉଛି କିଡନୀ ରୋଗ, ଦେଖେଣାହାରୀ ପ୍ରଶାସନ

ଅନ୍ୟପଟେ ସ୍ଥାନୀୟ ସଚେତନ ଲୋକଙ୍କ କହିବା କଥା ହେଲା ଯେ ଅନ୍ତତଃ କିଡନୀ ରୋଗର କାରଣ ସ୍ପଷ୍ଟ ହୋଇଗଲେ ଲୋକେ ସଚେତନ ହୁଅନ୍ତେ । କିନ୍ତୁ ପ୍ରଶାସନ ତାହା ସ୍ପଷ୍ଟ କରୁନି । ତେବେ ଏନେଇ ମାନେଶ୍ବର ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ ଚିନ୍ମୟୀ କୁଅଁର କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ ମଧ୍ୟ ଏହି ସୂଚନା ଦେଇଛନ୍ତି ଯେ ଜିଲ୍ଲା ପ୍ରଶାସନର ଏକ ମେଡିକାଲ ଟିମ ଘଟଣାସ୍ଥଳ ପରିଦର୍ଶନ କରି ପାନୀୟ ଜଳର ନମୁନା ସଂଗ୍ରହ କରିଛି। ପରୀକ୍ଷା ପାଇଁ RWSS ବିଭାଗକୁ ହସ୍ତାନ୍ତର କରିଛି । ଅନ୍ୟପଟେ ସ୍ଥାନୀୟ ବିଧାୟକ ନାଉରୀ ନାଏକ ଏନେଇ ଜିଲ୍ଲା ପ୍ରଶାସନକୁ ଶୀଘ୍ର ପଦକ୍ଷେପ ନେବାକୁ ଦାବି ଜଣାଇବେ ବୋଲି କହିଛନ୍ତି।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏପରି ପରିସ୍ଥିତିରେ ଲୋକ କ'ଣ କରିବେ । ରୋଗର କାରଣ ଜାଣିଲେ ହିଁ ସେମାନେ ସତର୍କତା ଅବଲମ୍ବନ କରିବେ କିନ୍ତୁ ଏଠାରେ ତ କାରଣ ହିଁ ଅସ୍ପଷ୍ଟ।

ସମ୍ବଲପୁରରୁ ଜୁସମନ୍ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ର ବତେମୁରା ଗ୍ରାମ ପଂଚାୟତ ର ସୁରଡ଼ା ଗାଁରେ କିଡନୀ ରୋଗ ଆତଙ୍କ । ବର୍ତମାନ ସୁଦ୍ଧା ଏହି ଗାଁ ରେ 9 ଜଣ ଲୋକ କିଡନୀ ଜନିତ ରୋଗ ଯୋଗୁ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଆଉ ଏବେବି 7 ଜଣ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ କାଟୁଛନ୍ତି। ତେବେ ଗାଁ ଲୋକଙ୍କୁ କାହିଁକି କିଡନୀ ରୋଗ ହେଉଛି ତାର କାରଣ ଖୋଜିପାରୁନି ପ୍ରଶାସନ।

Body:ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ବତେମୁରା ଗ୍ରାମପାୟତର ସୁରଡ଼ା ଗ୍ରାମ।ଏଠାରେ ପାଖାପାଖି 100 ପରିବାର ବସବାସ କରନ୍ତି।ଅଧିକାଂଶ ପରିବାର ର ଲୋକେ ଦିନ ମଜୁରିଆ ଶ୍ରେଣୀର। କାମ କଲେ ଯାଇ ପରିବାର ର ପେଟ ପାଟଣା ଚାଲିଥାଏ।ତେବେ ବିଗତ କିଛି ବର୍ଷ ହେଲା ଏଠାରେ କିଡନୀ ରୋଗ ଆତଙ୍କ ଖେଳାଇ ଦେଇଛି।ବର୍ତମାନ ସୁଦ୍ଧା ଏହି ଗାଁର 9 ଜଣ ଲୋକ କିଡନୀ ଜନିତ ରୋଗର ଶିକାର ହୋଇଥିବା ଗାଁ ଲୋକେ କହନ୍ତି। ବର୍ତ୍ତମାନ ଗାଁର ସାରଥୀ ଲୁହା ନିଜେ କିଡନୀ ରୋଗରେ ପୀଡିତ ଥିବା ବେଳେ ସେ ପୂର୍ବରୁ ତାଙ୍କର 2 ଭାଇ ଦାଶରଥି ଲୁହା ଓ ଭାଗିରଥି ଲୁହା ଙ୍କୁ କିଡନୀ ରୋଗରେ ହରାଇଛନ୍ତି। ଅନ୍ୟ ପଟେ ବର୍ତ୍ତମାନ ତାଙ୍କ ପତ୍ନୀ ମଧ୍ୟ କିଡନୀ ରୋଗରେ ପୀଡିତ ଥିବା କହୁଛନ୍ତି। ଗାଁର ଅନ୍ୟ ଜଣେ ଗରିବ ଲୋକ ଗପ ରଣବିଡା ମଧ୍ୟ ନିଜର 2 ଜଣ ସଂପର୍କୀୟ ଙ୍କୁ କିଡନୀ ରୋଗରେ ହରାଇଥିବା ଅଭିଯୋଗ ହୋଇଛି।ଏମିତି ଗୋଟିଏ ପରିବାର ର ଏକାଧିକ ଲୋକ କିଡନୀ ରୋଗରେ ପୀଡିତ ହେବା ଓ ମୃତ୍ୟ ହେବା ବର୍ତମାନ ସ୍ଥାନୀୟ ଲୋକଙ୍କୁ ଅଟଙ୍କିତ କରିପକାଇଛି। ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଅଧିକାଂଶ ଲୋକେ ଭଲରେ ନିଜର ଚିକିତ୍ସା କରାଇବାକୁ ଅକ୍ଷମ ହେଉଛନ୍ତି। ଏଭଳି ପରିସ୍ଥିତି ରେ କିଛି ଲୋକ ଏଠିକାର ପାନୀୟଜଳ ଯୋଗୁ ଏଭଲି ରୋଗ ହେଉଥିବା ଆଶଙ୍କା କରୁଛନ୍ତି।ତେବେ ତାହା ଷ୍ପଷ୍ଟ ହୋଇପାରିନି।ତେବେ ଏନେଇ ସ୍ଥାନୀୟ ବିଡ଼ିଓ ଙ୍କୁ ଜଣାଇବା ପରେ ଏକ ମେଡିକାଲ ଟିମ ବିଭିନ୍ନ ନଳକୂପ ର ନମୁନା ସଂଗ୍ରହ କରି ନେଇଥିବାର ଗାଁ ଲୋକେ କହିଛନ୍ତି।

ବାଇଟ-1-ପାର୍ବତୀ ଜୁଆଡି,କିଡନୀ ରୋଗୀ।
ବାଇଟ-2- ବିପିନ ଗରଡ଼ିଆ, କିଡନୀ ରୋଗୀ।
ବାଇଟ-3-ସାରଥୀ ଲୁହା, କିଡନୀ ରୋଗୀ।

ଅନ୍ୟପଟେ ସ୍ଥାନୀୟ ସଚେତନ ଲୋକଙ୍କ କହିବା କଥା ହେଲା ଯେ ଅନ୍ତତଃ କିଡନୀ ରୋଗର କାରଣ ସ୍ପଷ୍ଟ ହୋଇଗଲେ ଲୋକେ ସଚେତନ ହୁଅନ୍ତେ।କିନ୍ତୁ ପ୍ରଶାସନ ତାହା ସ୍ପଷ୍ଟ କରୁନି।ତେବେ ଏନେଇ ମାନେଶ୍ୱର ବ୍ଲକ ର ବ୍ଲକ ଉନ୍ନୟନ ଅଧିକାରୀ ଚିନ୍ମୟୀ କୁଅଁର କେମେରା ଆଗରେ କୁଛିବି କହି ବାକୁ ମନା କରିଥିଲେ ମଧ୍ୟ ଏହି ସୂଚନା ଦେଇଛନ୍ତି ଯେ ଜିଲ୍ଲା ପ୍ରଶାସନ ର ଏକ ମେଡିକାଲ ଟିମ ଘଟଣା ସ୍ଥଳ ପରିଦର୍ଶନ କରି ପାନୀୟ ଜଳର ନମୁନା ସଂଗ୍ରହ କରିଛି ଓ ପରୀକ୍ଷା ପାଇଁ RWSS ବିଭାଗକୁ ହସ୍ତାନ୍ତର କରିଛି। ଅନ୍ୟ ପଟେ ସ୍ଥାନୀୟ ବିଧାୟକ ନାଉରୀ ନାଏକ ଏ ନେଇ ଜିଲ୍ଲା ପ୍ରଶାସନ କୁ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିବେ ବୋଲି କହିଛନ୍ତି।

ବାଇଟ-4- ନାଉରୀ ନାଏକ,ବିଧାୟକ, ରେଙ୍ଗାଲୀ।

Conclusion:ତେବେ ବର୍ତ୍ତମାନ ସବୁଠାରୁଚିନ୍ତାର ବିଷୟ ହେଲା ଯେ ଲୋକ କଣ କରିବେ। ରୋଗର କାରଣ ଜାଣିଲେ ହି ସେମାନେ ସତର୍କତା ଅବଲମ୍ବନ କରିବେ କିନ୍ତୁ ଯଦି କାରଣ ଜାଣିଲେ କଣ କରିବେ।

story ends with a final PTC...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.