ETV Bharat / state

Internet suspended: ପୁଣି ସମ୍ବଲପୁରରେ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

author img

By

Published : Apr 15, 2023, 10:50 AM IST

ସମ୍ବଲପୁରରେ ପୁଣି ବନ୍ଦ ହେଲା ଇଣ୍ଟରନେଟ ସେବା । ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

internet service suspended in sambalpur
internet service suspended in sambalpur

ସମ୍ବଲପୁର: ହନୁମାନ ଜୟନ୍ତୀ ଗଣ୍ଡଗୋଳ ପରେ ପ୍ରଶାସନ ପକ୍ଷରୁ କଡା ହେଲା କଟକଣା । ପୁଣି ସମ୍ବଲପୁରରେ 48 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା । ଫେସବୁକ, ଟ୍ବିଟର, ହ୍ବାଟ୍ସଆପ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗିଛି । ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ଏହା ପୂର୍ବରୁ ଗତ 13 ତାରିଖରେ ଇଣ୍ଟର ସେବାକୁ 48 ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ଯାହା ଆଜି ସକାଳ 10 ଟା ସମୟରେ ଶେଷ ହୋଇଛି । କିନ୍ତୁ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଣି ଇଣ୍ଟରନେଟ ସେବାକୁ ବନ୍ଦ ଦୁଇ ଦିନ(48 ଘଣ୍ଟା) ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଗତକାଲି (ଶୁକ୍ରବାର) ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ କିଛି ସ୍ଥାନରେ ଗୋଷ୍ଠୀ ସଂଘର୍ଷ , ପଥର ମାଡ ଓ ଅଗ୍ନିକାଣ୍ଡ ମଧ୍ୟ ହୋଇଥିଲା । ଏହାପରେ ଆଜି ଠାରୁ ସମ୍ବଲପୁରେ କର୍ଫ୍ୟୁ ଘୋଷଣା କରାଯାଇଥିଲା । ସହରର 6ଟି ଥାନା ଅଞ୍ଚଳ ଯଥା- ଅଇଁଠା ପାଲି, ସଦର ଥାନା, ସମ୍ବଲପୁର ଟାଉନ ଥାନା, କ୍ଷେତରାଜପୁର , ଧନୁପାଲି ଓ ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଏହି ସବୁ ଅଞ୍ଚଳରେ ଥିବା ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ କର୍ଫ୍ୟୁ ସମୟରେ ବନ୍ଦ ରହିବ । ସମ୍ବଲପୁର ଉପଜିଲ୍ଲାପାଳ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଥିଲେ ।

କର୍ଫ୍ୟୁ ସମୟରେ ଘରୁ ବାହାରକୁ ନ ଆସିବାକୁ ଜନସାଧାରଣକୁ କୁହାଯାଇଛି । ସେହିପରି ଆତ୍ୟାବଶ୍ୟକ ସାମଗ୍ରୀ ପାଇଁ କଟକଣାକୁ ସାମାନ୍ୟ କୋହଳ କରାଯାଇ ଛି। ସକାଳ 8ଟା ରୁ 10ଟା ଯାଏଁ ଓ ସନ୍ଧ୍ୟା 3ଟା30 ରୁ 5.30 ଯାଏ ବାହାରକୁ ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ଲୋକେ । ମେଡିକାଲ ଏମରଜେନ୍ସି ପାଇଁ ହେଲ୍ପଲାଇନ ନମ୍ବର 7655800760 ଜାରି କରାଯାଇଥିବା ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପରବର୍ତ୍ତୀ ନିର୍ଦ୍ଦେଶ ନାମା ଆସିବା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

ସୂଚନା ଥାଉକି, ହନୁମାନ ଜୟନ୍ତୀ ପୂର୍ବରୁ ଗତ 12 ତାରିଖରେ ସମ୍ବଲପୁର ଧନୁପାଲି ଛକରୁ ଏକ ବାଇକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ପୋଲିସ କର୍ମଚାରୀ ମାନଙ୍କ ଉପରେ ପଥର ମାଡ଼ ହେବାରୁ 15ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ଉତ୍ତେଜନା ପ୍ରବଣ ଅଞ୍ଚଳରେ 144 ଧାରା ଜାରି କରାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.