ETV Bharat / state

ସମ୍ବଲପୁରରେ ଗର୍ଜିଲେ କେନ୍ଦୁପତ୍ର କର୍ମଚାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଗତକାଲି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି ଉପସ୍ଥାପନା କରିଛି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ । ଅଧିକ ପଢନ୍ତୁ

author img

By

Published : May 31, 2023, 10:03 AM IST

kendu leaf pluckers association  protest
kendu leaf pluckers association protest
kendu leaf pluckers association protest

ସମ୍ବଲପୁର: କେନ୍ଦୁପତ୍ର କର୍ମଚାରୀଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ । ଗତକାଲି(ମଙ୍ଗଳବାର) ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି ଉପସ୍ଥାପନା କରିଛି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ । ତେବେ ଏହି ବିକ୍ଷୋଭରେ ପ୍ରାୟ 500 କେନ୍ଦୁପତ୍ର କର୍ମଚାରୀ ସାମିଲ ହୋଇଥିଲେ l

ତେବେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ସମ୍ବଲପୁରରେ କେନ୍ଦୁପତ୍ର କର୍ମଚାରୀ ମାନେ ଏକ ବିଶାଳ ରାଲି କରିବା ସହ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଙ୍ଘର ଡାକରାରେ କେନ୍ଦୁପତ୍ର କର୍ମଚାରୀ ମାନେ ବିଭିନ୍ନ ଦାବି ଲିଖିତ ବ୍ୟାନର ଓ ପୋଷ୍ଟର ଧରି ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ମୁଖ୍ୟ ରାସ୍ତା ଦେଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକା ସଭା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ମୁଖ୍ୟତଃ ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ, ତୋଳାଳୀଙ୍କୁ ବୋନସ ନମିଳିବା, 2018-19 ମସିହାରୁ ସିଜିନାଲ କର୍ମଚାରୀଙ୍କ ଦରମା ବୃଦ୍ଧି ନହେବାରୁ ଏହା ବୃଦ୍ଧି କରିବା, କର୍ମଚାରୀ ମାନଙ୍କ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ନ ମିଳିବା, କେନ୍ଦୁପତ୍ରରୁ ଜିଏସଟିକୁ ଉଚ୍ଛେଦ କରିବା ଦାବି ଆଦି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ସଂଘ । ପୂର୍ବରୁ ବାରମ୍ବାର ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହା କର୍ଣ୍ଣପାତ କରୁ ନଥିବାରୁ ଏହି ଆନ୍ଦୋଳନ କରିବାକୁ ସଂଘ ବାଧ୍ୟ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ: ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ, ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ: କେନ୍ଦୁପତ୍ର ହିତାଧିକାରୀ ପାଇବେ ୧୧୧ କୋଟି ସହାୟତା, ଉପକୃତ ହେବେ ୮ ଲକ୍ଷ

ସେହିପରି କୁଚିଣ୍ଡା,ସମ୍ବଲପୁର, ମାଲକାନଗିରି, ବଲାଙ୍ଗୀର, ଅନୁଗୋଳ, କେନ୍ଦୁଝର ସହ 22ଟି ଜିଲ୍ଲାର 19ଟି ଡିଭିଜନ ରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି । ଗତକାଲିର ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି, ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି, ପ୍ରମୁଖ ସଦସ୍ୟ ଗୋକୁଳ ମେହେର ଓ ମିଳନ ହୋତା ପ୍ରମୁଖଙ୍କ ସହ ବହୁ କର୍ମଚାରୀ ସାମିଲ ହୋଇଥିଲେ ।

ସୂଚନା ଥାଉକି, ନିକଟରେ କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ସହାୟତା ଘୋଷଣା କରିଥିଲେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ବାରା ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.