ETV Bharat / state

ଆତଙ୍କ ଖେଳାଇଛି କିଡନୀ ରୋଗ: ୧୫ ବର୍ଷରେ ଗଲାଣି ୪୦ ଜୀବନ, ଭୟରେ ଗାଁ ଛାଡୁଛନ୍ତି ଲୋକେ

author img

By

Published : Apr 13, 2023, 4:29 PM IST

ସମ୍ବଲପୁର ଜିଲ୍ଲା ଗୌରଗୋଠ ଗାଁରେ ମାଡୁଛି କିଡନୀ ରୋଗ । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ବିଗତ ୧୫ ବର୍ଷ ଭିତରେ ୪୦ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ରୋଗ ଭୟରେ ଭିଟାମାଟି ଛାଡୁଛନ୍ତି ଲୋକେ । ଅଧିକ ପଢନ୍ତୁ

ସମ୍ବଲପୁର ଜିଲ୍ଲା ଗୌରଗୋଠ ଗାଁରେ ବ୍ୟାପୁଛି କିଡନୀ ରୋଗ

ସମ୍ବଲପୁର: ଗାଁରେ ଆତଙ୍କ ମଚାଇଛି କିଡନୀ ରୋଗ । ରୋଗରେ ଛଟପଟ ହୋଇ ଜଣକ ପରେ ଜଣଙ୍କ ଜୀବନ ଯାଉଛି । ବିଗତ ୧୫ ବର୍ଷ ଭିତରେ ୪୦ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ବି ଅନେକ ଲୋକ ରୋଗଶଯ୍ୟାରେ ପଡି ଚିକିତ୍ସିତ ହେଉଛନ୍ତି । ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଗୌରଗୋଠ ଗ୍ରାମରେ ଏହି କିଡନୀ ରୋଗ ଆତଙ୍କ ଦେଖାଯାଇଛି । ଏଠାରେ ୩ ବର୍ଷ ଭିତରେ ୧୫ ଜଣଙ୍କ କିଡ଼ନୀ ରୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରିକି କେତେକ ପରିବାର ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଇଥିବା ଲୋକେ କହିଛନ୍ତି । କିଛି ଦିନ ତଳେ ଗ୍ରାମର ସୁରେଖା ଭୋଇ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପୁରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥିତି ଏଭଳି ଯେ, ଲୋକ ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡି ପଳାଉଛନ୍ତି ।

କିଡନୀ ରୋଗ ଗୌରଗୋଠ ଗ୍ରାମବାସୀଙ୍କ ନିଦ ହଜାଇଛି । ଦୀର୍ଘ ୧୫ ବର୍ଷ ହେଲାଣି ଏହି ରୋଗ ବ୍ୟାପୁଛି । ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ଗାଁର ସୁରେଖା ଭୋଇ, ସୁରେନ ଭୋଇ, ବିମଳା ଭୋଇ, ରଜନୀ ଭୋଇ, ଲାଲା ଭୋଇ, ସୁପକେଶୀ ବିଶି ସହ ଅନେକ ଲୋକ କିଡ଼ନୀ ରୋଗରେ ପ୍ରାଣ ହରାଇଛନ୍ତି । ନିରଞ୍ଜନ ଭୋଇଙ୍କ ପରିବାର ପୁରା ପୁରି ନିଶ୍ଚିହ୍ନ ହୋଇ ଯାଇଥିବା ଗାଁ ଲୋକେ କହିଛନ୍ତି । ସେହିପରି ଅନ୍ତର୍ଯ୍ୟାମୀ ଭୋଇ, ସନତ ଭୋଇ ଓ ଧନପତି ଭୋଇ ରୋଗ ଭୟରେ ଗାଁ ଛାଡି ଚାଲି ଯାଇଛନ୍ତି । ରୋଗ କବଳରେ ପୁରା ଗାଁ ଥିବାବେଳେ କେଉଁ କାରଣରୁ ଏହି ରୋଗ ହେଉଛି ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି, ତଥାପି ଗାଁର ପାଣି ଯୋଗୁଁ କିଡନୀ ରୋଗ ହେଉଥିବା ସନ୍ଦେହ କରାଯାଉଛି ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ RWSS ବିଭାଗର ଏକ ଟିମ୍ ଗୌରଗୋଠ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରୋଗର କାରଣ ଜାଣିବାକୁ ଚେଷ୍ଟା କରୁଛି । RWSSର ଟିମ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନର ପାନୀୟ ଜଳ ସଂଗ୍ରହ କରି ଭୁବନେଶ୍ୱର ଖଣ୍ଡଗିରିସ୍ଥିତ RWSSର ଷ୍ଟେଟ ଲ୍ୟାବକୁ ପଠାଇଛି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ଟିମ ଏହି ରୋଗର କାରଣ ଦେଶୀ ମଦ ପିଇବା ନା ଜେନିଟିକ ସମସ୍ୟା ଯୋଗୁଁ ହେଉଛି ନା ପାନୀୟ ଜଳ ଯୋଗୁଁ ହେଉଛି ସେନେଇ ପରୀକ୍ଷା ନିରୀକ୍ଷା କରୁଛି । ତେବେ ଆଗକୁ ସ୍ୱାସ୍ଥ୍ୟ ବିଭାଗ ଚେନ୍ନାଇର ICMR ସଂସ୍ଥାର ସହଯୋଗରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା କିଡ଼ନୀ ରୋଗ ନେଇ ରିସର୍ଚ୍ଚ କରିବ ବୋଲି ସୂଚନା ଦେଇଛି ।

ପ୍ରତିବର୍ଷ କିଡନୀ ରୋଗରେ ଗୌରଗୋଠ ଗାଁରେ ଦୁଇରୁ ତିନି ଜଣଙ୍କ ମୃତ୍ୟୁ ହେଉଛି । ଏବେ ଗ୍ରାମରେ ପ୍ରାୟ ୭ ଜଣ ରୋଗରେ ଆକ୍ରାନ୍ତ ଅଛନ୍ତି । ଏଥିପାଇଁ ସାରା ଅଞ୍ଚଳରେ ଭୟର ବାତାବରଣ ରହିଛି । ତେଣୁ ଯଥାସମ୍ଭବ ଏହି ରୋଗର କାରଣ ଚିହ୍ନଟ କରି ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.