ସମ୍ବଲପୁର: ରାଜ୍ୟ ସରକାରଙ୍କ ପ୍ରିପେଡ ସ୍ମାର୍ଟ ମିଟରକୁ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ବିରୋଧ କରିଛନ୍ତି । ଶୁକ୍ରବାର ଜିଲ୍ଲା ବିଜେପି ପୂର୍ବରୁ ସମ୍ବଲପୁରରେ ପ୍ରିପେଡ ମିଟରକୁ ବିରୋଧ କରିଥିବା ବେଳେ ଶୁକ୍ରବାର ଏହି ପାଇଲଟ ପ୍ରୋଜେକ୍ଟକୁ ବିରୋଧ କରିଛନ୍ତି ଜୟନାରାୟଣ। ଏହି ପାଇଲଟ ପ୍ରୋଜେକ୍ଟକୁ ପ୍ରଥମେ ସମ୍ବଲପୁରରେ କାହିଁକି ଆରମ୍ଭ କରାଯାଉଛି ବୋଲି ସେ ଶ୍ନ କରିଛନ୍ତି ।
ଏହାଛଡା ଶକ୍ତିମନ୍ତ୍ରୀ ନିଜର ବକ୍ତବ୍ୟରେ ସମ୍ବଲପୁରରେ ବିଦ୍ୟୁତ ଚୋରି ହେଉଥିବାର କହି ପରୋକ୍ଷରେ ସମ୍ବଲପୁରବାସୀଙ୍କୁ ଅପମାନିତ କରିଛନ୍ତି ବୋଲି ଜୟନାରାୟଣ ଅଭିଯୋଗ ଆଣିଛନ୍ତି । ସେ ଏ ନେଇ ବିଭାଗୀୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ଓ ଏହା କେବଳ ସମ୍ବଲପୁରରେ ଆରମ୍ଭ ନକରାଯାଇ ସବୁ ଜିଲ୍ଲାରେ ଆରମ୍ଭ କରାଯାଉ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଏହି ନିଷ୍ପତ୍ତିକୁ ପରିବର୍ତ୍ତନ ନକରାଗଲେ ଆଗକୁ ଆନ୍ଦୋଳନ ତିବ୍ରତର ହେବ ବୋଲି ସେ କହିଛନ୍ତି । ଏହାସହ ଜଳ ବିଦ୍ୟୁତ ପ୍ରକଳ୍ପ ଓ ତାପଜ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳର କ୍ଷତିଗ୍ରସ୍ଥ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।
ଏଥିସହ ଏହି ସାମ୍ବାଦିକ ସମ୍ମିଳନୀରେ ସେ ବୁର୍ଲା ଭିସୁଟରେ ହୋଇଥିବା ର୍ୟାଗିଙ୍ଗ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ