ETV Bharat / state

ପର୍ଯ୍ୟଟନ ଋତୁରେ ମନ ମୋହୁଛି ଝାଙ୍କରାଣୀ ପୀଠ, ନେହେରୁ ମୀନାରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ - ସମ୍ବଲପୁର ର ହୀରାକୁଦ ଜଳଭଣ୍ଡାର

ପର୍ଯ୍ୟଟନ ଋତୁରେ ଏବେ ସମ୍ବଲପୁର ର ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଝାଙ୍କରଣୀ ପୀଠ ରେ ଜମୁଛି ବଣଭୋଜି ର ଆସର। ଅଧିକ ପଢନ୍ତୁ

tourist in winter season
tourist in winter season
author img

By

Published : Jan 10, 2023, 1:55 PM IST

Updated : Jan 10, 2023, 3:17 PM IST

tourist in winter season

ସମ୍ବଲପୁର: ଶୀତ ସହ ଆସିଛି ପର୍ଯ୍ୟଟନର ଋତୁ । ଏଥିପାଇଁ ଏବେ ନୂଆଁବର୍ଷର ଆଗମନରେ ଲୋକେ ନିଜ ସାଙ୍ଗସାଥି ଓ ପରିବାର ଲୋକଙ୍କ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପିକ୍‌ନିକ୍‌ ପାଇଁ ଯାଉଛନ୍ତି । ଏହିଭଳି ପର୍ଯ୍ୟଟନ ଋତୁରେ ଏବେ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ଝାଙ୍କରଣୀ ପୀଠରେ ଜମୁଛି ବଣଭୋଜିର ଆସର । ଅନ୍ୟପଟେ ଏଠାକୁ ଆସୁଥିବା ପର୍ଯ୍ୟଟକ ଏଠାରେ ଥିବା ଜବହାର ମୀନାରରେ ଚଢି ହୀରାକୁଦ ଡ୍ୟାମ ଓ ପ୍ରାକୃତିକ ଦୃଶ୍ୟର ଉପଭୋଗ ମଧ୍ୟ କରୁଛନ୍ତି ।

ତେବେ ସମ୍ବଲପୁର ଜିଲ୍ଲା ବୁର୍ଲା ସହର ନିକଟରେ ହୀରାକୁଦ ଜଳଭଣ୍ଡାରର କୂଳରେ ରହିଛି ଝାଙ୍କରଣୀ ପୀଠ । ବର୍ତ୍ତମାନ ଏହି ସ୍ଥାନ ପାଲଟିଛି ପର୍ଯ୍ୟଟକଙ୍କ ଲକ୍ଷ୍ୟସ୍ଥଳ । ପ୍ରତ୍ୟେକ ଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରର ହଜାରହଜାର ପର୍ଯ୍ୟଟକ ବୁଲିବାକୁ ଅଥବା ବଣ ଭୋଜି ପାଇଁ ଆସୁଛନ୍ତି । ସକାଳ 7ଟାରୁ ସନ୍ଧ୍ୟା 5ଟା ଯାଏଁ ଜମୁଛି ପ୍ରବଳ ଗହଳି । ନିକଟରେ ଥିବା ହୀରାକୁଦ ଜଳଭଣ୍ଡାର ସୁନୀଳ ବିସ୍ତିର୍ଣ୍ଣ ଜଳରାଶି ଓ ବଣ ଜଙ୍ଗଲ ଭରା ପ୍ରାକୃତିକ ପରିବେଶ ଭିତରେ ପିକ୍‌ନିକ୍‌ର ମଜା ନେଉଛନ୍ତି ପର୍ଯ୍ୟଟକ । କିଏ ସାଙ୍ଗସାଥୀଙ୍କ ସହ କିଏ ନିଜର ପରିବାର ବର୍ଗ ଙ୍କ ସହ ବଣ ଭୋଜି ର ମଜା ନେଉଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ଏହି ପୀଠ ନିକଟରେ ରହିଛି ନେହେରୁ ମୀନାର । ହୀରାକୁଦ ନଦୀବନ୍ଧ ପ୍ରକଳ୍ପର ଠିକ ପାର୍ଶ୍ଵ ରେ ରହିଛି ଏହି ସୁଉଚ୍ଚ ଐତିହାସିକ ମୀନାର । ଏହା ଉପରୁ ହୀରାକୁଦ ଡ୍ୟାମ ସ୍ପଷ୍ଟ ଦେଖାଯାଏ । ବର୍ତ୍ତମାନ ଏହି ମୀନାରରେ ମଧ୍ୟ ଦୈନିକ ହଜାରହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି । କେବଳ ଓଡ଼ିଶା ନୁହେଁ ଦେଶର ଭିନ୍ନଭିନ୍ନ ରାଜ୍ୟର ଲୋକଙ୍କ ସୁଅ ଛୁଟୁଛି ଏହି ଜବହାର ମୀନାରକୁ । ସମସ୍ତେ ମୀନାର ଉପରକୁ ଚଢି ଉପରୁ ହୀରାକୁଦ ଡ୍ୟାମ ଦୃଶ୍ୟର ମଜା ନେଉଛନ୍ତି । ଅନ୍ୟପଟେ ବୁର୍ଲା ସହରରେ ଥିବା ପ୍ଲାନେଟୋରିୟମରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟଟକଙ୍କ ସଂଖ୍ୟା ବହୁଗୁଣ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ-ଦାମ କହିଲେ ନବୀନଙ୍କ ବିକଳ୍ପ ନାହିଁ, ସୁର କହିଲେ କଂଗ୍ରେସ

ବର୍ତ୍ତମାନ ଏହି ପର୍ଯ୍ୟଟନ ଋତୁରେ ସମ୍ବଲପୁର ର ଝାଙ୍କରଣୀ ପୀଠ ଓ ଜବହାର ମୀନାର ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ ବୃଦ୍ଧି ପାଉଥିବା ବେଳେ ଆଗକୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଏନେଇ ବାଲେଶ୍ବରରୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି, "ଏହି ସ୍ଥାନକୁ ପ୍ରଥମ ଥର ପାଇଁ ଆସିଥିବା ବେଳେ ବହୁତ ଭଲ ଲାଗୁଛି । ଏହି ସ୍ଥାନ ସମ୍ବଲପୁର ଜିଲ୍ଲାରେ ଥିବା ବେଳେ ହୀରାକୁଦ ଡ୍ୟାମ ମଧ୍ୟ ପାଖରେ ରହିଛି । ନୂଆବର୍ଷ ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ରହିଥିବା ବେଳେ ଏଠାରେ ଭୋଜି ମଧ୍ୟ କରୁଛନ୍ତି ।"

ଇଟିଭି ଭାରତ, ସମ୍ବଲପୁର

Last Updated : Jan 10, 2023, 3:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.