ETV Bharat / state

ଉଠା ଜଳସେଚନର ରକ୍ଷଣାବେକ୍ଷଣ ଅଭାବ, ଚାଷୀ ମୁଣ୍ଡରେ ବୋଝ

author img

By

Published : Feb 26, 2021, 7:01 PM IST

ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ । ପାଣିର ସୁବିଧା ନଥିବା ଅଞ୍ଚଳରେ ଚାଷୀକୁ ଯୋଗାଉଛି ଜଳ । ଶସ୍ୟ ଶ୍ୟାମଳ ହୋଇ ଉଠୁଛି ପଡିଆ ଜମି । ହେଲେ ଅନେକ ସ୍ଥାନରେ ଏଥିରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହାର ଜ୍ବଳନ୍ତ ଉଦାହରଣ ସାଜିଛି ଅବିଭକ୍ତ ସମ୍ବଲପୁର ଜିଲ୍ଲା । ଅଧିକ ପଢନ୍ତୁ...

ଉଠା ଜଳସେଚନ
ଉଠା ଜଳସେଚନ

ସମ୍ବଲପୁର: ଓଡିଶାର କୃଷିଜାତ ଦ୍ରବ୍ୟ ଉତ୍ପାଦନ କରୁଥିବା ଜିଲ୍ଲା ମଧ୍ୟରେ ସମ୍ବଲପୁର ଅନ୍ୟତମ । ଏହା ସହିତ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଝାରସୁଗୁଡା ଓ ଦେବଗଡର କେତେକ ଅଞ୍ଚଳରେ ମଧ୍ୟ କୃଷିର ବିକାଶ ହୋଇଥିବା ଦେଖିବାକୁ ମିଳେ । ଏଥିପାଇଁ ହୀରାକୁଦ ଜଳସେଚିତ ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ସ୍ଥାନଗୁଡିକ ପାଇଁ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ରହିଛି ମୁଖ୍ୟ ଅବଦାନ ।

ଉଠା ଜଳସେଚନର ରକ୍ଷଣାବେକ୍ଷଣ ଅଭାବ, ଚାଷୀ ମୁଣ୍ଡରେ ବୋଝ

ତେବେ 1975 ରୁ 1985 ମଧ୍ୟରେ ସ୍ଥାପିତ ହୋଇଥିବା ଏହି ଜଳସେଚନ ପ୍ରକଳ୍ପ ଗୁଡିକ ବର୍ତ୍ତମାନ ସବୁ ସ୍ଥାନରେ ଭଲ ଭାବେ କାର୍ଯ୍ୟକ୍ଷମ ହୋଇପାରୁନି । ଅଧିକାଂଶ ପ୍ରକଳ୍ପର ପାଇପ, ଯନ୍ତ୍ରାଂଶ ଜରାଜୀର୍ଣ୍ଣ ହୋଇ ପଡିଥିବା ବେଳେ ବିଦ୍ୟୁତ ବିଭ୍ରାଟ ଯୋଗୁଁ କାର୍ଯ୍ୟକ୍ଷମ ଥିବା ପ୍ରକଳ୍ପ ମଧ୍ୟ ଚାଷୀଙ୍କ ଆବଶ୍ୟକତା ପୂରଣ କରି ପାରୁନଥିବା ଅଭିଯୋଗ ହୋଇଛି । ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ପାଣି ପଞ୍ଚାୟତ ଉପରେ ଥିବାବେଳେ ସମନ୍ବୟ ଅଭାବ ଓ ଆର୍ଥିକ ଅନଟନ ଭିତରେ ଅନେକ ପ୍ରକଳ୍ପ ଅଚଳ ହୋଇପଡିଛି । ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ।

ସମ୍ବଲପୁର ଉଠା ଜଳସେଚନ ଡିଭିଜନର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହାର ଅଧୀନରେ ଥିବା ସମ୍ବଲପୁର ଜିଲ୍ଲାରେ ମୋଟ 724 ଟି ଉଠା ଜଳସେଚନ ପ୍ରକଳ୍ପ ଥିବାବେଳେ ଏଥିରୁ 86 ଟି ଅଚଳ ରହିଛି । ବର୍ତ୍ତମାନ 641 ଟି କାର୍ଯ୍ୟକ୍ଷମ ଥିବାବେଳେ ଏଥିରେ 1696 ହେକ୍ଟରକୁ ପାଣି ମାଡୁଛି ।

ସେହିପରି ଝାରସୁଗୁଡା ଜିଲ୍ଲାରେ 357 ଟି ଉଠା ଜଳସେଚନ ପ୍ରକଳ୍ପ ଥିବାବେଳେ ଏଥିରୁ 43 ଟି ଅଚଳ ରହିଛି । ବର୍ତ୍ତମାନ 314 ଟି କାର୍ଯ୍ୟକ୍ଷମ ଥିବାବେଳେ ଏହା ଦ୍ବାରା 9298 ହେକ୍ଟର ଚାଷ ଜମିରେ ପାଣି ମାଡୁଛି । ଅନ୍ୟପଟେ ଦେବଗଡ ଜିଲ୍ଲାରେ ମୋଟ 191 ଟି ଉଠା ଜଳସେଚନ ପ୍ରକଳ୍ପ ଥିବାବେଳେ ଏଥିରୁ 24 ଟି ଅଚଳ ରହିଛି । ବର୍ତ୍ତମାନ 167 ଟିରୁ 4200 ହେକ୍ଟର ଜମିରେ ପାଣି ମାଡୁଛି । ତେବେ ଆସନ୍ତା ମାର୍ଚ୍ଚ ମଧ୍ୟରେ ଷ୍ଟେଟ ପ୍ଲାନ ଅଧୀନରେ ସମ୍ବଲପୁର ଜିଲ୍ଲାର 39, ଝାରସୁଗୁଡା ଜିଲ୍ଲାର 7ଟି ଓ ଦେବଗଡ଼ ଜିଲ୍ଲାର 6 ଟି ପ୍ରକଳ୍ପକୁ ପୁନରୁଦ୍ଧାର କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.