ETV Bharat / state

Sambalpur Violence: ଆଉ 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା

author img

By

Published : Apr 18, 2023, 9:43 AM IST

ସମ୍ବଲପୁରରେ ପୁଣି 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା । ଅଧିକ ପଢନ୍ତୁ

Etv Bharat
Etv Bharat

ସମ୍ବଲପୁର: ହନୁମାନ ଜୟନ୍ତୀ ଗଣ୍ଡଗୋଳ ଘଟଣାରେ ଦିନକୁ ଦିନ କଡା ହେଉଛି କଟକଣା। ପୁଣି 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା। ଆସନ୍ତାକାଲି ଦିନ 10 ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଫେସବୁକ, ଟ୍ବିଟର, ହ୍ବାଟ୍ସଆପ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗିଛି । ଗତକାଲି(ସୋମବାର) 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ବେଳେ ତାହା ଆଜି ଶେଷ ହେବାକୁ ଥିଲା। ଏହା ପୂର୍ବରୁ ପୁଣି ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସେବାରୁ ବନ୍ଦ କରାଯାଇଛି।

ଗତ 12 ତାରିଖରେ ଧନୁପାଲି ଛକରୁ ଏକ ବାଇକ ଶୋଭାଯାତ୍ରା ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥର ମାଡ଼ ହୋଇଥିଲା । ଏହି ଘଟଣାକୁ ନେଇ ସମ୍ବଲପୁର ଅଶାନ୍ତ ହୋଇପଡିବାରୁ 144 ଧାରା ଲଗାଯିବା ସହ ପର ଦିନ ଇଣ୍ଟରନେଟ ସେବାକୁ 48 ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ଏହାପରେ ପୁଣି ଥରେ 15 ତାରିଖ ଦିନ ଦିନ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା । ଗତକାଲି ତାହା ଶେଷ ହୋଇଥିବା ବେଳେ ପୁଣି 24 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। ଆଜି ଏହା ଶେଷ ହେବାକୁ ଥିବା ବେଳେ ପୁଣି ଥର ବୁଧବାର ସକାଳ 10ଟା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଗତ 14 ତାରିଖ ଦିନ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିଲା । ଏହି ସମୟରେ ସହରର କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ହୋଇଥିଲା । ତେଣୁ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପର ଦିନ ଜିଲ୍ଲାର ସମ୍ବଲପୁର ଟାଉନ ଥାନା, ଅଇଁଠା ପାଲି, ଧନୁପାଲି ଥାନା, କ୍ଷେତରାଜପୁର ଥାନା ସଦର ଥାନା ଓ ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଥିଲା । ଯାହା ଏବେ ବି ବଳବତ୍ତର ରହିଥିବା ବେଳେ ସାମାନ୍ୟ କୋହଳ କରାଯାଇଛି । ସେପଟେ ହିଂସାକାଣ୍ଡ ଘଟଣାରେ ଗତକାଲି ଆଉ 6 ଜଣଙ୍କୁ ଗିରଫ କରାଯିବା ପରେ ଗିରଫଜାରି ସଂଖ୍ୟା 85କୁ ବୃଦ୍ଧି ହୋଇଛି ।

ସୋମବାର ସମ୍ବଲପୁର ଉତ୍ତରଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପୋଲିସ ଡିଜି ସୁନୀଲ ବଂଶଲ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ସମ୍ବଲପୁର ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥା ଓ ସହରରେ ସ୍ଥିତି କିପରି ସୁଧୁରିବ ସେନେଇ ବୈଠକ ହୋଇଥିଲା । ଷଡ଼ଯନ୍ତ୍ରକାରୀ ଓ ଉପଦ୍ରବକାରୀଙ୍କୁ ଯଥାଶୀଘ୍ର ଠାବ କରିବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ । ତେବେ ଗିରଫଦାରୀ ସଂଖ୍ୟା ଆଗକୁ ମଧ୍ୟ ବୃଦ୍ଧି ପାଇବ ବୋଲି ଏସପି ସୂଚନା ଦେଇଥିଲେ ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.